ମାନିନୀ ସିରିଏଲ କଲା ବେଳେ ମୁ ପ୍ରେଗନେଟ ଥିଲି ହେଲେ କେହି ଜାଣି ପାରିଲେ ନାହିଁ…

ପ୍ରାୟ ୧୮ ବର୍ଷ ଧରି ଅଲିଉଡ଼ରେ କାମ କରି ଆସୁଥିବା ସୁଇଟି ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅଲିଉଡ଼ରେ କାମ କରୁଛନ୍ତି । ଯିଏକି ଭୁବନେଶ୍ୱରରେ ଏକୁଟିଆ କେବଳ ନିଜର ପ୍ରୋଫେସନ ପାଇଁ ରହୁଛନ୍ତି । ସେ ନିଜେ ବର୍ତ୍ତମାନ ନିଜ କ୍ୟାରିଅର କିଭଳି ଗଢ଼ିଛନ୍ତି ସେହି ବିଷୟରେ କହିଛନ୍ତି । ସୁଇଟିଙ୍କୁ ସମସ୍ତେ ଆଲବଲ କ୍ୱିନ ଭାବରେ ଜାଣନ୍ତି । କିନ୍ତୁ ଏତେ ବର୍ଷ ଧରି ଅଲିଉଡ଼ରେ ରହିବା ସତ୍ତ୍ୱେବି ସେ କାହିଁକି ଫିଲ୍ମରେ ସୁଯୋଗ ପାଇ ନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଛି । ସେତେବେଳେ ସୁଇଟି କହିଛନ୍ତି ଯେ ତାଙ୍କୁ ଏବେ ସୁଦ୍ଧା ଅକାଧିକ ଫିଲ୍ମରେ ଅଫର ଆସିଛି । କିନ୍ତୁ ସେ ଫିଲ୍ମ କରିବାକୁ ମନ ବଳାଇ ନାହାଁନ୍ତି ।

କାରଣ ସେହି ସମୟରେ ତାଙ୍କୁ ଏସବୁ ବିଷୟରେ ବୁଝାଇବା ପାଇଁ କେହିବି ନଥିଲେ । ପୁଣି ସେ ସେତେବେଳେ ଶୁଟିଂ ପାଇଁ ନିଜ ମା’ଙ୍କ ସହିତ ଉଦଳାରୁ ଭୁବନେଶ୍ୱର ଯାଉଥିଲେ । ଆଉ ସେତେବେଳେ ସେ କୌଣସି କାରଣରୁ ମଧ୍ୟ ନିଜ କାମରେ ବ୍ରେକ ରଖି ନଥିଲେ । ଲଗାତାର ଆଲବମରେ କାମ କରିବା ପରେ ସେ ପ୍ରଥମ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ କଳିଯୁଗ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାପରେ ଆହୁତି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯେଉଁ ସିରିଏଲ ପାଇଁ ତାଙ୍କୁ ଷ୍ଟେଟ ଆୱାର୍ଡ ମଧ୍ୟ ମିଳିଥିଲା ।

ଏହାପରେ ତାଙ୍କୁ ମାନିନୀ ସିରିଏଲ ପାଇଁ ତାଙ୍କୁ ଅଫର ଆସିଥିଲା । ଯେଉଁ ସମୟରେ ସେ ପ୍ରେଗନେଣ୍ଟ ଥିଲେ । ମାତ୍ର ସେ ବିଷୟରେ କେହିବି ଜାଣି ନଥିଲେ । ସୁଇଟି ମଧ୍ୟ କାହାକୁ ଜାଣିବାକୁ ଦେଇ ନଥିଲେ । ମାତ୍ର ସିରିଏଲ ଶେଷ ହେବା ପରେ ହିଁ ତାଙ୍କ କ୍ୟାରିଅରର ଦେଢ଼ ବର୍ଷ ସେ ବ୍ରେକ ନେଇଥିଲେ । ଆଉ ଦେଢ଼ ବର୍ଷ ପରେ ସେ ପୁଣିଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମାନ ସେ ଆଉ ଏକ ସିରିଏଲରେ କାମ କରୁଛନ୍ତି । ଆଉ ଏବେବି ତାଙ୍କୁ ଏକ ଫିଲ୍ମ ଅଫର ଆସିଥିବା କହିଛନ୍ତି । କହିରଖିବୁ ଯେ ଆହୁତି ଠାରୁ ଆରମ୍ଭ କରି ମାନିନୀ ପର୍ଯ୍ୟନ୍ତ ସବୁ ସିରିଏଲରେ ଦର୍ଶକ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *