ଇଡି ଜାଲରେ ବଡ ବଡିଆ , ଜାମିନ ପାଇବା ପାଇଁ ଆଗୁଆ ଖୋଜିବାରେ ଲାଗିଛନ୍ତି ବଡ ଓକିଲ

ପାଖେଇ ଆସିଲାଣି ସମୟ । ଆଉ କେହି ଖସି ଯାଇପାରିବେ ନାହିଁ । ସମସ୍ତଙ୍କୁ ଗୋଟି ଗୋଟି କରି ଧରିବ ଇଡି ଆଉ ସେମାନଙ୍କ ଠାରୁ ସବୁ ସତ ଉଗାଳିବ । ଆଉ କେହି ବଞ୍ଚିବେ ନାହିଁ । ସମସ୍ତେ ଏଥର ଯିବେ ଜେଲ ଭିତରକୁ । ଲୀଳା କରିବା ସେତିକି ଥାଉ କାହିଁକି ନା ଦିନ କାଳ ଧୀରେ ଧିରେ ମାଡ଼ି ଆସୁଛି । ତେବେ ଆମେ କାହା କଥା କହୁଛୁ ଆପଣ ଜାଣି ପାରୁଛନ୍ତି ନା ନାହିଁ । ଆମେ ସେହି ବଡ ବଡିଆ ବାବୁ ମାନଙ୍କ କଥା କହୁଛୁ । ଯେଉଁ ମାନେ ଅର୍ଚ୍ଚନା ନାଗ ମାମଲାରେ ଜଡିତ ରହିଥିଲେ ।

ଇଡି ନଜର ବର୍ତ୍ତମାନ ସେହି ବଡ ବଡ ଲୋକଙ୍କ ଉପରେ ପଡ଼ିଛି , ଯେଉଁ ମାନେ ନିଜ ପଇସା ବଳରେ ଅର୍ଚ୍ଚନା ନାଗଙ୍କୁ ଫସାଇ ଦେଇଥିଲେ ଆଉ ରାତି ପାହିଲେ ତାଙ୍କ ପାଖରେ ନିଜର ଆଡା ଜମାଉ ଥିଲେ । ଅର୍ଚ୍ଚନା ମୁହଁକୁ ଟଙ୍କା ଫୋପାଡ଼ି ଦେଇ ନିଜ ମନ ଇଚ୍ଛା ଦେହକୁ ଉପଭୋଗ କରିବାରେ ଲାଗିଥିଲେ ଆଉ ତାଙ୍କ ମୁହଁ ବନ୍ଦ କରି ଦେଉଥିଲେ । କିନ୍ତୁ ସେହି ବଡ ବଡ ଲୋକଙ୍କ ଅସଲ ଚେହେରା ଜନ ସାଧାରଣ ଜାଣି ପାରି ନାହାଁନ୍ତି ଆଉ ସେଥିପାଇଁ ସେହି ଚେହେରା ଦେଖିବା ପାଇଁ ଅନାଇ ବସିଛନ୍ତି ।

ସବୁ ଆଡ଼େ ଚର୍ଚ୍ଚା ହେଉଛି କି ବଡ ବଡ଼ିଆ ମାନଙ୍କୁ ଧରା ଯାଇଛି ଆଉ ସେମାନଙ୍କୁ ଇଡି ଜେରା କରିବା ପାଇଁ ଡ଼ାକି ପଠାଇବ । କିନ୍ତୁ ସେମାନେ ସବୁ କିଏ , ଯିଏ ସାଧାରଣ ଲୋକଙ୍କ ଠାରୁ ଟଙ୍କା ହଡ଼ପ କରି ନେଇ ଏହି ସବୁ କାଣ୍ଡ କରି ଚାଲିଥିଲେ । ଲୋକ ମାନେ ସେମାନଙ୍କ ମୁଖ ଦର୍ଶନ କରିବା ପାଇଁ ଅନାଇ ବସିଛନ୍ତି । ଏହା ମଧ୍ୟରେ ସେହି ବଡ ବଡ଼ିଆ ମାନଙ୍କର ଦେହ ଭୟରେ ଥରି ଉଠିଲାଣି । ଆଉ ଅର୍ଚ୍ଚନା ଭଳି ମଧ୍ୟ ସେମାନଙ୍କ ଦିନ କାଳ ଆସିବ କଥା ଭାବି ସେମାନେ ପୁରା ଭୟଭୀତ ହୋଇ ଗଲେଣି ।

ଖାସ୍ ଏହି କାରଣ ପାଇଁ ସେମାନେ ବଡ ବଡ ଆଉ ଭଲ ଭଲ ଓକିଲ ଦେଖିବା ଆରମ୍ଭ କରି ସାରିଲେଣି । ଯେଉଁ ମାନେ ସେମାନଙ୍କୁ ବଞ୍ଚାଇ ପାରିବେ ଆଉ ରକ୍ଷା କରିପାରିବେ । ଆଉ ସେମାନଙ୍କର କିଛି ଯେମିତି ଅସୁବିଧା ନ ହୁଏ । ସେମାନେ ଯେମିତି ଜେଲ ମୁଁହ ଦର୍ଶନ ନ କରନ୍ତୁ । ସେଥିପାଇଁ ଓକିଲ ମାନଙ୍କୁ ଧରିବାରେ ଲାଗିଛନ୍ତି ବଡ ବଡ ବାବୁ ମାନେ ଆଉ ସେମାନଙ୍କୁ ଟଙ୍କା ଦେଇ ପୋତି ପକାଉଛନ୍ତି ବାବୁ । ତେବେ ଦେଖାଯାଉ ଏହି ପାଲା ଆଉ କେତେ ଦିନ ଚାଲୁଛି ଆଉ କେବେ ସେହି ଦୋଷୀ ମାନେ ସାମ୍ନାକୁ ଆସୁଛନ୍ତି।

Leave a Reply

Your email address will not be published. Required fields are marked *