ଗାଆଁ ଦାଣ୍ଡରେ ଅଟକିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି, ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ କାଜୁ ପ୍ୟାକେଟ୍ ଦେଲେ ।

କଥାରେ ଅଛି ଛୋଟ ପିଲା ଭଗବାନ ସମାନ। ତାଙ୍କ ମନରେ ଛନ୍ଦ କପଟ କିଛି ନଥାଏ। ସେ କେବଳ ନିଜ ଲୋକଙ୍କ ପାଖରୁ ଏବଂ ଅନ୍ୟ ଲୋକଙ୍କ ପାଖରୁ କେବଳ ଟିକେ ଆଦର ଏବଂ ଭଲ ପାଇବା ପାଆନ୍ତି। ତାଙ୍କ ସହ ଟିକେ ଭଲରେ କଥା ହେଇ କିଛି ସମୟ ଖେଳିଦେଲେ ସେମାନେ ଖୁସି ହେଇ ଯାଆନ୍ତି। ସେଥିପାଇଁ ପ୍ରାୟ ସମସ୍ତେ ଛୋଟ ପିଲାଙ୍କୁ ବହୁତ୍ ଭଲ ପାଆନ୍ତି। ଠିକ୍ ସେମିତି ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଛୋଟ ପିଲାଙ୍କୁ ବହୁତ୍ ଭଲ ପାଆନ୍ତି।

ଗତ ବୁଧବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀରେ ଜଗନ୍ନାଥଙ୍କ ରଥ ଟାଣି ଓଡ଼ିଶା ବାସୀଙ୍କ ଶୁଭ ମନାସି ପୁରୀରୁ ଭୁବନେଶ୍ଵର ଫେରୁଥିଲେ। ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଲୋକନାଥ ରୋଡ ଦେଇ ଯାଉଥିଲା ସେତେବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ମଝି ରାସ୍ତାରେ ଅଟକି ଯାଉଥିଲା। ସେଥିପାଇଁ ପଛରେ ଏବଂ ଆଗରେ ଯାଉଥିବା ସୁର-କ୍ଷା କର୍ମୀ ମାନେ ବ୍ୟସ୍ତ ହୋଇ ନିଜ ନିଜ କାର ରୁ ବାହାରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଖକୁ ଗଲେ।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ରୋଡ଼ରେ ଖେଳୁଥିବା ଛୋଟ ଛୋଟ ପିଲାଙ୍କୁ ଦେଖି ଅଟକି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଗାଆଁ ଦାଣ୍ଡରେ ରହିବାରୁ ଲୋକ ଏବଂ ପିଲାଙ୍କ ଭିଡ଼ ଜମିଥିଲା ସେଇ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ କାରର ଗ୍ଲାସ ଡାଉନ୍ କରି ପିଲା ମାନଙ୍କୁ ପାଖକୁ ଡ଼ାକିଲେ ଏବଂ ସେମାନଙ୍କ ନାଁ ପଚାରି କିଛି ସମୟ କଥା ହେଲେ।

ପିଲା ମାନେ ତାଙ୍କୁ ଫୁଲ ତୋଡା ଏବଂ କାଜୁ ପ୍ୟାକେଟ ଦେଇଥିଲେ ଏବଂ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାଙ୍କ ଶ୍ରଦ୍ଧାକୁ ବହୁତ୍ ଖୁସି ହେଇଥିଲେ। ଆପଣ ମାନେ ଆଗରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ସେ ପିଲାଙ୍କ ସହ ଖେଳୁଛନ୍ତ, ବୁଲୁଛନ୍ତି ଏବଂ କଥା ହେଉଛନ୍ତି।

Leave a Reply

Your email address will not be published. Required fields are marked *