ପ୍ରଥମ ବୟଫ୍ରେଣ୍ଡ ଏ ଦୁନିଆଁରେ ନାହାଁନ୍ତି ଆଉ ଦ୍ଵିତୀୟ ବୟଫ୍ରେଣ୍ଡ ବାହା ହେଇଗଲେ

ପ୍ରେମ କେତେବେଳେ ହୋଇଯାଏ , ସେ କଥା ଜଣା ପଡେ ନାହିଁ । ହଠାତ୍ ମନ ଆସିଯାଏ ଜଣକ ଉପରେ , ଆଉ ମନକୁ ମନ ମିଶିଗଲା ପରେ ଆରମ୍ଭ ହୋଇଯାଏ ପ୍ରେମ । ତେବେ ଏହାପରେ ଧୀରେ ଧିରେ ଦୁଇ ହୃଦୟର ମିଳନ ହେବା ଆରମ୍ଭ କରିଦିଏ । ତେବେ ସମସ୍ତଙ୍କୁ ଜୀବନରେ ଥରେ ନା ଥରେ ପ୍ରେମ ହୋଇଥିବ । କାହାର ସଫଳ ହୋଇଥିବ ତ ଆଉ କାହାର ବିଫଳ । ତେବେ ବର୍ତ୍ତମାନ ଏପରି କିଛି ନିଜ ମନର କଥା ଆଉ କିଛି ପ୍ରେମ ବିଷୟରେ ଜଣାଇଛନ୍ତି ଟେଲି ଅଭିନେତ୍ରୀ ସୋନାକ୍ଷୀ।

ପରଦାରେ ସବୁବେଳେ ଚୁଲବୁଲି ଭୂମିକାରେ ଅଭିନୟ କରୁଥିବା ସୋନାକ୍ଷୀ ବାସ୍ତବ ଜୀବନରେ ମଧ୍ୟ ସବୁବେଳେ ହସ ଖୁସି ମିଜାଜ ର ଅଟନ୍ତି । ସବୁବେଳେ ଅନ୍ୟ ମାନଙ୍କ ସହିତ ମିଶିବା ସହିତ ସବୁ ଜିନିଷ ସେୟାର କରିବା ଭଲ ପାଇଥାନ୍ତି ସେ । ତେବେ ବର୍ତ୍ତମାନ ଗଣମାଧ୍ୟମ ଆଗରେ ନିଜ ପ୍ରେମ ଜୀବନର କିଛି ଅଭୁଲା ସ୍ମୃତି ବିଷୟରେ ବର୍ଣ୍ଣନା କରିଛନ୍ତି । ଯାହାକୁ ଶୁଣିବା ପରେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ । ହୃଦୟ ଦେଇ ଭଲ ପାଇଥିଲେ ଜଣକୁ କିନ୍ତୁ ସେ ଅଧା ବାଟରେ ଛାଡି ଚାଲିଗଲେ ।

ତେବେ ପ୍ରକୃତ କଥା ହେଲା ସୋନାକ୍ଷୀ ଯାହାଙ୍କୁ ଭଲ ପାଉଥିଲେ ସେ ନିଆଳି ଅଞ୍ଚଳର ଥିଲେ । ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ଏକାଠି ସାରା ଜୀବନ ରହିବେ ବୋଲି ମଧ୍ୟ କଥା ଦେଇଥିଲେ । କିନ୍ତୁ ଭଗବାନ ସବୁ କିଛି ଅଧାରେ ଛଡ଼ାଇ ନେଇ ଯାଇଥିଲେ । ସୋନାକ୍ଷୀ ଯାହାଙ୍କୁ ଭଲ ପାଉଥିଲେ , ତାଙ୍କୁ ଏ ଦୁନିଆଁରୁ ନେଇ ଯାଇଥିଲେ । ବାଟରେ ଆସୁଥିବା ସମୟରେ ତାଙ୍କର ଟ୍ରକ୍ ଧକ୍କାରେ ଜୀବନ ଚାଲି ଯାଇଥିଲା । ଆଉ ସେତେବେଳେ ନିଜ ପ୍ରେମୀକଙ୍କୁ ହରାଇ ପାଗେଳି ଭଳି ହୋଇ ଯାଇଥିଲେ ସୋନାକ୍ଷୀ ।

ଏହାପରେ ବି କେବେ ଭାଙ୍ଗି ପଡ଼ି ନଥିଲେ । ଜୀବନର ଆଗକୁ ବଢି ଚାଲିଥିଲେ ସେ । ଆଉ ତାପରେ ଅନ୍ୟ ଜଣେ ଯୁବକଙ୍କ ସହିତ ହୋଇଥିଲା ଦେଖା । କିଛି ମାସର ପ୍ରେମ ଚାଲିଥିଲା କିନ୍ତୁ ହଠାତ୍ ପୁଅ ଘର ଲୋକ ତାଙ୍କ ବିବାହ ସ୍ଥିର କରାଇ ଦେଇଥିଲେ । ଆଉ ତାଙ୍କୁ ଅନ୍ୟ ଜାଗାରେ ବିବାହ କରାଇ ଦେଇଥିଲେ । ତେବେ ଜୀବନର ଆଉ ଏକ ବଡ ଧକ୍କା ମିଳିଥିଲା ତାଙ୍କୁ । ତେବେ ଏହାପରେ ବି ନିଜକୁ ଦୃଢ଼ କରି ଆଜି ଯାଏ ଆଗକୁ ବଢ଼ି ଚାଲିଛନ୍ତି ସୋନାକ୍ଷୀ । ଆଜି ବି ତାଙ୍କ ପ୍ରଥମ ପ୍ରେମିକ କଥା ମନେ ପକାଇ ଆଖିରୁ ଲୁହ ଗଡ଼ାଉଛନ୍ତି ସୋନାକ୍ଷୀ ।

Leave a Reply

Your email address will not be published. Required fields are marked *