ପ୍ରେମିକାକୁ ଦେଖି ସ୍ବାମୀ ଭୁଲିଗଲା ଅନ୍ଧ ସ୍ତ୍ରୀ ପିଲାଙ୍କୁ ।

ପ୍ରେମିକାର ପ୍ରେମ ଆଗରେ ଫିକା ପଡ଼ିଲା ସାତ ଜନ୍ମର ସ-ମ୍ପର୍କ । ପ୍ରେମିକା ଆସିବା ପରେ ପର କରିଦେଲା ସ୍ବାମୀ ସ୍ତ୍ରୀ ପିଲା ଛୁଆଙ୍କୁ । ପ୍ରେମିକାକୁ ଦେଖିବା ପରେ ସ୍ବାମୀ ଭୁଲିଗଲା ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ । ହଁ ବନ୍ଧୁଗଣ ସ୍ତ୍ରୀ ପିଲାଙ୍କୁ ଛାଡ଼ି ସ୍ବାମୀ ଧରିଲା ପ୍ରେମିକାର ହାତ । ସ୍ୱାମୀର ପର-କ୍ରିୟା ପ୍ରୀତି ଉଜାଡି ଦେଇଛି ସୁନାର ସଂସାର । ଦିନେ ସବୁ ପରିବାର ଭଳି ଆଙ୍କ ପରିବାରରେ ବି ବେଶ୍ ହସ ଖୁସି ଥିଲା । ପରିବାରରେ ଦିନେ ହସ ଖୁସି ଖେଳି ଯାଉଥିଲା । ହେଲେ ଯେବେ ଠୁ ସ୍ବାମୀ ତା ପ୍ରେମିକାକୁ ଦେଖିଛି ସେବେ ଠୁ ସ୍ବାମୀ ଭୁଲି ଯାଇଛି ତାର ଗୋଟେ ସ୍ତ୍ରୀ ଆଉ ପିଲା ଛୁଆ ଅଛନ୍ତି ବୋଲି ।

ଆଉ ଏବେ ସ୍ବାମୀ ବାଉଳା ହେଉଛି ପ୍ରେମିକାର ନୂଆ ନୂଆ ପ୍ରେମରେ । ଯେଉଁ ସ୍ବାମୀ ଅନ୍ଧୁଣି ସ୍ତ୍ରୀର ହାତ ଧରି ବିବାହ କରିଥିଲା ସେହି ସ୍ବାମୀ ଏବେ ସ୍ତ୍ରୀର ହାତ ଛାଡ଼ି ପ୍ରେମିକାର ପଛରେ ଧାଇଁଛି । ଯେଉଁ ସ୍ତ୍ରୀର ହାତ ଧରି ସ୍ବାମୀ ଦିନେ ସାତ ଜନ୍ମ ସାଥିରେ ରହିବାକୁ କଥା ଦେଇଥିଲା ଆଜି ସେହି ସ୍ବାମୀ ଭୁଲିଗଲା ବିବାହ ବେଳେ ସ୍ତ୍ରୀକୁ ଦେଇଥିବା ସେହି ସାତ ବଚନ । ଆଉ ସ୍ତ୍ରୀ ଏବେ ମନେ ମନେ କହୁଛି କି ଭୁଲ କରିଥିଲି ମୁଁ ତୁମର । ଦଶ ଦିଗ ପାଳଙ୍କୁ ସାକ୍ଷୀ ରାଖୀ ତୁମେ ମୋ ମଥାରେ ସିନ୍ଦୂର ପିନ୍ଧାଇ ଥିଲ। ହେଲେ ତୁମେ ଏମିତି କେମିତି ବଦଳି ପାରିଲ । ମୁଁ ତୁମ ପାଖରୁ ଏସବୁ କେବେ ହେଲେ ମଧ୍ୟ ଆଶା କରିନଥିଲି ।

ମୋ କଥା ନ ଭାବିଲ ନାହିଁ ଆମ କୁନି ଛୁଆ କଥା ତୁମେ ଟିକେ ଭାବିଲ ନାହିଁ । ତୁମକୁ ସେ ଝିଅ ଏମିତି ବାୟାଣୀ କଲା ଯେ ତୁମେ କିପରି ଭୁଲିଗଲ ଏ ସବୁ । ସବୁବେଳେ କହୁଥିଲ ମୁଁ ତୁମ ସାବିତ୍ରୀ ଆଉ ତୁମେ ମୋ ସତ୍ୟବାନ୍ ହେଲେ ଏଥର ସାବିତ୍ରୀରେ ତୁମେ ମୋ ପାଖକୁ ଆସିଲ ନାହିଁ । ଦିନେ କଥା ଦେଇଥିଲ ସଂସାର ଭିତରେ ଯେତେ ଝଡ ଝଂଜା ଆସିଲେ ବି ଆମେ ଦୁଇ ଜଣ କେବେ କେହି କାହାର ହାତ ଛାଡ଼ିବା ନାହିଁ । ହେଲେ ତୁମେ ଏଇ ମାତ୍ର କିଛି ଦିନ ଭିତରେ କେମିତି ବଦଳି ଗଲ । ଆମର ଘର ଥିଲା ପରିବାର ଥିଲା ସଂସାର ଥିଲା ହେଲେ ତୁମେ ସେ ଝିଅ ପାଇଁ ଆମ ସୁନା ସଂସାରକୁ କିପରି ଚୁନା କରିଦେଇ ପାରିଲ୍ ।

ମୋ କଥା ନ ଭାବିଲ ନାହିଁ ଆମ ଛୁଆ କଥା କଣ ତୁମର ମନେ ପଡୁନି । ହଁ ମୁଁ ମାନୁଛି ମୁଁ ଅନ୍ଧ ହେଲେ ତୁମେ ତ ଜାଣିଛ ନା ମୁଁ ତୁମ ଆଖିରେ ଏ ସାରା ଦୁନିଆକୁ ଦେଖୁଥିଲି ହେଲେ ତୁମେ ଏମିତି କେମିତି ବଦଳି ପାରିଲ । ତୁମ ମନରେ ଯଦି ଏତେ କିଛି ଥିଲା ତାହାଲେ କାହିଁକି ତୁମେ ମୋ ହାତ ଧରୁଥିଲ । ଏମିତି ଏବେ ମନେ ମନେ ସ୍ବାମୀଙ୍କୁ ପ୍ରଶ୍ନ କରୁଛନ୍ତି ସ୍ତ୍ରୀ । କାରଣ ସ୍ବାମୀ ଏବେ ବଦଳି ଯାଇଛନ୍ତି । ପ୍ରେମିକାର ନୂଆ ନୂଆ ପ୍ରେମ ପାଇବା ପରେ ସ୍ବାମୀ ସ୍ତ୍ରୀ ପିଲା ଛୁଆଙ୍କୁ ପର କରି ଏକ ରଙ୍ଗୀନ ଦୁନିଆରେ ଉଡ଼ି ବୁଲୁଛି ।

Leave a Reply

Your email address will not be published. Required fields are marked *