ରାତିରେ ଛାତ ଉପରେ ପ୍ରେମ କରୁଥିଲା ଝିଅ , ଆଉ ବାପା ଦେଖିବା ପରେ କଲା କିଛି ଏହିଭଳି

ଆଜିକା ସମୟରେ ଯୁବକ ଯୁବତୀ ପ୍ରେମ ନାମରେ ଖାଲି ପ୍ରହସନ ଚଳାଇଛନ୍ତି । କିଏ ସତରେ ପ୍ରେମ କରୁଛି ତ ଆଉ କିଏ ଖାଲି ନିଜର ଶାରୀ-ରିକ ତୃଷ୍ଣା ମେଣ୍ଟାଇବା ପାଇଁ ପ୍ରେମର ନାଟକ କରୁଛି । ଯେଉଁଥିରେ ଅନେକ ନି-ରୀହ ଜୀବନ ଫ-ସି ଯାଉଛନ୍ତି । ଲୋକ ଦେଖାଣିଆ ପ୍ରେମ କରିବେ , ଆଉ ପରିବାର ଲୋକେ ଜାଣିଲେ ସବୁ ସ-ମ୍ପର୍କ ତୁଟାଇ ଦେଇ ଚାଲିଯିବେ । ତେବେ ଏମିତି ଅନେକ ଘଟ-ଣା ବର୍ତ୍ତମାନ ଶୁଣିବାକୁ ମିଳୁଛି , ଯେଉଁଠି ଯୁବକ ଯୁବତୀ ପ୍ରେମରେ ଧୋ-କା ଦେଉଛନ୍ତି । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘ-ଟଣା ବିଷୟରେ କହିବୁ ।

ଯେଉଁଠି ଯୁବକ ଯୁବତୀ ଛାତ ଉପରେ ପ୍ରେମ କରୁ କରୁ ଯୁବତୀଙ୍କ ବାପା ଦେଖି ନେଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘଟ-ଣା କେନ୍ଦ୍ରାପଡା ଜିଲ୍ଲାର ଅଟେ । ନିକିରାଇ ଗାଁର ଚକ୍ରଧର ମଲିକଙ୍କ ପୁଅ ଜନ୍ମେଞ୍ଜୟ ମଲିକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ସାତ ବର୍ଷ ହେଲା ପ୍ରେମ କରୁଥିଲେ । ଆଉ ଉଭୟଙ୍କ ପ୍ରେମ କଥା ଯେତେବେଳେ ଘର ଲୋକ ଜାଣି ପାରିଲେ ସେତେବେଳେ ଯୁବକ ଜଣକ ଯୁବତୀଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଘ-ଟଣା ଏହା ଥିଲା ଯେ ପ୍ରେମିକା ଘରର ଛାତ ଉପରେ ଦୁହେଁ ଏକାଠି ହୋଇଥିଲେ ଏବଂ ରୋ-ମାନ୍ସ କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ରୋ-ମାନ୍ସ କରିବା ବେଳେ ଯୁବତୀଙ୍କ ବାପା ସେଠାରେ ପହଞ୍ଚି ଯାଇଥିଲେ ।

ଝିଅକୁ ଏଭଳି ଅବସ୍ଥାରେ ଦେଖି ବାପା ପୁରାପୁରି ରା-ଗି ଯାଇଥିଲେ । ସେପଟେ ପ୍ରେମିକବି ଝିଅର ବାପର ରା-ଗ ଦେଖି ଡ-ରି ଯାଇଥିଲା ଏବଂ ସେହି କ୍ଷଣରେ ହିଁ ସେଠାରୁ ଚମ୍ପ-ଟ ମା-ରିଥିଲେ । କିନ୍ତୁ ବାପ ନିଜ ଝିଅର ଏଭଳି କାର-ନାମା ଦେଖି ତାକୁ ଘରୁ ତଡ଼ି ଦେଇଥିଲେ । ତେବେ ଘରୁ ବାହାର କରିଦେବା ପରେ ଝିଅଟି ସିଧା ଯାଇ ପ୍ରେମିକର ଘରେ ପହଞ୍ଚିଥିଲା । କିନ୍ତୁ ସେତେବେଳେ ପ୍ରେମିକର ଅସଲ ରୂପ ଜଣା ପଡ଼ିଥିଲା । ଯୁବତୀଙ୍କୁ ନିଜ ଘରେ ଦେଖି ଯୁବକ ଜଣକ ତାକୁ ନଚିହ୍ନିଲା ଭଳି ବ୍ୟବହାର କରିଥିଲା । କିଛି ସମୟ ପୂର୍ବରୁ ଯେଉଁ ଝିଅ ସହ ରୋ-ମାନ୍ସ କରୁଥିଲା , କିଛି ସମୟ ପରେ ସେହି ଝିଅକୁ ହିଁ ଚିହ୍ନିବାକୁ ମନା କରିଦେଲା ଯୁବକ ।

ଯୁବତୀ ଜଣକ କେବେ କଳ୍ପନା ବି କରି ନଥିଲେ ଯେ , ଯେଉଁ ଯୁବକକୁ ସେ ନିଜର ଭାବି ପ୍ରେମ କରିଥିଲେ , ସେ ହିଁ ଅଧା ରାସ୍ତାରେ ହାତ ଛାଡ଼ିଦେବ ବୋଲି । ତେବେ ସେଠାରେ ଯୁବତୀ ଜଣକ ପ୍ରେମିକକୁ ଯେତେ ଅନୁରୋଧ ନେହୁରା ହେଲେ ମଧ୍ୟ ଯୁବକ ଜଣକ ତାର କିଛି କଥା ଶୁଣି ନଥିଲା ଏବଂ ତାକୁ ଘର ଭିତରକୁ ନେଇ ନଥିଲା ।ଆଉ ଶେଷରେ ପ୍ରେମିକ ରାତି ଅଧରେ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଛି । କିନ୍ତୁ ଯୁବତୀ ଜଣକ ରାତି ଅଧାରୁ ଯୁବକଙ୍କ ଘର ସାମ୍ନାରେ ସେମିତି ଅପେକ୍ଷା କରି ବସି ରହିଛନ୍ତି । ହାଡ଼ ଭଙ୍ଗା ଶୀତରେ ଥରି ଥରି କାକରରେ ବସିଛନ୍ତି ଯୁବତୀ ଜଣକ । ସବୁ ବଦ-ନାମକୁ ସହିଯାଇ ଯୁବକଙ୍କ ହାତ ଧରି ଜୀବନ ସାରା ବଞ୍ଚିବ ବୋଲି ଭାବିଛି । କିନ୍ତୁ ପ୍ରେମିକର ସେଭଳି ଚିନ୍ତାଧାରା ନାହିଁ ।

Leave a Reply

Your email address will not be published. Required fields are marked *