ଅନୁଭବ ମତେ ଯେଉଁ ସାହାଯ୍ୟ କରିଛି, ତା ବିରୁଦ୍ଧରେ କହିଲେ ମତେ ପ୍ରଭୁ ଜଗନ୍ନାଥ ସହିବେନି….

ବଲିଉଡ, ଓଲିଉଡ ଏବଂ ଟଲିଉଡର ବହୁତ ପ୍ରସିଦ୍ଧ ଅଭିନେତା ମନୋଜ ମିଶ୍ର ନିଜ କଥାକୁ ନେଇ ଯେଉଁ ବିବାଦରେ ଏବେ ଅଛନ୍ତି ସେ ବିଷୟରେ ତ ଆପଣ ଜାଣିଥିବେ। ଯେଉଁଥିରେ ମିଡିଆ ଆଗରେ ଏକ ଇଣ୍ଟରଭିଉ ଦେବା ଅବସରରେ ମନୋଜ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତାମତ ଦେଇଥିଲେ। ତେବେ ଏହାପରେ ଆରମ୍ଭ ହୋଇଥିଲା ବିବାଦ।

ରାଜ୍ୟର କିଛି କଳାକାର ମନୋଜଙ୍କୁ ଏଥିପାଇଁ ନିନ୍ଦା କରିବା ସହିତ ଏଭଳି ବୟାନ ଦେବାରୁ ନିବୃତ୍ତ ରହିବାକୁ କହିଥିଲେ। ମନୋଜ କହିଥିଲେ ଯେ ଓଡ଼ିଶା ବାହାରେ ଗୋଟିଏ ଦିନରେ ଯେତିକି ପେମେଣ୍ଟ ମିଳେ ଓଡ଼ିଶାରେ ବର୍ଷ ସାରା କାମ କଲେ ସେତିକି ପେମେଣ୍ଟ ମିଳେ। ଏଥିସହିତ ଗୋଟିଏ ଫିଲ୍ମର ପ୍ରଯୋଜକ ହିସାବରେ ସେ ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟଙ୍କ ମଧ୍ୟରୁ କାହାକୁ ଫିଲ୍ମରେ ନେବେ ବୋଲି ପ୍ରଶ୍ନ କରାଯାଇଥିଲା।

ମାତ୍ର ବାବୁସାନ ମହାନ୍ତିଙ୍କର ନାମ ନେଇଥିଲେ ମନୋଜ। ଏଥିସହିତ ଓଲିଉଡକୁ ନେଇ ମନୋଜ ଦେଇଥିବା ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ମନୋଜ ଜଣେ ଭଲ ଅଭିନେତା, ମାତ୍ର ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏଭଳି ବୟାନ ଦେବା ଠିକ୍ ହୋଇନାହିଁ ବୋଲି ଫିଲ୍ମ ସହ ଜଡ଼ିତ କିଛି କଳାକାର କହିଥିଲେ।

ତେବେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ମନୋଜ। ସେ କହିଛନ୍ତି ଯେ ,” ଅନୁଭବ ଏବଂ ଅରିନ୍ଦମ ଦୁହେଁ ମୋର ଭଲ ସାଙ୍ଗ ଏବଂ ସାନଭାଇ। ସେଥିପାଇଁ ମୁଁ ଜଣଙ୍କର ନାମ ନେବାକୁ ଚାହିଁନଥିଲି। ଇଣ୍ଟରଭିଉରେ କେବଳ ବାବୁସାନଙ୍କ ନାମ ରହିଥିଲା। ମୋର ଏଠାରେ କେହି ଶତ୍ରୁ ନାହାନ୍ତି, ସେମାନେ ମୋତେ ବୁଝି ନାହାନ୍ତି।

ଯେଉଁଦିନ ସେମାନେ ମୋତେ ବୁଝି ପାରିବେ ସେମାନେ ଅଧିକ ଭଲ ପାଇବେ। ମୁଁ ବାହାରେ ଗୋଟିଏ ଫିଲ୍ମ କଲେ ଯେତିକି ରୋଜଗାର କରେ ଓଡ଼ିଶାରେ ଗୋଟିଏ ବର୍ଷ କାମ କଲେ ବି ତା’ଠାରୁ କମ୍ ରୋଜଗାର କରିବି। ଏହା ଥିଲା ମୋର କହିବାର ଉଦ୍ଦେଶ୍ୟ। ଆଉ ଏବେ ଲୋକ ଯେଉଁ କଥା କହୁଛନ୍ତି କି ଅନୁଭବ ନାମରେ ମୁଁ ଏପଟ ସେପଟ କଥା କହିଛି ବୋଲି ତାହା ସବୁ ମିଛ।

ମୁଁ କେବେ ବି ଅନୁଭବ ନାମରେ ଖରାପ କଥା କହିବି ନାହିଁ। ସେ ମୋର ଭାଇ ପରି ଅଟେ। ସେ ମତେ ଯେତିକି ସାହାଯ୍ୟ କରିଛି ଆଉ କେହି କରିବେନି। ମୁଁ ତା ନାମରେ କେବେ କିଛି କହି ହିଁ ପାରିବି ନାହିଁ। ସବୁ ଅଭିନେତାଙ୍କ ଭିତରେ ସେହି ହିଁ ମୋର ଅଧିକ ପ୍ରିୟ ଅଟେ। ତା ନାମରେ କିଛି କହିଲେ ପ୍ରଭୁ ଜଗନ୍ନାଥ ମଧ୍ୟ ମତେ ସହିବେ ନାହିଁ।”

Leave a Reply

Your email address will not be published. Required fields are marked *