୧୨ ବର୍ଷ ପରେ ଫେରିଲା ହଜି ଯାଇଥିବା ପୁଅ , ଅଜା ଆଈ ଆଖିରୁ ଝରାଇଲେ ଲୁହ

ସମସ୍ତେ ଭାବିଥିଲେ ପୁଅ ଆଉ ଫେରିବ ନାହିଁ । କାହିଁକି ନା ଏତେ ଛୋଟ ବୟସରୁ ସେ କୁଆଡେ ଚାଲି ଯାଇଥିଲା ସେ କଥା କେହି ଜାଣି ନଥିଲେ। ସମସ୍ତେ ଭାବି ଥିଲେ ପୁଅ ମ-ରି ଯାଇଛି ଆଉ ତାକୁ ସେମାନେ କେବେ ପାଖରେ ପାଇବେ ନାହିଁ । ସମସ୍ତଙ୍କ ଆଶା ଆଉ ନଥିଲା ଯେ , ପୁଅ ଦିନେ ଏମିତି ଫେରିବ ଆଉ ସମସ୍ତଙ୍କ ମୁଁହରେ ଖୁସି ଫେରାଇ ଆଣିବ।

କିନ୍ତୁ ବିଧିର ବିଧାନ କେ କରିବ ଆନ , ଯାହା ଭାଗ୍ୟରେ ଲେଖା ହୋଇଥାଏ । ତାହା ହିଁ ଭଗବାନ ନିଶ୍ଚିତ ଭାବରେ କରାଇ ଦେଇଥାନ୍ତି । ଶେଷରେ ସେହା ହୋଇଥିଲା । ଯାହା ଭଗବାନ ନିଜ କୃପା ଧାରା ବର୍ଷାଇ ଦେଇଥିଲେ ଆଉ ଶେଷରେ ଘରକୁ ଫେରି ଆସିଥିଲେ ହଜି ଯାଇଥିବା ପୁଅ । କେହି ସ୍ୱପ୍ନରେ ମଧ୍ୟ ଭାବି ପାରି ନଥିଲେ ଏମିତି ହେବ । କିନ୍ତୁ ତାହା ହିଁ ହୋଇଥିଲା ।

ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରି ଆସିଛି ପୁଅ । ତାକୁ ସମସ୍ତେ କୁଣ୍ଢାଇ ନେଇ ଆଉ କୋଳେଇ ନେଇ ଆଖିରୁ ଧାର ଧାର ଲୁ-ହ ଝରାଇ ଚାଲିଛନ୍ତି । ଆଉ ଅଜା ଆଇ ପାଖରେ ବସି ନାତି ଟୋକା ଗେଲ ହେବାରେ ଲାଗିଛି । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଘଟିଯାଇଛି , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ସମସ୍ତେ ସେହି ଉପରବାଲାକୁ ଧନ୍ୟବାଦ ଦେବାରେ ଲାଗିଛନ୍ତି ଆଉ କହି ଚାଲିଛନ୍ତି ଭଗବାନ ସତରେ ତେ କେତେ ମହାନ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କଳିନ୍ଦା ଗାଁରେ । ମାତ୍ର ୭ ବର୍ଷର ଥିବା ସମୟରେ ଶାନ୍ତନ୍ତୁ ନାମକ ଜଣେ ଛୋଟ ପିଲା ଘରୁ ଗାଆଁର ଲୋକ ମାନଙ୍କ ସହିତ ଦାଦନ ଖଟିବା ପାଇଁ ପଣ୍ଡିଚେରୀ ପଳାଇ ଯାଇଥିଲେ। ଆଉ ଏପଟେ ସମସ୍ତେ ବ୍ୟସ୍ତ ହୋଇଥିଲେ ।

ତେବେ ସେଠାରେ ଯାଇ ଶାନ୍ତନୁ ହଜି ଯାଇଥିଲା ଆଉ କଣ କରିବ ବୋଲି କିଛି ଜାଣି ପାରି ନଥିଲେ । କାହିଁକି ନା ସେତେବେଳେ ସେ ବହୁତ ଛୋଟ ଥିଲେ । ତେବେ ଦିନ ଗଡ଼ିବା ସହିତ ଶାନ୍ତନୁ ବଡ ହୋଇଥିଲେ ଆଉ ଧୀରେ ଧୀରେ ଦୁନିଆଁ ବିଷୟରେ ଜାଣିବା ଆରମ୍ଭ କରିଥିଲେ । ଏପଟେ ଶାନ୍ତନୁଙ୍କ ବାପା ମାଆ କେହି ନଥିବା ବେଳେ ସେ ନିଜ ଅଜା ଆଈ ପାଖରେ ରହୁଥିଲେ ।

ଏତେ ଦିନ ଘରକୁ ନ ଫେରିବା ପରେ ଅଜା ଆଈ ଅନେକ ଖୋଜାଖୋଜି ମଧ୍ୟ କରିଥିଲେ । କିନ୍ତୁ ଶେଷରେ ଭାବି ନେଇଥିଲେ ଯେ , ପୁଅ ଆଉ ଏ ଦୁନିଆଁରେ ନାହିଁ । ତେଣୁ ସେମାନେ ତାଙ୍କର ଶେ-ଷ କ୍ରିୟା ମଧ୍ୟ କରି ଦେଇଥିଲେ । କିନ୍ତୁ ସେପଟେ ଶାନ୍ତନୁ ଅନେକ ମାଲିକ ମାନଙ୍କ ସହିତ ଦେଖା ହୋଇଥିଲେ କିନ୍ତୁ ନିଜକୁ ଘରକୁ ଫେରିବାର ବାଟ ପାଇ ପାରି ନଥିଲେ ।

ଆଉ ସେପଟେ ସେମିତି ହିଁ ଦାଦନ ଖଟିବାରେ ଲାଗିଥିଲେ । ତେବେ ଏକଦା ଭଗବାନ ସାଜି ଉଭା ହୋଇଥିଲେ ଖୋର୍ଦ୍ଧା ଜିଲ୍ଲାର ରହିଥିବା ଜଣେ ଓଡ଼ିଆ ମାଲିକ । ସେ ଶାନ୍ତନୁଙ୍କ ଠାରୁ ନିଜର ସମସ୍ତ ଦୁଃ-ଖ କାହାଣୀ ଶୁଣି ଥିଲେ ଆଉ ନିଶ୍ଚିତ ଭାବରେ ସେ ଶାନ୍ତନୁଙ୍କୁ ଘରକୁ ଫେରାଇବା ପାଇଁ ବ୍ୟବସ୍ଥା କରିଥିଲେ । ଆଉ ତାହା ହିଁ ହୋଇଥିଲା । ସେ ବୁଝାବୁଝି କରି ନୟାଗଡ଼ ଜିଲ୍ଲାପାଳଙ୍କ ସହିତ ଭେଟ ହୋଇଥିଲେ ।

ଆଉ ଶେଷରେ ସେହି ବ୍ୟକ୍ତି ଜଣକ ନୟାଗଡ଼ ନେଇ ଆସିଥିଲେ ଶାନ୍ତନୁଙ୍କୁ । ଆଉ ବର୍ତ୍ତମାନ ସମୟରେ ୧୨ ବର୍ଷ ପରେ ନିଜ ଅଜା ଆଈଙ୍କୁ ପାଖରେ ପାଇ ଶାନ୍ତନୁ ଅତ୍ୟନ୍ତ ଖୁସି ଅଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ଅଜା ଆଈ ମଧ୍ୟ ନାତିକୁ ପାଖରେ ପାଇ ଆଖିରୁ ଲୁ-ହ ଝରାଇ ଚାଲିଛନ୍ତି । ଆଉ ମନ ଭରି ନାତିକୁ ଦେଖି ଦେଉଛନ୍ତି ଆଉ ଗେଲ କରିବାରେ ଲାଗି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *