୭ ଭାରତର ସବୁଠାରୁ ଧନୀ ଭିକାରୀ । ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭିକ୍ଷା ବୃତ୍ତିକୁ ପୂର୍ବରୁ ଅଲଗା ନଜରରେ ଦେଖା ଯାଉଥିଲା । ମାତ୍ର ଏହି ଭିକ୍ଷା ବୃତ୍ତି କାରଣରୁ କିଛି ଭିକାରୀ କୋଟି କୋଟି ଟଙ୍କା କମେଇ ପାରୁଛନ୍ତି । ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ବାସ୍ତବରେ ହିଁ ଏହି କଥାରେ ସତ୍ୟତା ରହିଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ସାତ ଜଣ ଭିକାରୀଙ୍କ ବିଷୟରେ କହିବୁ ଯେଉଁମାନେ ଭାରତର ସବୁଠାରୁ ଧନୀ ଭିକାରୀ ଅଟନ୍ତି । ଆପଣ ଦିନସାରା ଖଟି ଯେତିକି କମେଇ ପାରୁ ନଥିବେ ସେମାନେ ତାଠାରୁ ଅଧିକ କମାଉଛନ୍ତି ।

ବର୍ତ୍ତମାନ କଥା କହିବାକୁ ଗଲେ ଭାରତରେ ଚାରି ଲକ୍ଷରୁ ଅଧିକ ଭିକାରୀ ରହୁଛନ୍ତି । ତେବେ ସାଧାରଣ ଭାବରେ ଭିକାରୀ ମାନେ ଦିନକୁ ଶହେ ରୁ ପାଞ୍ଚ ଶହ ଟଙ୍କା ରୋଜଗାର କରୁଥିବେ । ମାତ୍ର କିଛି ଭିକାରୀ ଏମିତି ବି ଅଛନ୍ତି ଯେଉଁମାନେ ଦିନକୁ ହଜାରେ ରୁ ଦୁଇ ହଜାର ଟଙ୍କା କମାଉଛନ୍ତି । ଆଜି ଆମେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ବିଷୟରେ କହିବୁ । ଭାରତଜୟୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ଭିକାରୀ ଯିଏକି ମାସକୁ ୭୫,୦୦୦ ଟଙ୍କା କମେଇ ପାରୁଛନ୍ତି । ତେବେ ଏପରି କୁହାଯାଉଛି ଯେ ନିକଟରେ ଭାରତଜୟି କୁଆଡ଼େ ଦୁଇଟି ଅପାର୍ଟମେଣ୍ଟ କିଣିଛନ୍ତି ଯାହାକୁ ସେ ଭଡ଼ାରେ ଲଗାଇଛନ୍ତି ।

ସେହି ଦୁଇଟି ଅପାର୍ଟମେଣ୍ଟର ରେଟ ରହିଛି ୭୦ ଲକ୍ଷ ଟଙ୍କା । ଦ୍ଵିତୀୟରେ ଅଛନ୍ତି ସବିତା ଦେବୀ । ଯିଏକି ପାଟଣାର ଅଶୋକା ସିନେମା ହଲ ପାଖରେ ଭିକ୍ଷା ବୃତ୍ତି କରନ୍ତି । ସେ ମାସକୁ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା କମେଇ ପାରନ୍ତି । ଏମିତିକି ସେ ବାର୍ଷିକ ୩୬ ହଜାର ଟଙ୍କାର ଇନ୍ସୁରାନ୍ସ ମଧ୍ୟ କରିଛନ୍ତି । ତୃତୀୟରେ ହେଉଛନ୍ତି ସମ୍ଭାଜିକଲେ ଯାହାଙ୍କର ବ୍ୟାଙ୍କ ବାଲାନ୍ସ ରହିଛି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ସେ ପ୍ରାୟତଃ ମୁମ୍ବାଇର ଖୋର ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଏମିତିକି ଏପରି କୁହାଯାଉଛି ଯେ ସୋଲାପୁରରେ ତାଙ୍କ ନାମରେ ବହୁତ ସମ୍ପତ୍ତି ରହିଛି ।

କେହି ଜଣେ ଧନୀ ବ୍ୟକ୍ତି ତାଙ୍କ ନାମରେ ସମ୍ପତ୍ତି କିଣିଛନ୍ତି । ଯାହାର ଫାଇଦା ତାଙ୍କୁ ମିଳୁଛି । ଚତୁର୍ଥରେ କୃଷ୍ଣା କୁମାର ଗିତେ । ଯିଏକି ମୁମ୍ବାଇରେ ରହୁଛନ୍ତି । ସେ ଅନେକ ସମୟରେ ଚରଣୀ ରୋଡ଼ରେ ଭିକ୍ଷା ବୃତ୍ତି କରୁଥିବାର ଦେଖାଯାଇଥାଏ । ସେ ଦୈନିକ ୧୫୦୦ ଟଙ୍କା କମେଇ ପାରୁଛନ୍ତି । ଏମିତିକି ସେ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ଏକ ଅପାର୍ଟମେଣ୍ଟ ମଧ୍ୟ କିଣିଛନ୍ତି । ଏହାପରେ ଅଛନ୍ତି ଲକ୍ଷ୍ମୀ ଦାସ । ପ୍ରାୟ ୧୬ ବୟସରୁ ସେ ଭିକ୍ଷା ବୃତ୍ତି କରିବା ଆରମ୍ଭ କରି ଦେଇଥିଲେ । ଏବେକା ସମୟରେ ସେ ମାସିକ ୩୦ ହଜାର ଟଙ୍କା କମେଇ ପାରୁଛନ୍ତି ।

କୋଲକାତାର ସେ ସବୁଠାରୁ ଧନୀ ଭିକାରୀ ଅଟନ୍ତି । ଏହାପରେ ଅଛନ୍ତି ମାସୁକ ଯାହାଙ୍କ ବୟସ ବହୁତ । ତାଙ୍କ ଭିକ୍ଷା ବୃତ୍ତି କରିବାର ସମୟ ସନ୍ଧ୍ୟା ର ରୁ ଏବଂ ସେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଭିକ୍ଷା ବୃତ୍ତି କରିଥାନ୍ତି । ତାଙ୍କର ଦୈନିକ ଇନକମ ହଜାରେ ରୁ ୧୫୦୦ ମଧ୍ୟରେ ରହିଛି । ସେ ମଧ୍ୟ ଏକ ଅପାର୍ଟମେଣ୍ଟ କିଣିଛନ୍ତି । ଶେଷରେ ଅଛନ୍ତି ପପୁ କୁମାର । ତାଙ୍କ ପାଖରେ ଏକ କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେ ପାଟଣା ଷ୍ଟେସ-ନରେ ଭିକ୍ଷା ବୃତ୍ତି କରିଥାନ୍ତି ।

Leave a Reply

Your email address will not be published. Required fields are marked *