ଶ୍ରୀମନ୍ଦିର ଆଗରେ ଖୋଲାଖୋଲି ଭାବରେ କରୁଥିଲେ ରୋ-ମାନ୍ସ , ମଝିରେ ଆସିଗଲା ପୋଲିସ ଆଉ ତାପର…

ସାରା ଓଡିଶାବାସୀଙ୍କର ପ୍ରିୟସ୍ଥାନ ଶ୍ରୀମନ୍ଦିର । ଯେଉଁଠିକୁ ଯାଇ ପହଞ୍ଚିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥାଏ । ସମସ୍ତେ ଭାବପ୍ରବଣ ହୋଇଯାଇଥାନ୍ତି । ସେହି କାଳିଆର ଦର୍ଶନ ପାଇଁ ବର୍ଷ ବର୍ଷ ଧରି ସମସ୍ତେ ଚାହିଁ ବସିଥାନ୍ତି । କୁହାଯାଏ କାଳିଆର ଡୋର ଲାଗିଲେ ଯାଇ ସମସ୍ତେ ତାଙ୍କ ପାଖକୁ ପହଞ୍ଚି ପାରିଥାନ୍ତି । ତେବେ ଏଭଳି ପରିସ୍ଥିତିରେ ନାନାଦି ଘଟଣା ସେହି ସ୍ଥାନରୁ ସାମ୍ନାକୁ ଆସିଥାଏ , ଯାହା ଅତ୍ୟନ୍ତ ଅବିଶ୍ୱନୀୟ ହୋଇଥାଏ ।

ପ୍ରତିଦିନ ସେହି ସ୍ଥାନରୁ ଏଭଳି କିଛି ଖବର ଲୋକଲୋଚନକୁ ଆସୁଅଛି , ଯାହାକୁ ଦେଖିବା ପରେ ଲଜ୍ଜିତ ଅନୁଭବ ହେଉଛି। କିଏ ଶ୍ରୀମନ୍ଦିର ସମ୍ମୁଖରେ ମାଡ଼ଗୋଳ କରୁଛି ତ ଆଉ କିଏ ପୁଣି କାହା ସହ ପାଟିତୁଣ୍ଡ କରୁଛି । ତେବେ ପୁଣିଥରେ ଆଉ ଏକ ଲଜ୍ଜାଜନକ ଖବର ସମ୍ନାକୁ ଆସିଅଛି । ଯାହାକୁ ଦେଖିବା ପରେ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଯାଉଛି । ତେବେ ସୂଚନା ମୁତାବିକ , ଶ୍ରୀମନ୍ଦିର ସମ୍ମୁଖରେ ଦୁଇ ପ୍ରେମୀଯୁଗଳ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ପ୍ରେମିକ କୋଳରେ ପ୍ରେମିକା ବସିଅଛି ଆଉ ପ୍ରେମିକାକୁ ପ୍ରେମିକ ଗେହ୍ଲ କରୁଅଛି ।

କିଛି ଲୋକ ଏମାନଙ୍କ ଭିଡ଼ିଓ କରିଥିଲେ ମଧ୍ୟ ଏମାନେ କାହାକୁ ଖାତିର କରିନଥିଲେ । ତେବେ ଏଭଳି ଘଟଣାକୁ ପରିଲକ୍ଷିତ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଆଉ ସେମାନଙ୍କୁ ପଚରାଉଚରା କରିଥିଲା । ଏହି ଘଟଣାଟି ଶ୍ରୀମନ୍ଦିର ସମ୍ମୁଖରେ ଥିବା ପଞ୍ଜାବୀ ମଠ ନିକଟରେ ଅଟେ । ଏହି ସ୍ଥାନରେ ଏକ ବୃକ୍ଷ ରହିଛି । ଏହି ବୃକ୍ଷ ସମସ୍ତଙ୍କୁ ଛାଇ ପ୍ରଦାନ କରିଥାଏ । କିନ୍ତୁ ଏହାର ଭୁଲ୍ ଉପଯୋଗ କରି ଲୋକେ ଏଠାରେ ଖରାପ କାମ କରିବା ସହ ମଦ ମଧ୍ୟ ପିଉଛନ୍ତି ।

ତେବେ ପ୍ରେମୀଯୁଗଳ ପ୍ରେମ କରିବାରେ ଏତେ ପାଗଳ ଯେ , ଉଦୁଉଦିଆ ଖରା ବେଳେ ସେମାନେ କାହାକୁ ଖାତିର କରୁନାହାଁନ୍ତି । ହେଲେ ସବୁ ଦେଖି ଏବଂ ଜାଣିଶୁଣି କେହି ମଧ୍ୟ ଏଭଳି ଘଟଣାକୁ ବାରଣ କରିନଥିବାର ସ୍ପଷ୍ଟ ହୋଇଛି । ତେବେ ମହାପ୍ରଭୁଙ୍କ ପ୍ରତି ଭଲପାଇବା ରଖି ଏତେ ଦୂରରୁ ଆସିଥିବା ଭକ୍ତ ମାନେ ଏଭଳି ଦୃଶ୍ୟ ଦେଖିବା ପରେ ତାଙ୍କ ମନର ଅବସ୍ଥା କିପରି ହେଉଥିବ , ସେ କଥା କହି ହେବନାହିଁ । ତେବେ ଏଭଳି ଘଟଣାକୁ ସମସ୍ତେ ସମାଲୋଚନା କରୁଥିବେ । ଏଭଳି ଘଟଣା ସେହି ସ୍ଥାନର ଆସ୍ଥା କ୍ଷୁର୍ଣ୍ଣ କରୁଅଛି ।

Leave a Reply

Your email address will not be published. Required fields are marked *