ଓଡ଼ିଶାରେ ଚାଲିଛି ପୁଷ୍ପା-୨ ର ସୁଟିଂ, ସୁଟିଂ ଦେଖିବା ପାଇଁ ଗଦା ହେଇଛନ୍ତି ହଜାର ହଜାର ଲୋକ।

ଓଡ଼ିଶା ମାଲକାନାଗିରି ଜିଲ୍ଲାରେ ଚାଳିଛି ପୁଷ୍ପା-୨ ର ସୁଟିଂ। ଯାହାକୁ ଦେଖିବା ପାଇଁ ମାଲକାନାଗିରି ଜିଲ୍ଲାର କୋଣ ଅନୁକୋଣରୁ ଲୋକ ମାନେ ଆସୁଛନ୍ତି। ୨୦୨୧ ରେ ନିର୍ଦ୍ଦେଶକ ସୁକୁମାର ଏବଂ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ ର ସବୁ ରେକର୍ଡ କରିଦେଇଥିଲା। ଫିଲ୍ମ ରିଲିଜ ପରେ ଆପଣ ମାନେ ଯାହାକୁ ଦେଖିବେ ସମସ୍ତଙ୍କ ପାଟିରେ କେବଳ ଗୋଟେକଥା ପୁଷ୍ପା ଝୁକେଗା ନେହିଁ ସାଲା। ଫିଲ୍ମ ବକ୍ସ ଅଫିସରେ ୩୭୩ କୋଟି ଟଙ୍କା କମେଇ ସାରିବା ପରେ ନିର୍ଦ୍ଦେଶକ ସୁକୁମାର ପୁଷ୍ପା-୨ କଥା ଚିନ୍ତା କରିଥିଲେ।

ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଦମଦାର ଫାଇଟ ସହିତ ସେ କେମିତି ରକ୍ତ ଚନ୍ଦନ ଚୋ-ରି କରି ସହରରେ ବିକ୍ରି କରୁଛନ୍ତି ସେ ବିଷୟରେ ଦେଖିଥିବା ସହିତ ହିରୋଇନ୍ ରଶ୍ମିକାଙ୍କୁ ମଧ୍ୟ ଦେଖିଥିବେ। ଗତ କିଛି ଦିନ ହେଲା ଅଲୁ ଅର୍ଜୁନପୁଷ୍ପା-୨ ର ସୁଟିଂଙ୍କୁ ନେଇ ବହୁତ୍ ବେସ୍ତ ରହୁଛନ୍ତି। ସୁଟିଂ ପାଇଁ ତାଙ୍କୁ ଅନେକ ଜାଗାକୁ ଯିବାକୁ ପଡୁଛି। ସେଥିପାଇଁ ସେ ଏବେ ଓଡ଼ିଶା ଆସିଛନ୍ତି ସୁଟିଂ କରିବାକୁ।

ମାଲକାନାଗିରିର ପାଲେରୁ ନଦୀ କୂଳରେ ଏବେ ଚାଳିଛି ପୁଷ୍ପା-୨ ର ସୁଟିଂ। ଫିଲ୍ମ ସୁଟିଂ ପାଇଁ କୃତିମ ଚନ୍ଦନ କାଠ ସହିତ କୃତିମ ପଥର ମଧ୍ୟ ବହୁତ୍ ଆସିଛି। ଯେଉ କୃତିମ ଚନ୍ଦନ କାଠକୁ ଜଣେ ସାଧାରଣ ଲୋକ ଦେଖିଲେ ଜାଣି ପାରିବନି ଇଏ କୃତିମ ନା ସତ ରକ୍ତଚନ୍ଦନ କାଠ।

ମୈତ୍ରୀ ମୁଭି ପ୍ରଡକ୍ସନ ବସ ରେ ବସି ମାଲକାନାଗିରିରେ ସୁଟିଂ ପାଇଁ ଆସିଛନ୍ତି ତେଲୁଗୁ କଳାକାର। ପୁଷ୍ପା-୨ ର ଷ୍ଟୋରୀ ଅନୁସାରେ ପୁଷ୍ପା ତ୍ରିପୁରା ଜେ-ଲ୍ ରୁ ଖସି ଖୋର୍ଦ୍ଧା ଓଡ଼ିଶା ଦେଇ ଆନ୍ଧ୍ର ପଳେଇ ଯାଇଛି। ଏଇ କଥା ସ୍ଥାନୀୟ ବାସିନ୍ଦା ଜାଣିବାପରେ ଅଲୁ ଅର୍ଜୁନଙ୍କୁ ଦେଖା କରିବା ପାଇଁ ସୁଟିଂ ସେଟ୍ କୁ ଆସିଥିଲେ କିନ୍ତୁ କଡ଼ା ପୋ-ଲିସ୍ ସୁର-କ୍ଷା ପାଇଁ ସେ କିଛି ଦେଖିପାରି ନଥିଲେ।

Leave a Reply

Your email address will not be published. Required fields are marked *