ଟଙ୍କା ନ ଦେଲେ ଜନ୍ମ କଲା ଶିଶୁକୁ ଘରକୁ ନେଇ ପାରିବନି ବୋଲି ଧ-ମକ ଦେଉଛନ୍ତି ନର୍ସ।

ଈଶ୍ବରଙ୍କ ପରେ ମଣିଷ ଡ଼ାକ୍ତରମାନଙ୍କୁ ଭଗବାନ୍ ବୋଲି ମାନନ୍ତି କିନ୍ତୁ ଆଜିର କେତେ ଗୁଡିଏ ଡ଼ାକ୍ତରମାନଙ୍କ ପାଇଁ ଲୋକମାନେ ଡାକ୍ତରଖାନା ଯିବାକୁ ରାଜି ହେଉନାହାନ୍ତି। ଡାକ୍ତରଙ୍କୁ ଆମେ ଭଗବାନ ବୋଲି ବିଶ୍ଵାସ କରୁ କିନ୍ତୁ ଯଦି ସେଇ ଭଗବାନ ଜଣେ ସାଧାରଣ ନବଜାତ ଶିଶୁକୁ ନିଜ ମାଆକୁ ଦେବା ପାଇଁ ଟଙ୍କା ମାଗିବେ ତେବେ ଭାବନ୍ତୁ ଲୋକମାନେ କେମିତି କାହା ଉପରେ ବିଶ୍ଵାସ କରିବେ। ଏମିତି କିଛି ଘ-ଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।

ସରକାର ସାଧାରଣ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦିନ ରାତି ଚେଷ୍ଟା କରୁଛନ୍ତି। ସାଧାରଣ ଲୋକମାନେ କେମିତି ଚିକିତ୍ସା ପାଇ ପାରିବେ ସେଥିପାଇଁ ସରକାରୀ ମେଡିକାଲ ଖୋଲା ହେଇଛି ସେଇ ସରକାରୀ ମେଡ଼ିକାଲରେ କେଉଁଠି ଡ଼ାକ୍ତର ନାହାଁନ୍ତି ତ କେଉଁଠି ସୁବିଧା ସୁଯୋଗ ନାହିଁ ଗଞ୍ଜାମ ସରକାରି ମେଡ଼ିକାଲରେ ସବୁ ସୁବିଧା ଥାଇ ମଧ୍ୟ ଶିଶୁ କନ୍ୟା ଜନ୍ମ ପରେ ଟଙ୍କା ମାଗୁଛନ୍ତି ନର୍ସ।

ଗତ ଏପ୍ରିଲ ୧୨ ତାରିଖ ବୁଧବାର ଦିନ ଗଞ୍ଜାମ ଡିମିଡିଆ ଗାଆଁର ଶିବାନୀ ପ୍ରଧାନ ସରକାରି ମେଡ଼ିକାଲରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ହେବାପରେ ଦୁଇ ନର୍ସ ଯୋସ୍ନାରାଣୀ ନନ୍ଦ ଏବଂ ଜୟନ୍ତି ପାତ୍ର ଆସି ଶିବାନୀଙ୍କ ଶାଶୂଙ୍କୁ ୨୦୦୦ ତାଙ୍କ ମାଗିଲେ କିନ୍ତୁ ସେ ଖୁସି ହେଇ ହାଜର ଟଙ୍କା ଦେଲେ ସେ ନ ନେବାରୁ ଶିବାନୀଙ୍କ ବାପା ଆଉ ୫୦୦ ତାଙ୍କ ଦେଲେ କିନ୍ତୁ ସେ କହିଲେ ଯଦି ଦୁଇ ହାଜର ଟଙ୍କା ନ ଦେବେ ତେବେ ଆମେ ଛୁଆକୁ ଦବୁନି। ଶିବାନୀଙ୍କ ଶାଶୂ କହିଲେ ମୋ ଦୁଇ ପୁଅ ପୋ-ଲିସ୍ ରେ ଅଛନ୍ତି ମୁଁ ତାଙ୍କୁ ସବୁ କଥା କହିବି କିନ୍ତୁ ସେ କିଛି ଶୁଣି ନଥିଲେ।

ଶିବାନୀଙ୍କ ସ୍ବାମୀ ଅଶୋକ ସାହୁ ଏବଂ ଦେଢ଼ସୁର ଅମିତ୍ ସାହୁ ରବିବାର ଦିନ ମେଡିକାଲ ରେ ପହଞ୍ଚି ଯେତେବେଳେ ପଚରା ଉଚରା କଲେ ସେତେବେଳେ ସେ ତାଙ୍କ ଆଣି ଗୋଟେ କୋଣରେ ରଖିଦେଲେ କିନ୍ତୁ ଅଶୋକ ଟଙ୍କା ନ ନେଇ ଗୋଟେ ଛୁଆ ଜନ୍ମ ପରେ ଗାଇଡ ଲାଇନ କଣ ରୁହେ ବୋଲି ପଚାରିଲେ କିନ୍ତୁ କେହି କିଛି ନ କହି କୁଆଡେ ପଳେଇଲେ।

Leave a Reply

Your email address will not be published. Required fields are marked *