ବର୍ଷା ଦିନ ଆରମ୍ଭ ହେଇନି ଓଡ଼ିଶା ବାସୀଙ୍କୁ ଘାରିଲାଣି ବନ୍ୟାର ଆଶଙ୍କା, ବଢ଼ି ଚାଲିଛି ହୀରାକୁଦ ଡ଼୍ୟାମରେ ପାଣିର ପ୍ରବାହ।

ପ୍ରତିବର୍ଷ ଓଡ଼ିଶା ଅନେକ ବନ୍ୟା ଏବଂ ବାତ୍ୟାକୁ ସାମ୍ନା କରେ କିନ୍ତୁ ଚଳିତ ବର୍ଷ ବର୍ଷା ଦିନ ଆରମ୍ଭ ନ ହେଇ ମଧ୍ୟ ଓଡ଼ିଶା ବାସୀଙ୍କୁ ଘାରିଲାଣି ବନ୍ୟାର ଚିନ୍ତା। ତାଳୁଆ ଅଞ୍ଚଳର ଲୋକଙ୍କୁ ଜାଗା ଖାଲି କରିବା ପାଇଁ କହି ପାରନ୍ତି ସରକାର। ହୀରାକୁଦ ଡ଼୍ୟାମରେ ବଢ଼ିଚାଲିଛି ପାଣିର ପରିମାଣ। ଏସବୁ କେବଳ ଛତିଶଗଡ ଡ୍ୟାମ ପାଇଁ ହେଇଛି।

ଦୀର୍ଘ ଦିନ ଧରି ମହାନଦୀର ଜଳକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବିବାଦ ଚାଲିଥିଲା। ମହାନଦୀର ଜଳରେ ପ୍ରବାହ ବଢ଼ି ବନ୍ୟା ଆସିଲେ ଛତିଶଗଡ ଓଡ଼ିଶାକୁ ଦୋଷ ଦିଏ ଏବଂ ଓଡ଼ିଶା ଛତିଶଗଡକୁ କିନ୍ତୁ ଏଥର ଓଡିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମୂଳ କାରଣ ହେଲା ଛତିଶଗଡ ରାଜ୍ୟ ସରକାରଙ୍କ।

ଲଗାତାର ବର୍ଷା ହେବାର କିଛି ଦିନ ପରେ ପାଣି ଛାଡିବା ପାଇଁ ହୀରାକୁଦ ଡ଼୍ୟାମରେ ୩୪ ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା। ଯେଉଁଥିପାଇଁ ଛତିଶଗଡ ଡ୍ୟାମରେ ପାଣିର ମାତ୍ରା ବଢିବାରେ ଲାଗିଲା। ସେଥିପାଇଁ ଛତିଶଗଡ ସରକାରଙ୍କ ମୁଖ୍ୟ ଇଞ୍ଜିନିୟର ରାକେଶ କୁମାର ନାଗରିଆ ଛତିଶଗଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କାରଣ ଓଡ଼ିଶା ବୋଲି ମିଡ଼ିଆ ଆଗରେ କହିଛନ୍ତି।

ସେ କହିଛନ୍ତି ହିରାକୁଦ ଡ୍ୟାମରେ ତ୍ରୁଟିପୂର୍ଣ୍ଣ ଭାବରେ ସ୍ଲୁଇସ୍ ଫାଟକକୁ ଖୋଲିବାରୁ ଏମିତି ପରିସ୍ଥିତି ସୃଷ୍ଟି ହେଇଛି। ଅତୀତରେ ମଧ୍ୟ ଓଡିଶାର ଚିଫ୍ ଇଞ୍ଜିନିୟରଙ୍କ ପାଇଁ ଛତିଶଗଡ ବାସୀଙ୍କୁ ବହୁତ୍ କିଛି ସହିବାକୁ ପଡ଼ିଛି। ଏଥିପାଇଁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ କିଛି ପଦକ୍ଷପ ନେଇ ନାହାନ୍ତି।

ସେଥିପାଇଁ ଏବେ ଆମେ ଆମ ନିଜ ସୁବିଧା ସୁଯୋଗ ଦେଖୁଛୁ। ଛତିଶଗଡ଼ ଡ୍ୟାମ ରେ ବିନା ସୂଚନାରେ ଫାଟକ ଖୋଲା ଯିବାରୁ ହିରାକୁଦ୍ ଡ୍ୟାମ୍ ଜଳମଗ୍ନ ହେବାପରେ କର୍ତ୍ତୃପକ୍ଷ ଫାଟକ ଖୋଲିବାକୁ ବାଧ୍ୟ ହେଇଛନ୍ତି। ଏହାଦ୍ୱାରା ନଦୀର ତଳୁଆ ଅଞ୍ଚଳରେ ବନ୍ୟାର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉଠିଛି।

Leave a Reply

Your email address will not be published. Required fields are marked *