ସ୍ତ୍ରୀ ଏବଂ ଛୋଟ ପୁଅକୁ ଛାଡ଼ି ସ୍ଵାମୀ ଭଲ ପାଉଥିଲେ ଆଉ ଜଣେ ଝିଅକୁ, ସବୁ ଅନ୍ତରଙ୍କ ମୁହୂର୍ତ୍ତର ଫଟୋ ସ୍ତ୍ରୀ ପାଖକୁ ପଠାଉ ଥିଲା।

ଆଜିକାଲିର ପିଲାଙ୍କ ପାଇଁ ବାହାଘର ଏବଂ ଭଲ ପାଇବା ହେଉଛି ଏକ ଖେଳଘର। ସାର୍ଟ ପ୍ୟାଂଟ ବଦଳେଇବା ପରି ଆଜିକାଲି ଝିଅ ଏବଂ ପୁଅ ମାନେ ସ୍ବାମୀ ସ୍ତ୍ରୀ ବଦଳାଉଛନ୍ତି। ହଁ ଆଜ୍ଞା ଏବେ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ବାହା ହେଇ ଦ୍ୱିତୀୟ ସ୍ବାମୀ ଏବଂ ସ୍ତ୍ରୀ କରିବାର ଟ୍ରେଣ୍ଡ ଚାଲିଛି। ସେଥିପାଇଁ କେତେଜଣ ଜୀବନ ସାରା କଷ୍ଟ ସହି ସହି ରହୁଛନ୍ତି ତ କେତେଜଣ କଷ୍ଟ ସହି ନପାରି ଆ-ତ୍ମହ-ତ୍ୟା କରିଦେଉଛନ୍ତି। ଏମିତି ଏକ ଅଭା-ବନୀୟ ଘ-ଟଣା ପାରାଦ୍ଵୀପ ଉପଖଣ୍ଡ ଜିଲ୍ଲାରେ ଦେଖିବାକୁ ମିଳିଛି।

ପାରାଦ୍ଵୀପ ଉପଖଣ୍ଡ ନୁଆକଡ ଗ୍ରାମପଞ୍ଚାୟତ ବାଲିଡ଼ିଆ ଗାଆଁର ରୋଜାଲିନ ଚୂନ ବାରେଲି ଗାଆଁ ରମେଶ ରାଣାଙ୍କ ପୁଅ ହିମାଂଶୁ ରାଣାଙ୍କୁ ଭଲ ପାଉଥିଲେ। ବହୁ ଦିନ ଭଲ ପାଇବା ପରେ ଦୁହେଁ ପ୍ରଥମେ ଲୁ-ଚିକି ବାହା ହେଇଥିଲେ। କିଛି ଦିନ ଯିବାପରେ ଘର ଲୋକ ପୁଣି ଆଉ ଥରେ ସାମାଜିକ ରୀତି ଅନୁସାରେ କୋର୍ଟ ରେ ସେମାନଙ୍କ ବାହା ଘର କରିଥିଲି।ରୋଜାଲିନ ଏବଂ ହିମାଂଶୁଙ୍କ ଗୋଟେ ଛୋଟ ପୁଅ ମଧ୍ୟ ଆଛି।

କିନ୍ତୁ କିଛି ଦିନ ଯିବା ପରେ ହିମାଂଶୁ ଆଉ ରୋଜାଲିନଙ୍କୁ ସମୟ ଦେଲେ ନାହିଁ କି ତାଙ୍କ କଥା କିଛି ବୁଝିଲେନି। ରୋଜଲିନ ତାଙ୍କୁ ଯେବେ ଫୋନ୍ କରନ୍ତି ତାଙ୍କ ଫୋନ୍ ସବୁ ବେଳେ ୱେଟିଂ ଦେଖାଏ ସେଥିପାଇଁ ସେ ହିମାଂଶୁଙ୍କୁ ଯେତେବେଳେ ଏ ବିଷୟରେ ପଚାରିଲେ ସେ ତାଙ୍କୁ ବାଡିଆ ବାଡି କରି ତାଙ୍କ ତଣ୍ଟି କାଟି ଦେଇଥିଲେ ସେଥିପାଇଁ ରୋଜଲିନଙ୍କ ମାଆ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ହିମାଂଶୁ ସବୁବେଳେ ରୋଜାଲିନଙ୍କୁ ମାନସିକ ଏବଂ ଶାରି-ରୀକ ନିର୍ଯା-ତନା ଦିଅନ୍ତି। ସେ ସବୁବେଳେ କୁହନ୍ତି ମତେ ଛା-ଡ଼ପ-ତ୍ର ଦେଇଦେ ମୁଁ ଜୋତିକୁ ଭଲ ପାଉଛି ଆଉ ତାକୁ ବାହାହେବି।

ଏମିତି କିଛି ଦିନ ଯିବା ପରେ ରୋଜଲିନ ଗୋଟେ ଥର ରାତି ସାରା ହିମାଂଶୁଙ୍କୁ ଫୋନ୍ କରିଥିଲେ। କିନ୍ତୁ ରାତି ସାରା ତାଙ୍କ ଫୋନ୍ ୱେଟିଂ ଥିଲା ଆଉ ସେ ଯେତେବେଳେ ଜୋତି କୁ ଫୋନ୍ କଲେ ସେତେବେଳେ ସେ ଦେଖିଲେ ଯେ ତାଙ୍କ ଫୋନ୍ ମଧ୍ୟ ୱେଟିଂ ଥିଲା। ତାପର ଦିନ ସେ ତାଙ୍କ ସ୍ବାମୀଙ୍କୁ ସବୁ କଥା କହିଲେ ଏବଂ ତାଙ୍କ ପାଖକୁ କାହିଁକି ସବୁ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫଟୋ ଦେଖେଇଛନ୍ତି ବୋଲି ପଚାରିଲେ କିନ୍ତୁ ସେ କିଛି କହି ନଥିଲେ ।

ଶେଷ ଥରପାଇଁ ସେ ହିମାଂଶୁ ଯାହାକୁ ଭଲ ପାଉଛନ୍ତି ଦେଖିବାକୁ କହିଥିଲେ। ସେ ଦିନ ରାତିରେ ହିମାଂଶୁ ତାଙ୍କୁ ଦେଖା କରିବାକୁ ଆସିଥିଲେ ଏବଂ ବହୁତ୍ ଗା-ଳି ଗୁଲ-ଜ କରି ଛା-ଡ଼ପ-ତ୍ର କାଗଜରେ ଦସ୍ତଖତ କରିବାକୁ କହିଥିଲେ । ସ୍ବାମୀଙ୍କର ଏ ସବୁ କଥା ସହି ନ ପାରି ରୋଜାଲିନ ଆ-ତ୍ମହ-ତ୍ୟା କରିଦେଲେ। ଏବେ ରୋଜାଲିନଙ୍କ ମାଆ ନ୍ୟା-ୟ ପାଇବା ଆଶାରେ ପୋଲି-ସଙ୍କ ପାଖକୁ ଯାଇଛନ୍ତି।

Leave a Reply

Your email address will not be published. Required fields are marked *