ମୃ-ତ ଭାବି ଘର ଲୋକ କରି ଥିଲେ ଶୁ-ଦ୍ଧିକ୍ରି-ୟା । କିନ୍ତୁ ଦୀର୍ଘ ୩୫ ବର୍ଷ ପରେ ଘରକୁ ଫେରିଲା ପୁଅ । ଘ-ଟଣା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ ।

କଥାରେ ଅଛି , ” ଯାହାକୁ ରଖିବେ ଅନନ୍ତ , କି କରିପାରେ ବଳବନ୍ତ ।” ଅର୍ଥାତ ଭଗବାନ ଯାହାକୁ ରଖିବେ , ତାର କେହିବି କିଛି କ୍ଷ-ତି କରି ପାରିବେ ନାହିଁ । ଆଉ ବର୍ତ୍ତମାନ ଏହାର ଏକ ବାସ୍ତବ ଉଦାହରଣ ସବୁଠି ଚର୍ଚ୍ଚାରେ ରହିଛି । ଗତ ଦୀର୍ଘ ୩୫ ବର୍ଷ ତଳେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଜଣେ ବ୍ୟକ୍ତି , ଯାହାକୁ ଘର ଲୋକେ ମୃ-ତ୍ୟୁ ହୋଇ ଯାଇଛି ଭାବି ଶୁ-ଦ୍ଧିକ୍ରି-ୟା କରି ସାରିଥିଲେ, ସେ ବର୍ତ୍ତମାନ ଘରକୁ ହଠାତ ଫେରି ଆସିଛନ୍ତି ।ଯାହା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ଜନକ ବିଷୟ ଅଟେ । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଢୋଳମୋରା ଗ୍ରାମରେ ଏଭଳି ଏକ ଘ-ଟଣା ଘଟି ଯାଇଛି ।

ଖବର ମୁତାବିକ ୩୫ ବର୍ଷ ତଳେ ଘରର ଆର୍ଥିକ ଅ-ଭାବ କାରଣରୁ ରାଜସ୍ଥାନକୁ ଦାଦନ ଖଟିବାକୁ ଯାଇଥିଲେ ପାଣ୍ଡବ ସେଠୀଙ୍କ ପୁଅ ଜାମିନି ସେଠୀ । କିଛି ଦିନ କାମ କରିବା ପରେ ତାଙ୍କର ଆଉ କୌଣସି ଖୋଜ ଖବର ମିଳି ନଥିଲା । ଘର ଲୋକ ମଧ୍ୟ ବହୁତ ଖୋଜା ଖୋଜି କରିଥିଲେ ।

କିନ୍ତୁ ୨୦ ବର୍ଷ ତଳେ ଜଣେ ସମ୍ପର୍କୀୟଙ୍କ ସୁଲଭ ଠାରୁ ଖବର ପାଇଥିଲେ କି ଜାମିନିଙ୍କର ମୃ-ତ୍ୟୁ ହୋଇ ଯାଇଛି ବୋଲି । ଯାହାପରେ ଘର ଲୋକ ଜାମିନିଙ୍କର ଶୁ-ଦ୍ଧିକ୍ରି-ୟା କରିଥିଲେ । କିନ୍ତୁ ଦୀର୍ଘ ୩୫ ବର୍ଷ ପରେ ସେ ବର୍ତ୍ତମାନ ଘରକୁ ଫେରି ଆସିଛନ୍ତି । ଏହାକୁ ନେଇ ତାଙ୍କ ଭାଉଜ କହିଛନ୍ତି ଯେ ସେ ଗତ ୩୫ ବର୍ଷ ତଳେ କାମ କରିବାକୁ ବାହାରକୁ ଯାଇଥିଲେ ଏବଂ ମଝିରେ ମଝିରେ ଘରକୁ ପଇସା ପତ୍ର ପଠାଉ ଥିଲେ ମଧ୍ୟ ।

କିନ୍ତୁ କିଛି ଦିନ ପରେ ଆଉ ଟଙ୍କା ନଆସିବାରୁ ସେମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେଲେ । ଏମିତିକି ଘର ଲୋକ ତାଙ୍କର ଦୁର୍ଘ-ଟଣା ହୋଇଥିବା ଶୁଣିଥିଲେ । ଜଣେ ସମ୍ପ-ର୍କୀୟ ଲୋକ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିବା କହିଥିଲେ । ଯେଉଁ କାରଣରୁ ଘର ଲୋକ ତାଙ୍କର ଶୁ-ଦ୍ଧିକ୍ରି-ୟା କରିଥିଲେ । ମୁମ୍ବାଇର ଏକ ସ୍ବେଛାସେବୀ ସଂଗଠନ ଜାମିନିଙ୍କ ଠାରୁ ଠିକଣା ପାଇ ତାଙ୍କୁ ତାଙ୍କ ଗାଁରେ ପହଞ୍ଚାଇଛନ୍ତି । ଜାମିନିଙ୍କ ଦେହ ଅସୁସ୍ଥ ଥିବାରୁ ବର୍ତ୍ତମାନ ସେ କିଛିବି କହିପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ଜାମିନି ନିଜ ବଡ଼ ଭାଇ ଅମୂଲ୍ୟ ସେଠୀଙ୍କ ଘରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *