ଜୋସ୍ନାର ଭଙ୍ଗା ଗୋଡ଼ ଏବଂ ତା ନିରୀହ ଚେହେରା ଦେଖି ସାହାଯ୍ୟର ହାତ ବଢ଼ାଇଲେ ସମ୍ବିତ ଆଚାର୍ଯ୍ୟ।

ପିଲାଦିନେ ଆମର କେତେ କଣ ସୋପ୍ନ ଥାଏ। ଆମେ ସାଙ୍ଗ ମାନଙ୍କ ସହ ମିଶି ମଜା ମସ୍ତି କରିବାକୁ ଭଲ ପାଉ। ଘର ଲୋକ ଏବଂ ସାଙ୍ଗ ମାନଙ୍କ ସହିତ ମେଲକୁ ବୁଲିବାକୁ ଯିବାକୁ ଚାହୁଁ। କିନ୍ତୁ ଟିକେ ଭାବନ୍ତୁ ଛୋଟ ବେଳୁ ଭଲ ପାଠ ପଢ଼ି ଡ଼ାକ୍ତର ହେବ ବୋଲି ମନରେ ଅନେକ ସୋପ୍ନ ନେଇ ସ୍କୁଲ୍ ଯାଉଥିବା ଛୋଟ ପିଲାଟି ଯେତେବେଳେ ଆଉ ନିଜ ଗୋଡ଼ରେ ଛିଡା ହେଇ ପାରେନି ସେତେବେଳେ ତା ମନରେ କଣ ବିତୁଥାଏ। ହଁ ଆଜ୍ଞା ଭଦ୍ରକ ଜିଲ୍ଲା ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଇଟୁଆ ଗ୍ରାମର ସୁଜିତ୍ ପଣ୍ଡାଙ୍କ ୧୧ ବର୍ଷର ଝିଅ ଜୋସ୍ନାରାନୀ ଛୋଟ ବେଳୁ ସ୍କୁଲ୍ ରେ ବହୁତ୍ ଭଲ ପାଠ ପଢ଼େ। ତାକୁ ସାଙ୍ଗ ମାନଙ୍କ ସହିତ ବାହାରେ ଖେଳିବାକୁ ବହୁତ୍ ଭଲ ଲାଗେ କିନ୍ତୁ ତିନି ବର୍ଷ ତଳେ ସେ ଯେତେବେଳେ ବାହାରକୁ ବୁଲିବାକୁ ଯାଉଥିଲା ସେତେବେଳେ ତା ଗୋଡ଼ ଖସି ସେ ଝୁଣ୍ଟିକି ପଡିଗଲା ତାପରେ ତାର ଗୋଟେ ଗୋଡ଼ ବଙ୍କା ହେଇଗଲା।

କିଛି ଦିନ ଯିବାପରେ ଜୋସ୍ନାର ଆଉ ଗୋଟେ ଗୋଡ଼ ବି ବଙ୍କା ହେଇଗଲା। ଜୋସ୍ନା ଯେତେବେଳ ଆଉ ଚାଲି ପାରିଲେନି ସେତେବେଳେ ସେ ବାପା ମାଙ୍କ ଆଗରେ ଚିକିତ୍ସା ପାଇଁ କହିଥିଲା। କିନ୍ତୁ ଘରର ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ଘର ଲୋକ ଝିଅକୁ ଭଲ ମେଡିକାଲ ନେଇ ପରି ନଥିଲେ।

ତାପରେ ଜୋସ୍ନାର ଏବଂ ତାଙ୍କ ପରିବାର ଲୋକେ ସବୁ କଥା ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ସେତେବେଳେ ଲୋକ ଜୋସ୍ନାଙ୍କୁ ସାହାଯ୍ୟ କରିଥିଲେ କିନ୍ତୁ କେହି ପୁରା ଗୋଡ଼ ଠିକ ହେବା ପର୍ୟ୍ୟନ୍ତ ସାହାଯ୍ୟ କରିନଥିଲେ।

କିନ୍ତୁ ଏବେ ଓଡ଼ିଆ ଚଳଚ୍ଚିତ୍ରର ସମ୍ବିତ ଆଚାର୍ଯ୍ୟ ଜୋସ୍ନାର ଗୋଡ଼ ଠିକ୍ କରି ତା ସୋପ୍ନକୁ ପୁରା କରିବାକୁ ବାହାରିଛନ୍ତି। ସେ ଭଦ୍ରକରୁ ଭୁବନେଶ୍ଵର ଯିବା ପାଇଁ ଗାଡ଼ି ପଠେଇଛନ୍ତି। ଜୋସ୍ନା ଗାଡ଼ିରେ ବସି ଭୁବନେଶ୍ଵର କିମ୍ସ କୁ ଯିବା ସେଥିପାଇଁ ସେ ବହୁତ୍ ଖୁସି। ସମ୍ବିତ ଜୋସ୍ନାର ଗୋଡ଼ ଭଲ ହେବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *