ସ୍ଵାମୀଙ୍କ ଆୟୁଷ ମାତ୍ର ୬ ମାସ ଜାଣିଥିଲେ , ତଥାପି ହୋଇଥିଲେ ବାହା

କୁହାଯାଏ ପ୍ରକୃତ ପ୍ରେମ ଆଜି ବି ଅଛି । କିଛି ଲୋକ ଦୁନିଆଁରେ ଅଛନ୍ତି , ଯାହାଙ୍କ ଭଲ ପାଇବା ବାସ୍ତବରେ ବହୁତ କମ୍ ଲୋକଙ୍କୁ ମିଳିଥାଏ । ଆଉ ନିଜ ଭଲ ପାଇବା ଆଗରେ ସେମାନେ ଟଙ୍କା , ପଇସା , ରଙ୍ଗ , ଜାତି କିଛି ବି ଦେଖନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ସ୍ଵାମୀଙ୍କ ପାଇଁ ଏପରି କିଛି କରିଥିଲେ , ଯାହା ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନିଜ ସ୍ଵାମୀଙ୍କ ବଞ୍ଚିବାର ସମୟ ଆଉ ମାତ୍ର ୬ ମାସ ଅଛି ବୋଲି ଜାଣି ମଧ୍ୟ ସେ ନେଇଥିଲେ ଏପରି ପଦକ୍ଷେପ , ଯାହା ବିଷୟରେ ସମସ୍ତେ ଶୁଣିବା ପରେ ବାଃ ବାଃ କରିବାରେ ଲାଗିଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ , ଡିମ୍ପଲ ପରମାର ଏବଂ ତାଙ୍କ ସ୍ଵାମୀ ନିତେଶଙ୍କ କଥା । ଦୁହେଁ ଏକ କର୍ପୋରେଟ ସଂସ୍ଥାରେ ଦୁହିଁଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ଡିମ୍ପଲ ନିତେଶଙ୍କୁ ଭଲ ପାଇ ବସିଥିଲେ ବୋଲି କହିଛନ୍ତି । ସେତେବେଳେ ନୀତେଶଙ୍କ ପାଖରେ ଏତେ ଟଙ୍କା ପଇସା ନଥିଲା , ତଥାପି ସେ ନୀତେଶଙ୍କୁ ନିଜର କରିବେ ବୋଲି ଭାବି ନେଇଥିଲେ । ଏହାପରେ ଧିରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା । ଆଉ ନିତେଶ ମଧ୍ୟ ଡିମ୍ପଲଙ୍କୁ ଭଲ ପାଇ ବସିଥିଲେ । ତେବେ ଏହିପରି ସମ୍ପର୍କ ଆଗକୁ ବଢୁଥିବା ବେଳେ ମାଡ଼ି ଆସିଥିଲା ଝଡ ।

ଏକଦା ନୀତେଶ ଅସୁସ୍ଥ ଅନୁଭବ କରିଥିଲେ ଆଉ ଚିକିତ୍ସାରୁ ଜଣା ପଡ଼ିଥିଲା ଯେ , ସେ କ୍ୟାନ୍ସର ର ୩ ନମ୍ୱର ଷ୍ଟେଜରେ ଅଛନ୍ତି । ଯାହା ପରେ ଏହି କଥା ଡିମ୍ପଲ ଜାଣିବାକୁ ପାଇଥିଲେ । ତେବେ ଡାକ୍ତର ତାଙ୍କୁ ବଞ୍ଚାଇ ରଖିବାର ଗୋଟିଏ ଉପାୟ କେମୋଥେରାପି କହିଥିଲେ । ତେବେ ସେ କେମୋ ନେଇ ଚାଲିଥିଲେ । ପୁଣି ଥରେ ତାଙ୍କ ଏମଆରାଇ କରାଗଲା , ଯେଉଁଥିରୁ ଜଣା ପଡିଥିଲା ଯେ , କ୍ୟାନ୍ସର ତାଙ୍କ ଶରୀର ସାରା ବ୍ୟାପି ଯାଇଛି । ଯାହା ପରେ ଭାଙ୍ଗି ପଡ଼ି ନ ଥିଲେ ଡିମ୍ପଲ । ସେ ସବୁବେଳେ ନୀତେଶଙ୍କ ଯତ୍ନ ନେଉଥିଲେ ।

ନୀତେଶଙ୍କ ପାଖରେ ଆଉ ମାତ୍ର ଛଅ ମାସର ସମୟ ଅଛି ଜାଣି ମଧ୍ୟ ସେ ଏକ ମନ୍ଦିରରେ ବିବାହ କରିବା ପାଇଁ ସ୍ଥିର କରିଥିଲେ । ଆଉ ଶେଷରେ ବିବାହ କରିଥିଲେ । ତେବେ ଧିରେ ଧୀରେ ନୀତେଶଙ୍କ ଅବସ୍ଥା ବିଗିଡି ଯାଇଥିଲା ଆଉ ତାଙ୍କ ମୁଁହ ମଧ୍ୟ ଖରାପ ହେବାକୁ ଲାଗିଥିଲା । ଶେଷରେ ସେହି ଦିନ ଆସିଥିଲା , ଯେଉଁ ଦିନ ନୀତେଶ ନିଜର ଶେଷ ନିଃ-ଶ୍ୱାସ ତ୍ୟା-ଗ କରିଥିଲେ । ତେବେ ସେହି ଦିନ ଠାରୁ ଡିମ୍ପଲ ନିଜକୁ ଦୃଢ଼ କରିଥିଲେ ଆଉ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବେ ବୋଲି ମନ ବଳାଇ ଥିଲେ । ତେବେ ବର୍ତ୍ତମାନ ଡିମ୍ପଲ ଡାକ୍ତର ମାନଙ୍କ ସହିତ ମିଶି କ୍ୟାନ୍ସର ରୋଗୀଙ୍କ ଚିକିତ୍ସା କରୁଛନ୍ତି ।

Leave a Reply

Your email address will not be published. Required fields are marked *