ସ୍ତ୍ରୀ ନାମରେ ସ୍ୱାମୀ ଆଣିଲେ ସଙ୍ଗିନ ଅଭି-ଯୋଗ । କହିଲେ ସ୍ତ୍ରୀ ପର ପୁରୁଷ ସହିତ ଯାଉଛି OYO ।

ସ୍ୱାମୀ ଥାଉ ଥାଉ ଯଦି ସ୍ତ୍ରୀ ପର ପୁରୁଷ ସହିତ ମିଳାମିଶା କରେ କିମ୍ବା ହୋଟେଲ ରୁମକୁ ଯାଏ ତେବେ କଣ ଜଣେ ସ୍ୱାମୀ ଶାନ୍ତିରେ ରହି ପାରିବ ? ନିଶ୍ଚିତ ଭାବରେ ଜଣେ ସ୍ୱାମୀ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବ । ଆଉ ଯଦି ସ୍ତ୍ରୀ ନିଜ ସ୍ୱାମୀଙ୍କ ସାଙ୍ଗ ସହିତ OYO ଯାଏ ତେବେ ତାଠାରୁ ଆଉ କୁତ୍ସିତ କାର୍ଯ୍ୟ ଦୁନିଆରେ ନାହିଁ ।

ଘଟ-ଣା ଅନୁଯାୟୀ ଜଣେ ସ୍ୱାମୀ ବର୍ତ୍ତମାନ ନିଜ ସ୍ତ୍ରୀ ନାମରେ ଏପରି ଏକ ଅଭି-ଯୋଗ ଆଣିଛନ୍ତି । ଯାହା ଶୁଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସ୍ୱାମୀଙ୍କ ଅଭି-ଯୋଗ ଏହା ଯେ ତାଙ୍କ ସ୍ତ୍ରୀ ତାଙ୍କର ଜଣେ ସାଙ୍ଗଙ୍କ ସହିତ OYO ରୁମକୁ ଯାଉଛନ୍ତି । କିନ୍ତୁ ସାଙ୍ଗ ଏବଂ ସ୍ତ୍ରୀ ଏହି କଥାକୁ ସମ୍ପୂର୍ଣ୍ଣ ମି-ଛ ବୋଲି କହିଛନ୍ତି ।

ସ୍ୱାମୀଙ୍କ କହିବା ଅନୁଯାୟୀ ବିଲ୍ଡର ଅଫିସରେ କାମ କରୁଥିବା ଚିତ୍ତରଞ୍ଜନ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କ ସହିତ କୁଆଡ଼େ ତାଙ୍କ ସ୍ତ୍ରୀ OYO ଯାଇଥିଲେ । ଆଉ ତାହା ପୁଣି ରାତି ୧୨ ସମୟରେ । ସ୍ୱାମୀ ଡାକିଲେବି ସୁଦ୍ଧା ଆସି ନଥିଲେ । କିନ୍ତୁ ଏହି କଥାକୁ ସେମାନେ ଖାରଜ କରିବା ସହିତ ତାଙ୍କ ମୁହଁରେ ମା-ରି ଫୁଲାଇ ଦେଇଛନ୍ତି ।

କହିରଖିବୁ ଯେ ଜଟଣୀରେ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସହିତ ସ୍ୱାମୀ ସ୍ତ୍ରୀଙ୍କର ଦେଖା ହୋଇଥିଲା । ସ୍ୱାମୀ ସ୍ତ୍ରୀ ଉଭୟେ ଏକ ୟୁଟ୍ୟୁବ ଚ୍ୟାନେଲକୁ ନେଇ ସେଠାକୁ ଯାଇଥିବା କହିଛନ୍ତି । ଆଉ ସେହିଠାରେ ହିଁ ତାଙ୍କ ସ୍ତ୍ରୀ ଏବଂ ଚିତ୍ତ ରଞ୍ଜନ ଷଡ଼ଙ୍ଗୀଙ୍କର ଫୋନ ନମ୍ବର ସେୟାର ହୋଇଥିଲା । ଦୁହେଁ ଫୋନରେ କଥା ମଧ୍ୟ ହେଉଥିଲେ । ଭୁବନେଶ୍ବରରେ ସ୍ୱାମୀ ସ୍ତ୍ରୀ ଏକ ପ୍ରାଇ-ଭେଟ କମ୍ପାନୀରେ ଚାକିରୀ କରୁଥିଲେ ।

କିନ୍ତୁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଆସିବାର ସମୟ ଭିନ୍ନ ଥିବାରୁ ଚିତ୍ତ ରଞ୍ଜନ ଏବଂ ତାଙ୍କ ସ୍ତ୍ରୀ କୁଆଡ଼େ ଟ୍ରେନରେ ଆସୁଥିବା ସ୍ୱାମୀ କହିଛନ୍ତି । ଆଉ ବର୍ତ୍ତମାନ ସ୍ୱାମୀ ନିଜ ସ୍ତ୍ରୀକୁ ପାଖରେ ରଖିବେନି ବୋଲି କହିଛନ୍ତି । ସେପଟେ ଚିତ୍ତରଞ୍ଜନ କହିଛନ୍ତି ଯେ ସେ ରାତିରେ ଏକୁଟିଆ ଥିବାରୁ ତାଙ୍କ ସୁର-କ୍ଷା ପାଇଁ ସେ ତାଙ୍କୁ ଛାଡ଼ି ଯାଇ ନଥିଲେ । କିନ୍ତୁ ସେମାନେ OYO ଯାଇ ନଥିବା କହିଛନ୍ତି । ଏପଟେ ସ୍ତ୍ରୀ କହିଛନ୍ତି ଯେ ନବମ ଶ୍ରେଣୀରେ ତାଙ୍କୁ ମେଡିସିନ ଦେଇ କୁଆଡ଼େ ଜୋର ଜବ-ରଦସ୍ତ ବିବାହ କରିଥିଲେ । ତେବେ ତ-ଦନ୍ତ ପରେ କିଏ ସତ ଆଉ କିଏ ମି-ଛ କହୁଛି ସେ ବିଷୟରେ ପୁରା ତଥ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *