ସ୍ତ୍ରୀର ଅ-ତ୍ୟାଚା-ର ସହି ନ ପାରି ଜୀବନ ହାରିଲା ସ୍ଵାମୀ , ଭାଇ ପାଇଁ ମୁଣ୍ଡ ବାଡେଇ କା-ନ୍ଦୁଛି ଭଉଣୀ

ଦୁଇ ଭଉଣୀଙ୍କ ଥିଲେ ଗେହ୍ଲା ଭାଇ । ଗୋଟିଏ ଭାଇ ପାଇ ଦୁଇ ଭଉଣୀଙ୍କ ମନ ବହୁତ ଖୁସି ଥିଲା । ଦୁହେଁ ଭାଇର ଦୁଇ ଆଖିର ତାରା ଥିଲେ । କିନ୍ତୁ ସବୁ ସରିଗଲା ଭାଇ ଚାଲିଗଲା ଆର ପାରିକୁ । ଦୁଇ ଭଉଣୀ ବର୍ତ୍ତମାନ ଧୋ-ର୍ୟ୍ଯହରା ହୋଇ ପଡିଛନ୍ତି । ମୁଣ୍ଡ ବାଡେଇ ବାଡେଇ କା-ନ୍ଦି ଗଡି ଯାଉଛନ୍ତି ଦୁଇ ଭଉଣୀ । ଆଉ କାହା ହାତରେ ରାକ୍ଷୀରେ ବାନ୍ଧିବେ ରାକ୍ଷୀ । ଆଉ କିଏ ସେମାନଙ୍କୁ ଏତେ ଭଲ ପାଇବା ଦେବ । ଏପରି କିଛି କଥା କହି ଦୁଇ ଭଉଣୀ କା-ନ୍ଦୁଛନ୍ତି ।

ଏପରି ଦୁଃ-ଖଦ ଖବର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥା-ନା ଅନ୍ତର୍ଗତ ବାଲିଖଣ୍ଡ ପଞ୍ଚାୟତର ପାର୍ବତୀପୁର ଅଞ୍ଚଳରେ । ସ୍ତ୍ରୀ ସାଜିଲା କାଳ । ସ୍ତ୍ରୀ ପାଇଁ ନିଜ ଜୀବନ ହରାଇବାକୁ ବାଧ୍ୟ ହେଲେ ସ୍ଵାମୀ । ଆଉ ନିଜ ଘରେ ରସି ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି ସ୍ଵାମୀ । ତେବେ ଦେଢ଼ ବର୍ଷ ପୂର୍ବରୁ ଅନନ୍ତ ମହାଳିକ ଭଦ୍ରକ ଜିଲ୍ଲାର ଅନୁସୟାଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ଷେ ଭିତରେ ସ୍ଵାମୀ ସ୍ତ୍ରୀଙ୍କ ସ-ମ୍ପର୍କ ଆଦୌ ଭଲ ନଥିଲା ।

ଦୁଇ ଜଣ ସକାଳ ପାହୁଣୁ ଝ-ଗଡା ଲାଗୁଥିଲେ ଆଉ ସ୍ତ୍ରୀର ଅନ୍ୟ ପୁରୁଷ ମାନଙ୍କ ସହିତ ଖରାପ ସ-ମ୍ପର୍କ ରହିଥିବା ନେଇ ସ-ନ୍ଦେହ କରୁଥିଲେ ସ୍ଵାମୀ । କାହିଁକି ନା ଅନୁସୟା ଘରେ ରହିବାକୁ ଆଦୌ ପସନ୍ଦ କରୁନଥିଲେ । ଝ-ଗଡା କରି ବାପା ଘରକୁ ଚାଲି ଯାଉଥିଲେ । ଆଉ ମନ ପୁରି ଗଲେ ଅନନ୍ତଙ୍କୁ ଫୋନ୍ କରି ଆସି ତାଙ୍କୁ ନେଇ ଯିବାକୁ କହୁଥିଲେ । ତେବେ ଗତ ଗୁରୁବାର ଦିନ ଅନନ୍ତ ସ୍ତ୍ରୀଙ୍କୁ ଆଣିବାକୁ ଶ୍ବଶୁର ଘରକୁ ଯାଇଥିଲେ ଆଉ ସେଠାରେ ତାଙ୍କ ଶଶୁର ଏବଂ ସ୍ତ୍ରୀ ତାଙ୍କୁ ମା-ଡ ମା-ରିଥିବା କଥା ଆସି ସେ ତାଙ୍କ ମାଆଙ୍କୁ କହିଥିଲେ।

ଆଉ କାଲି ଦେଖିଲା ବେଳକୁ ଅନନ୍ତ ଘରେ ରସି ଲଗାଇ ଜୀବନ ଦେଇ ଦେଇଛନ୍ତି । ତେବେ ପରିବାର ଲୋକ ବାଙ୍ଗଲୋରରେ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ଏପରି କରି ଦେଇଥିଲେ ଅନନ୍ତ । ତେବେ ପରିବାର ଲୋକ ଘରକୁ ଆସି ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେମାନେ କିଛି ବିଶ୍ୱାସ କରି ପାରି ନଥିଲେ । ଆଉ କହିଥିଲେ କି , ଅନୁସୟାଙ୍କ ପାଇଁ ସବୁକିଛି ହୋଇଛି । ଅନ୍ୟ ପୁରୁଷ ସହିତ ଖରାପ ସ-ମ୍ପର୍କ ରଖିବାରୁ ଆଜି ତାଙ୍କ ପୁଅ ତାଙ୍କୁ ଛାଡି ଚାଲି ଯାଇଛି । ତେବେ ଏ ନେଇ ଥା-ନାରେ ଅଭି-ଯୋଗ ହେବା ପରେ ବର୍ତ୍ତମାନ ଏହି ଖବରର ତ-ଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *