ବସ ମାଲିକ ମାନଙ୍କୁ ରାଜ୍ୟ ପରିବହନ ବିଭାଗର କଡ଼ା ନିର୍ଦେଶ । ଏଣିକି ବସରେ ଦୂରତା ସହିତ ଭଡ଼ା ଲେଖିବା ହେବ ବାଧ୍ୟତାମୂଳକ ।

କୌଣସି ସ୍ଥାନକୁ ବସରେ ଯାତ୍ରା କରିବା ପାଇଁ ସାଧାରଣତଃ ଆରମ୍ଭ ଏବଂ ଗନ୍ତବ୍ୟ ସ୍ଥଳ ସହିତ ଭଡ଼ା ଏହି ଦୁଇଟି ଜିନିଷ ବୋଳି ଜରୁରୀ ହୋଇଥାଏ । ପୁଣି ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ବସ ମାନ ଯାତ୍ରୀଙ୍କୁ ନେବା ଆଣିବା ସେବାରେ ଅଛନ୍ତି । କିନ୍ତୁ କଣ ସବୁ ବସରେ ଦୁରତ୍ୱ ଅନୁଯାୟୀ ବସ ଭଡ଼ା ସଠିକ ହୋଇଥାଏ କି ?

ବସରେ ଏହା ଲେଖାଯିବା ଜରୁରୀ ଯେ ଦୁରତ୍ୱ କେତେ ଏବଂ ଦୁରତ୍ୱ ଅନୁଯାୟୀ ବସ ଭଡ଼ା କେତେ ଲାଗିବ । ଯାହାଦ୍ୱାରା ବସ ଭଡ଼ାକୁ ନେଇ କୌଣସି ପ୍ରଶ୍ନ ଉଠିବ ନାହିଁ । ଗତ କିଛିଦିନ ତଳେ ଏହି ସମ୍ବନ୍ଧୀୟ ଏକ ମାମ-ଲା ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ ହେବା ପରେ ଏହି ମାମ-ଲା ଉପରେ ବର୍ତ୍ତମାନ ତର୍ଜମା ଚାଲିଛି ।

କହିରଖିବୁ ଯେ ବସ ପରିଚାଳନା , ଦୁରତ୍ୱ ଏବଂ ବସ ଭଡ଼ା ପରିଚାଳନା ଏହିସବୁ ରାଜ୍ୟ ପରିବହନ ବିଭାଗର ଦାୟିତ୍ୱ ଅଟେ । ତେଣୁ ଏସବୁକୁ ଏକ ନିୟମ ଧାରାରେ ପରିଚାଳିତ କରିବା ଉଚିତ । ତେଣୁ ବର୍ତ୍ତମାନ ରାଜ୍ୟ ପରିବହନ ବିଭାଗ ବସ ଭଡ଼ା ଏବଂ ନିର୍ଦିଷ୍ଟ ଦୁରତ୍ୱ ପାଇଁ କେତେ ବସ ଭଡ଼ା ରହିବ ସେନେଇ ବସ ମାଲିକଙ୍କୁ ଏକ ନିର୍ଦେଶ ଜାରି କରିଛନ୍ତି । ରାଜ୍ୟ ପରିବହନ ବିଭାଗର ନିର୍ଦେଶ ଅନୁଯାୟୀ ଏଣିକି ସବୁ ଯାତ୍ରୀବାହୀ ବସରେ ବସର ରୁଟ ଉଲ୍ଲେଖ ରହିବ । ତେବେ ଖାଲି ସେତିକି ନୁହେଁ ବସ ଅର୍ଡିନାରୀ , ଡିଲକ୍ସ କିମ୍ବା ସୁପରଡିଲକ୍ସ ତାହା ମଧ୍ୟ ବସରେ ଲେଖା ଯିବା ବାଧ୍ୟତାମୂଳକ ଅଟେ ।

ଏହାର ଅର୍ଥ ବସ ମାଲିକ ମାନେ ଏଥର ନିଜ ବସରେ ବସର ରୁଟ ସହିତ କେତେ ଦୁରତ୍ୱକୁ କେତେ ଭଡ଼ା ଲାଗିବ ତାହା ମଧ୍ୟ ଲେଖିବେ । ଏହାସହିତ ଗନ୍ତବ୍ୟ ସ୍ଥଳର ଦୂରତା କେତେ ତାହା ମଧ୍ୟ ବସରେ ପ୍ରଦର୍ଶିତ କରିବାକୁ ବାଧ୍ୟ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏନେଇ ବସ ମାଲିକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ପୁଣି ଅନେକଥର ଏଭଳି ଶୁଣିବାକୁ ମିଲିଛି ଯେ ବେଆଇନ ଭାବରେ ବସ ଭଡ଼ା ଆଦାୟ ହେଉଥିବା ଘଟଣା ଶୁଣିବାକୁ ମିଳିଛି । ତେଣୁ ବର୍ତ୍ତମାନ ରାଜ୍ୟ ପରିବହନ ବିଭାଗର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ହୁଏତ ଏହି ନିୟମକୁ ବଦଳାଇ ପାରିବ ।

Leave a Reply

Your email address will not be published. Required fields are marked *