ମାଲକାଗିରିରେ ମାଓବାଦୀ ନୁହେଁ ପୁଷ୍ପା କରିବ ରାଜ୍ ।

ଓଡ଼ିଶାର ଆଦିବାସୀ ଅପହଞ୍ଚ ଇଲାକା ଭାବେ ଦିନେ ବେଶ୍ ପରିଚିତ ଥିଲା ମାଲକାଗିରି ଜିଲ୍ଲା । ମାଲକାଗିରି ଜିଲ୍ଲା କହିଲେ ଲୋକେ ଭ-ୟରେ ଥରି ମଧ୍ୟ ଉଠୁଥିଲେ । କାରଣ ମାଓବାଦୀ ମାନଙ୍କ ପେଣ୍ଠସ୍ଥଳ ମାଲକାଗିରି ଜିଲ୍ଲାରେ ରାତିର ଅନ୍ଧାର କଥାତ ଦୂରର କଥା ଦିନରେ ମଧ୍ୟ ଲୋକେ ଭ-ୟ କରନ୍ତି । ହେଲେ ବର୍ତ୍ତମାନ ଓଡ଼ିଶାର ମାଲକାଗିରି ଜିଲ୍ଲାକୁ ନେଇ ହେଉଛି ଧୁମ୍ ଚର୍ଚ୍ଚା । କାରଣ ମାଲାକାନଗିରି ଅଞ୍ଚଳରେ ମାଓବାଦୀ ନୁହଁନ୍ତି ଏଥର ପୁଷ୍ପା କରିବ ରାଜ୍ ।

ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଅନେକ କଷ୍ଟରେ ଦିନେ ସମୟ ଅତି ବାହିତ କରୁଥିଲେ । ହେଲେ ଆଜି ସେହି ବଣ ପାହାଡ ପାଇଁ ସାଉଥ୍ ଫିଲ୍ମ ପୁଷ୍ପା ୨ ର ସୁଟିଙ୍ଗ ଲାଗି ଧାଇଁ ଆସିଛି ପୁଷ୍ପା ଟିମ୍ ମାଲକାଗିରି ଜିଲ୍ଲାକୁ । ଆଉ ବର୍ତ୍ତମାନ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ପୁଷ୍ପା ୨ ସୁଟିଙ୍ଗ ହେଉଥିବା ବେଳେ ଏବେ ମାଲକାଗିରିବାସୀ ନିଜର ବଣ ପାହାଡ ଇଲାକାକୁ ନେଇ ବେଶ୍ ଖୁସି ମଧ୍ୟ ଅଛନ୍ତି ।

ଦିନ ଥିଲା ଯେଉଁ ଜିଲ୍ଲା ଉପାନ୍ତ ଇଲାକାର ତ୍ୟାଗ ପାଇଥିଲା ମାଲକାନଗିରି ହେଲେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ହଟି ଯାଇଥିଲା ଟ୍ୟାଗ । କେବଳ ଟ୍ୟାଗ୍ ହଟିନି ଲୋକଙ୍କ ମନରୁ ଦୂରେଇ ମଧ୍ୟ ଯାଇଛି ମାଓବାଦୀଙ୍କ ଭ-ୟ । ଆଉ ବର୍ତ୍ତମାନ ସେହି ବଣ ପାହାଡ ଗଛ ଲତା ପ୍ରାକୃତିକ ସୌନ୍ଦର୍ୟ୍ଯକୁ ପୁରା ୱାଲଡ୍ ଦେଖିବ ବଡ ପରଦାରେ ।

ପୁଷ୍ପା ରାଜ୍ ର ମୁଖ୍ୟ ନାୟକ ଅଲୁ ଅର୍ଜୁନଙ୍କ ମେ ଝୁକେଗା ନେହିଁ ସାଲା ଡାଇଲଗ ରେ ପ୍ରକମ୍ପିତ ହେବ ପୁରା ମାଲକାଗିରି । ଆଉ ପଲରୁ ନଦୀରେ ଭାସିବ ରକ୍ତ ଚନ୍ଦନ କାଠ । ଏଥି ପାଇଁ ଜଙ୍ଗଲ ଭିତରେ ଚାଲିଛି ପୁଷ୍ପା ୨ ସୁଟିଙ୍ଗ । ପ୍ରାକୃତିକ ପରିବେଶ ଭିତରେ ପୁଷ୍ପା ୨ ର ସୁଟିଙ୍ଗ ହେଉଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍ ଅଧିକ ପସନ୍ଦ ଆସିଛି ।

ଯେତେବେଳେ ପ୍ରଥମେ ପୁଷ୍ପା ରାଜ୍ ମୁକ୍ତି ଲାଭ କରିଥିଲା ଏହି ଚଳଚ୍ଚିତ୍ରକୁ ସାରା ଦେଶ ବେଶ୍ ଅଧିକ ଭଲ ପାଇବା ଦେଇଥିଲା । ପୁଷ୍ପା ରାଜ୍ ଙ୍କ ଆକ୍ଟିଂ ଷ୍ଟାଇଲ କୁ ସମସ୍ତେ କପି କରି ସମସ୍ତେ କହୁଥିଲେ ମେ ଝୁକେଗା ନାହିଁ ଶାଲା । ତେବେ ଏହି ଷ୍ଟାଇଲ ଏମିତି ଭାବରେ ଭାଇରାଲ ହେଇଥିଲା ଯେ ସୋସିଆଲ ମିଡିଆରେ ପୁଷ୍ପା ରାଜ୍ ଯୁବ ପିଢୀମାନଙ୍କ ଠୁ ନେଇ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମାନେ ମଧ୍ୟ ଏହି ଷ୍ଟାଇଲ କୁ କପି କରୁଥିଲେ । ହେଲେ ବର୍ତ୍ତମାନ ପୁଷ୍ପା ୨ ସୁଟିଙ୍ଗ ହେଉଥିବା ବେଳେ ଏହି ସିନେମାକୁ ଭଲ ପାଉଥିବା ଯୁବ ପିଢ଼ି ଚାତକ ଭଳି ଚାହିଁ ରହିଛନ୍ତି ସିନେମାର ରିଲିଜକୁ ।

ତେବେ ପୁଷ୍ପା ୨ ମାଲକାଗିରି ଅଞ୍ଚଳରେ ସୁଟିଙ୍ଗ ହେଉଥିବାରୁ ଏଥର ଓଡ଼ିଶା ବାସୀ ବେଶ୍ ଖୁସି ମଧ୍ୟ ଅଛନ୍ତି । ମାଲକାଗିରି ବାସୀଙ୍କ ମନରେ ଖୁସିର ଉନ୍ମାଦ ମଧ୍ୟ ଦେଖିବାକୁ ମିଳିଛି । କାରଣ ପୁଷ୍ପା ରାଜ୍ ଏବେ ରାଜ୍ କରିବ । ଯେହେତୁ ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ଅଲୁ ଅର୍ଜୁନଙ୍କ ସମସ୍ତେ ବଡ ବଡ ଫ୍ୟାନସ ତେଣୁ ସମସ୍ତ ଙ୍କ ଅପେକ୍ଷା କେବେ ଓଡ଼ିଶା ଆସିବେ ଅଲ୍ଲ ଅର୍ଜୁନ ଆଉ କରିବେ ସୁଟିଙ୍ଗ । ହେଲେ ସେପଟେ ଯାହା କୁହାଯାଉଛି କି ଅଲୁ ଅର୍ଜୁନ ଶିକ୍ରେଟ ଆସିବେ ଆଉ ସୁଟିଙ୍ଗ କରି ଚାଲିଯିବେ । କାରଣ ଯଦି ତାଙ୍କ ପ୍ରଶଂସକ ମାନେ ଜାଣନ୍ତି ଅଲୁ ଆସିଛନ୍ତି ତେବେ ସୁଟିଙ୍ଗ ସେଟରେ ଗହଳି ହେବ ତେଣୁ ବର୍ତ୍ତମାନ ଅଲୁ ଅର୍ଜୁନ ସିକ୍ରେଟ ଆସିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *