ବାପା ମାଆଙ୍କୁ ଘରୁ କରିଥିଲେ ବାହାର , ନିଜ କର୍ମ ଫଳ ଭୋଗିଲେ ଝିଅ ଜ୍ବାଇଁ

ବାପା ମାଆଙ୍କ ପାଇଁ ସେମାନଙ୍କ ସନ୍ତାନ ମାନେ ବହୁତ ଜରୁରୀ ହୋଇଥାନ୍ତି । ସେମାନେ ନିଜ ପିଲାମାନଙ୍କ ପାଇଁ କିଛି ବି କରିବାକୁ ରାଜି ଥାଆନ୍ତି । ନିଜ ପିଲା ମାନେ ଯେତେ ବି ଦୃଷ୍ଟ ହୋଇ ଥାଆନ୍ତୁ ନା କାହିଁକି କି ଯେତେ ବଡ ହୋଇ ଯାଆନ୍ତୁ , ସେମାନଙ୍କ ଆଗରେ ସବୁବେଳେ ଛୋଟ ହୋଇଥାନ୍ତି । ତେଣୁ ଯଦି ବାପା ମା ଙ୍କୁ ବୃଦ୍ଧା ସମୟରେ ପୁଅ ଝିଅ ସେବା ନକରି ପାରିବେ କିମ୍ବା ଯତ୍ନ ନନେଇ ପାରିବେ ତେବେ ସେଭଳି ସନ୍ତାନ ହୋଇ ବା ଲାଭ କଣ । ଆଉ ଏମିତିକି ସନ୍ତାନକୁ ଉପଯୁକ୍ତ ଶାସ୍ତି ଦେଇଛନ୍ତି ବୁଢ଼ା ବାପା ମା’ । ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ।

ବାପା ମା’ ର ସେବା ଯଦି କରିବନି ତେବେ ଯୌ-ତୁକ ଫେରାଇ ଦିଅ । ଏମିତି କିଛି ଅଭି-ଯୋଗ ନେଇ ଧଉଳି ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ବୁଢ଼ା ବାପା ମା’ । ଶେଷରେ ମୁଣ୍ଡ ଆଉଁସି ଯୌ-ତୁକ ଫେରାଇ ଦେଇଥିଲେ ଝିଅ ଜ୍ୱାଇଁ । ତେବେ ଏମିତି ଏକ ଭିଡ଼ିଓକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି ଏହି ଘ-ଟଣା ପରେ ବାପା ମା ଏବଂ ସନ୍ତାନ ମଧ୍ୟରେ ସ-ମ୍ପର୍କ ବିଷୟରେ ଚର୍ଚ୍ଚା ହେଉଛି ଏବଂ କିଭଳି ଭାବରେ ବିବାହ ପରେ ସନ୍ତାନ ମାନେ ନିଜ ବାପା ମା’ ଙ୍କୁ କଷ୍ଟ ଦେଉଛନ୍ତି ତାହାର ଗୋଟିଏ ଗୋଟିଏ ଉଦାହରଣ ଶୁଣିବାକୁ ମିଳୁଛି ।

ତେବେ ରାଜଧାନୀରେ ଘଟିଥିବା ଏହି ଘଟ-ଣାର ସତ୍ୟତା ହେଉଛି ଯେ ବୃଦ୍ଧ ବାପା ମା’ ଭଲ ଘର ଏବଂ ଭଲ ବର ଦେଖି ଖୁବ ଧୂମଧାମରେ ବଡ଼ ଝିଅର ବିବାହ କରାଇ ଥିଲେ । ବିବାହ ବେଳେ ସୁନା ଗହଣା , ନାମିଦାମୀ ଘରକରଣା ସାମଗ୍ରୀ ଏବଂ ଯୌ-ତୁକ ବାବଦକୁ ଟଙ୍କା ମଧ୍ୟ ଦେଇଥିଲେ । ତେବେ ପୁଅ ନଥିବାରୁ ବୁଢ଼ା ବୁଢ଼ୀ ଝିଅ ଜ୍ୱାଇଁଙ୍କ ପାଖରେ ହିଁ ରହୁଥିଲେ । ଏମିତିକି ଚାକିରୀ କାଳରେ ଯାହା ରୋଜଗାର ହେଉଥିବା ସେସବୁକୁ ଝିଅ ଜ୍ୱାଇଁଙ୍କୁ ହିଁ ଧରାଇ ଦେଉଥିଲେ । ମାତ୍ର ସବୁବେଳେ ସମୟ ସମାନ ନଥାଏ । ତେଣୁ ସମୟ ବଢ଼ିବା ସହିତ ବୃଦ୍ଧ ଅବସ୍ଥା ଆସିଲା ଏବଂ ବାପା ମା’ ଅଚଳ ହୋଇଗଲେ ।

ଆଉ ସେତେବେଳେ ଝିଅ ଜ୍ୱାଇଁ ତାଙ୍କୁ ବାହାର କରିଦେଲେ । ଯେଉଁ କାରଣରୁ ବାଧ୍ୟ ହୋଇ ବୁଢ଼ା ବାପା ମା’ ଥା-ନାରେ ଝିଅ ଜ୍ୱାଇଁ ନାମରେ ଅଭି-ଯୋଗ ଦେଇଥିଲେ । ଏହାସହିତ ଯୌ-ତୁକ ଦାବି ଫେରାଇ ଦେବାକୁ ମଧ୍ୟ ଦାବି କରିଥିଲେ । ଥା-ନା ବାଲା ଉଭୟଙ୍କ ମଧ୍ୟରେ ମିମାଂସା କରିବାକୁ ଚେଷ୍ଟା କରିଥିଲେ ହେଁ ବି-ଫଳ ହୋଇଥିଲେ । ତେବେ ପରିସ୍ଥିତି ଏପରି ହୋଇଥିଲା ଯେ ଶେଷରେ ନିଜ ଝିଅକୁ ଖୁବ ଆଦରରେ ଦେଇଥିବା ଯୌ-ତୁକ ଜିନିଷ ସବୁକୁ ବାପା ମା’ ଟ୍ରକରେ ଫେରାଇ ଆଣିଛନ୍ତି । ତେବେ ଏପରି କରିବା ମଧ୍ୟ ଯଥାର୍ଥ ହୋଇଛି । କାରଣ ଯେଉଁ ସନ୍ତାନ ପାଇଁ ବାପା ମା’ ଏତେ କିଛି କ-ଷ୍ଟ କରିଥିଲେ ସେ ଯଦି ଏମିତି କରେ ତେବେ ଏପରି କରିବା ଉଚିତ ।

Leave a Reply

Your email address will not be published. Required fields are marked *