ମୁଁ ଖଳନାୟକର ଅଭିନୟ କରୁଥିଲି ବୋଲି କେତେ ଝିଅ ବାହା ହବାକୁ ମାନାକରି ଦେଇଛନ୍ତି, ମୋ ମାଆକୁ ସେ ଝିଅ ଛଡ଼ା ଆଉ କେହି ପସନ୍ଦ ଆସୁନଥିଲେ।

ଓଡ଼ିଆ ଚଳଚ୍ଚିତ୍ରର ନୀଳମଣି ଭାଇଙ୍କୁ ଆମ ଓଡ଼ିଶାରେ କିଏ ନ ଜାଣିଛି। ତାଙ୍କ ଖଳନାୟକର ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ଲୋକ ତାଙ୍କ ଖଳନାୟକର ଅଭିନୟକୁ ଏତେ ଭଲ ପାଉଥିଲେ ଯେ ସେମାନେ ତାଙ୍କ ଅଭିନୟକୁ ସତ ଭାବି ତାଙ୍କୁ ବହୁତ୍ ଗା-ଳି ଦିଅନ୍ତି ଏବଂ ଭଲ ମଧ୍ୟ ପାଆନ୍ତି। ତାଙ୍କର ଏଇ ଖଳନାୟକର ଅଭିନୟ ପାଇଁ ଅନେକ ବାହାଘର ମଧ୍ୟ ଭାଙ୍ଗି ସାରିଛି।

ନୀଳମଣି ଭାଇଙ୍କୁ ଯେତେବେଳେ ନିଜ ସିନେମା ଜଗତର କଥା ଏବଂ ନିଜ ସ୍ତ୍ରୀଙ୍କ ବିଷୟରେ ପଚରା ହେଲା ପ୍ରଥମେ ସେ ଟିକେ ହସିଲେ ଏବଂ ତାପରେ କହିଲେ। ମୁଁ ବଞ୍ଚିଥିବା ପର୍ୟ୍ୟନ୍ତ ଏମିତି ଖଳନାୟକର ଭୂମିକା କରିବାକୁ ଭଲ ପାଇବି। ୧୯୯୬ ମସିହାରେ ବୀଣା ସହ ମୋ ବାହାଘର ହେଇଥିଲା। ଅମିୟ ପଟ୍ଟନାୟକ ନିର୍ଦ୍ଦେଶନରେ ଆମେ ସେତେବେଳେ ବାରିପଦା ରେ ଗୋଟେ ସିରିଅଲ କରୁଥିଲୁ ମାୟାର ସଂସାର। ଯୋଉଦିନ ମୋର ଘରକୁ ଆସିବାର ଥିଲା ମୁଁ ସେଠି ମ-ରୁ ମ-ରୁ ବଞ୍ଚି ଗଲି। କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟା-ୟ ଦେଖିସହି ଯିବେ କିନ୍ତୁ ମୁଁ ସେମିତି ନୁହେଁ ସେଥିପାଇଁ ସେ ଦିନ ମୁଁ ମ-ରିଯାଇ ଥାଆନ୍ତି।

ମତେ ୨୭ ବର୍ଷ ହେବାପରେ ଘରେ ସବୁ ଆଡେ ବାହାଘର ଦେଖିଲେ। ମୁଁ କୋଉଠି କିଛି ଦେଖିବି ଘରେ ବାପାବୋଉ ମିଶି ଝିଅ ଖୋଜୁଥିଲେ। ପ୍ରଥମେ ନିମାପଡ଼ା ରୁ ଗୋଟେ ଫଟୋ ଆସିଥିଲା ମୁଁ ସେ ଝିଅର ଫଟୋକୁ ଅଧ ଘଣ୍ଟା ପର୍ୟ୍ୟନ୍ତ ଦେଖିଲି ତାପରେ ଦେଖିଲି ତାର ଯୋଉ ମୁଣ୍ଡ ବାଳ ଆଗକୁ ପଡ଼ିଛି ସେଥିରେ ଲାଗିଲା ଯେମିତି ସେ ସିନ୍ଦୂର ପିଧିଛି। ସେଥିପାଇଁ ମୁଁ ସେ ଝିଅକୁ ବାହା ହେବାପାଇଁ ମନ କରିଦେଲି। କିନ୍ତୁ ଏବେ ଭାବୁଛି ହେଇପାରେ ସେ ମନ୍ଦିର ଯାଇ ସିନ୍ଦୂର ପିନ୍ଧିଥିବ କିନ୍ତୁ ମତେ ସେତେବେଳେ ଲାଗିଲା ସେ ବୋଧେ ଆଉ କାହାକୁ ବାହା ହେଇଯାଇଛି ତାଙ୍କ ଘର ଲୋକ କିଛି ଜାଣି ନାହାନ୍ତି।

ବାଲିଅନ୍ତା ରୁ ଗୋଟେ ବାହାଘର ଆସିଥିଲା ଝିଅର ମାମୁଁ ଏବଂ ଦାଦା ଦେଖିବାକୁ ଆସିଥିଲେ ସେମାନେ ମତେ ଦେଖିଲେ ତାପରେ କିଛି ସମୟ ବାହାରକୁ ଗଲେ ଏବଂ ଫେରିକି ଆସି ବାହା ଘର ପାଇଁ ମନା କରିଦେଲେ। ସେମାନେ ଭାବିଲେ ଇଏ ସବୁ ବେଳେ ଭେଲିଆନ ରୋଲ କରୁଛି ସତରେ ସେମିତି ହେଇଥିବ। ଏମିତି କିଛି ଦିନ ଖୋଜା ଖୋଜି ପରେ ମୋ ମାଆଙ୍କୁ କଣ୍ଟିଲୋ ନୀଳ ମାଧବର ଗୋଟେ ଝିଅ ବହୁତ୍ ପସନ୍ଦ ଆସିଲା।

ତାପରେ ଆମେ ସେଠିକି ଦେଖିବାକୁ ଗଲି ମୁଁ ମୋ ସାଙ୍ଗ, ମାଆ ଏବଂ ମାଉସୀ ମଧ୍ୟ ଆମ ସହିତ ଯାଇଥିଲା। ମୋ ମା ପାନ ଖାଇସାରିବା ପରେ ପାନ କୋଉଠି କାଢ଼ିବ ଜାଣି ପାରୁ ନଥିଲା ସେଥିପାଇଁ ବୀଣା ନିଜ ହାତରେ ପାନ କାଢି ବାହାରେ ପକେଇଦେଲି। ତାପରେ ମୋ ମା ଆଉ କାହା କଥା ଶୁଣି ନଥିଲା ତାର ଗୋଟେ ଜିଦ୍ ଥିଲା ବାହାଘର ହବତ ସେଇ ଝିଅ ସହ ହିଁ ହବ।

ଅଜିକି ଆମ ବାହାଘର କୁ ୨୬ ବର୍ଷ ହେଇ ଗଲାଣି। ଆମେ ଦୁହେଁ ବହୁତ ଖୁସିରେ ଅଛୁସେ ବହୁତ୍ ଭଲ ଆଉ ମୋ ଶଶୁର ଘର ଲୋକମଧ୍ୟ ବହୁତ୍ ଭଲ। ମୋର ମୋ ଗାଆଁ କଳାପଥର କଥା ସବୁବେଳେ ମାନେ ପଡେ ସେଥିପାଇଁ ମୁଁ ବର୍ଷକୁ ୮ ରୁ ୯ ଗାଆଁ କୁ ଯାଇ ବୁଲିଆସେ ଏବଂ ବେଳେବେଳେ ପୁରୁଣା ସାଙ୍ଗ ମାନଙ୍କ ସହ ସେଠି ରହିଯାଏ।

Leave a Reply

Your email address will not be published. Required fields are marked *