ଟ୍ରେନ୍ ଟ୍ରାକରେ ବସି ଫୋନରେ କଥା ହେଉଥିଲା ଝିଅ, ସେତେବେଳେ ତା ଉପର ଦେଇ ଚାଲିଗଲା ଟ୍ରେନ୍, ଦେଖନ୍ତୁ ଭିଡିଓ:-

ବେଳେବେଳେ ଜୀବନରେ ଆମେ ଏତେ ଦାୟିତ୍ଵହିନ ହୋଇଯାଉ ଯେ ଆମକୁ ନିଜ ଜୀବନର ମଧ୍ଯ ଧ୍ୟାନ ରୁହେ ନାହିଁ । ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଥାଏ । ଆଜି ବି ଏକ ସେହିଭଳି ଭିଡିଓ ଭାଇରାଲ ହୋଇଛି, ଯାହା ଦେଖି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଏହି ଭିଡିଓଟି କେତେ ସତ୍ୟ ତାହା ଆମେ ଆଦୌ ନିଶ୍ଚିତ କରୁନାହୁଁ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଝିଅ ରେଲୱେ ଟ୍ରାକରେ ଆରାମରେ ବସି ଫୋନ୍ ରେ କଥା ହେଉଛି ଏବଂ ତା’ପରେ ହଠାତ୍ ଟ୍ରେନ୍ ଆସି ଝିଅଟି ଉପରେ ଚାଲିଯାଉଛି ।

ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ଝିଅ କିପରି ବେପରୁଆ ଭାବରେ ଫୋନରେ କଥା ହେଉଛି । ଟ୍ରେନ୍ ଅତିକ୍ରମ କରିଯିବା ପରେ ମଧ୍ୟ ସେ ନଅଟକି ଫୋନରେ କଥା ହେଇ ହେଇ ଉଠନ୍ତି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ କ୍ରୋଧିତ ହେଉଛନ୍ତି । ଏହି ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଲୋକମାନେ କହୁଛନ୍ତି ଯେ ଏହି ଝିଅଟିକୁ ତାଙ୍କ ଜୀବନର ଭୟ ନାହିଁ ।

https://twitter.com/ipskabra/status/1513858274034348035?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1513858274034348035%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fthe-girl-was-talking-on-the-phone-while-sitting-on-the-track-only-then-the-train-passed-over-the-video-will-shock-2885151

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦିପାଂସୁ କାବ୍ରା @ipskabra ନାମକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ 75 ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓରେ ଅନେକ ଲୋକ କମେଣ୍ଟ୍ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା କ୍ରୋଧିତ ହୋଇ କହିଛନ୍ତି ଯେ – ସେ କ’ଣ ମରିବାକୁ ଯାଇଥିଲେ, ଫୋନ୍ ଆସିବା ମାତ୍ରେ ମନ ବଦଳିଗଲା । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ – ତାଙ୍କୁ ଏକ ମେଡାଲ ଦିଆଯାଉ । ତାଙ୍କ ଉପର ଦେଇ ମାଲଗାଡି ଚାଲିଗଲା କିନ୍ତୁ ରିଆକ୍ସନ୍ ଏପରି ଯେପରି ଏହା ତାଙ୍କ ପ୍ରତିଦିନର କାମ ।

Leave a Reply

Your email address will not be published. Required fields are marked *