ଲିଭର ଟ୍ରାନସପ୍ଲାଣ୍ଟ ବିଷୟରେ ଡ଼ାକ୍ତର ସମସ୍ତଙ୍କୁ ସବୁ କଥା ବୁଝାଇଲେ କିନ୍ତୁ କେହି ଲିଭର ଦେଇ ପାରିଲେନି।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣି ଥିଲା। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧଥିଲେ। କିନ୍ତୁ ଗତ କିଛି ଦିନ ତଳେ ସେ ଲିଭର ଜନିତ କିଛି ରୋଗରେ ପୀ-ଡିତ ହେଇ ହସ୍ପିଟାଲରେ ପଡିଥିଲେ। ଲିଭର ଟ୍ରାନସପ୍ଲାଣ୍ଟ କରି ହେବନି ବୋଲି ଭୁବନେଶ୍ୱର ମେଡ଼ିକାଲ ତାଙ୍କୁ ଦିଲ୍ଲୀ ଯିବାକୁ କହିଥିଲେ। ମନରେ ଦୃଢ଼ ବିଶ୍ଵାସ ନେଇ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଥିଲେ କିନ୍ତୁ ମାର୍ଚ୍ଚ ୧ ତାରିଖ ବୁଧବାର ରାତିରେ ସେ ମେଡ଼ିକାଲରେ ମୃ-ତୁ ବରଣ କରିଛନ୍ତି।

ଭୁବନେଶ୍ୱରରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ହାଇଦ୍ରାବାଦ ମେଡିକାଲ ଯିବାପରେ ମଧ୍ୟ ପିଣ୍ଟୁ ନନ୍ଦଙ୍କୁ ଗୋଟେ ଲିଭର ମିଳିନଥିଲା। ଦିଲ୍ଲୀରେ ଆମ ଓଡ଼ିଆ ଚଳଚ୍ଚିତ୍ର ଏବଂ କଳାକୁ ଭଲ ପାଉଥିବା ଜଣେ ଓଡ଼ିଆ ଡାକ୍ତର ପିଣ୍ଟୁଙ୍କ ପରି ଜଣେ କଳାକାରଙ୍କୁ ଭଲ କରିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହେଇ ନଥିଲା।

ସେ ଘର ଲୋକ ଏବଂ ଅନ୍ୟ ମାନଙ୍କୁ ବୁଝେଇ କହିଥିଲେ ଲିଭର ହେଲା ଝିଟିପିଟି ଲାଞ୍ଜ ପରି ଯେମିତି ଝିଟିପିଟି ଲାଞ୍ଜ କ-ଟି ଗଲେ ତାର କିଛି ହୁଏ ନାହିଁ କିଛି ଦିନ ଭିତରେ ପୁଣି ଲାଞ୍ଜ ହେଇଯାଏ ସେମିତି ଲିଭର ଦେଲେ କିଛି ହବନି।

ଲିଭର ଟ୍ରାନସପ୍ଲାଣ୍ଟ କରୁଥିବା ଲୋକର ବଞ୍ଚିବା ପ୍ରତିଶତ ୯୯.୮୫% ଥାଏ। ଜଣେ ଯଦି ଲିଭର ଦେଇଛି ତେବେ ୨୪ ଘଣ୍ଟା ଭିତରେ ସେ ଯେତିକି ଲିଭର ଦେଇଥିବା ତା ପର ୨୪ ଘଣ୍ଟା ଭିତରେ ପୁଣି ନିଜ ଶରୀରରେ ସେତିକି ଲିଭର ତିଆରି ହେଇଯିବ। ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିବ।

ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ପାଇଁ ଓଡ଼ିଶା ବସି ଲକ୍ଷ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ଯଦି ଆଉ ଗୋଟେ କୋଟି ଟଙ୍କା ଦରକାର ଥାଆନ୍ତା ତେବେ ସେମାନେ ଦେଇଥାନ୍ତେ କିନ୍ତୁ ତାଙ୍କୁ ଟଙ୍କା ତ ମିଳିଥିଲା କିନ୍ତୁ ଗୋଟେ ଲିଭର ମିଳିନଥିଲା। ଦିଲ୍ଲୀ ଡାକ୍ତରଙ୍କ କହିବା ଅନୁସାରେ ଯଦି ପିଣ୍ଟୁ ନନ୍ଦଙ୍କୁ ଠିକ୍ ସମୟରେ ଲିଭର ମିଳି ଯାଇଥାନ୍ତା ତେବେ ସେ ଆଜି ଆମ ପାଖରେ ଥାଆନ୍ତେ।

Leave a Reply

Your email address will not be published. Required fields are marked *