ସେ ଝିଅ ଆଜେକ୍ସଙ୍କୁ ବାଡ଼େଇଥିଲା ତାକୁ ବାଡ଼େଇବାର ଥିଲା….

ଗତ କିଛିଦିନ ହେବ ସାରା ଓଡ଼ିଶାରେ ଗୋଟିଏ ଘଟଣା ଅଧିକ ଚର୍ଚ୍ଚାରେ ରହିଛି । ଯାହାକି ହେଉଛି ବହୁ ପରିଚିତ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା । ମାମଲା ପରେ ବର୍ତ୍ତମାନ ପୋଲିସ ଘଟଣା ସମ୍ବନ୍ଧରେ ତଦନ୍ତ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ସମ୍ବନ୍ଧରେ ଯାହା ଜଣା ପଡ଼ିଛି ତାହା ହେଉଛି ଡିଜେ ଆଜେକ୍ସ ତାଙ୍କର ବାନ୍ଧବୀ ଜିଜ୍ଞାସାଙ୍କ ପାଇଁ ହିଁ ଆତ୍ମହତ୍ୟା କରିଛନ୍ତି ।

କିନ୍ତୁ ଯେହେତୁ ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହିତ ହୋଇଥିବା ସବୁ କଥାର ରେକର୍ଡ ଫୋନରୁ ଡିଲିଟ କରି ଦେଇଛନ୍ତି , ତେଣୁ ଏହି ମାମଲାର ତଦନ୍ତ ପାଇଁ ସମସ୍ୟା ହେଉଛି । ତେଣୁ ବର୍ତ୍ତମାନ ସମୟରେ ଆଜେକ୍ସଙ୍କର ଜଣେ ସାଙ୍ଗ ଏହି ମାମଲାକୁ ନେଇ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି ।

ଆଜେକ୍ସ ଜଣେ ଖୁବ ଲୋକପ୍ରିୟ ବ୍ୟକ୍ତି ଥିଲେ ଯାହାଙ୍କର ଦିନକୁ ରୋଜଗାରବି କିଛି କାମ ନଥିଲା । ତେଣୁ ତାଙ୍କ ସାଙ୍ଗ ଲିଜା କହିଛନ୍ତି ଯେ ନିଶ୍ଚିତ ଭାବରେ ଜିଜ୍ଞାସା ଆଜେକ୍ସଙ୍କ ସହିତ ତାଙ୍କ ପଇସା ପାଇଁ ଥିଲା । ଆଉ ତାଙ୍କୁ ଧୋକା ମଧ୍ୟ ଦେଉଥିଲା । ଆଜେକ୍ସ ସବୁ ଜାଣିବି ସୁଦ୍ଧା ଜିଜ୍ଞାସାଙ୍କୁ ଖୁବ ଭଲ ପାଉଥିଲେ । ଏ ସମ୍ବନ୍ଧରେ କିଛି କଲ ରେକର୍ଡ଼ିଂଗ ମଧ୍ୟ ପୂର୍ବରୁ ନଜରକୁ ଆସିଛି । ଲିଜାଙ୍କ କହିବା କଥା ଯେ ତାଙ୍କ ସାଙ୍ଗ ଆଜେକ୍ସ କୁଆଡ଼େ ସେହି ଝିଅ ପାଇଁ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ଭୁଲି ଯାଇଥିଲେ । ଏମିତିକି ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ ।

ଆଜେକ୍ସ ନିଜ କାମରେ ମଧ୍ୟ ଅବହେଳା କରୁଥିଲେ । କୌଣସିବି ପ୍ରୋଗ୍ରାମକୁ ଯାଇ ବାରମ୍ବାର କଲରେ ବ୍ୟସ୍ତ ରହିବା , ପ୍ରୋଗ୍ରାମକୁ ବିଳମ୍ବରେ ଯିବା ଏମିତି କରୁଥିଲେ । ଯେମିତିକି ସେ ଜିଜ୍ଞାସାଙ୍କ ପାଇଁ ପୁରାପୁରି ପାଗଳ ହୋଇ ଯାଇଥିଲେ । ତେବେ ଏଭଳି ଭାବରେ ନିଜର ପରିବାର ଥାଉ ଥାଉ ଅନ୍ୟ ଜଣେ ଝିଅ ପାଇଁ ଏଭଳି ପାଗଳ ହେବା , ଯିଏକି ବାସ୍ତବରେ ହିଁ ଆଜେକ୍ସଙ୍କୁ ଭଲ ପାଉ ନଥିଲେ ତାହା ଜାଣିବି ସୁଦ୍ଧା ସେ ନିଜ ଜୀବନ ବର୍ବାଦ କରୁଥିଲେ । ଏହାକୁ ନେଇ ବର୍ତ୍ତମାନ ଆଜେକ୍ସଙ୍କ ସାଙ୍ଗ ଆମେ ଜିଜ୍ଞାସାଙ୍କ ସମ୍ବନ୍ଧରେ ଅନେକ କଥା କହୁଛନ୍ତି । କିଭଳି ଭାବରେ ସେ ଏକାଧିକ ପୁଅ ସହିତ ଥିଲେ ଏବଂ ଆଜେକ୍ସଙ୍କୁ ତାଙ୍କ ଟଙ୍କା ପାଇଁ ତାଙ୍କ ସହିତ ରହୁଥିଲେ ।

ଲିଜା କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏଭଳି ସମସ୍ୟା କେବଳ ଓଡ଼ିଶାରେ ଆଜେକ୍ସଙ୍କ ସହିତ ହୋଇନାହିଁ । ଏଭଳି ଅନେକ ପୁଅ ଝିଅଙ୍କ ଧୋକା ପାଇଁ ଜୀବନ ଦେଇଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ଘଟଣା କେବଳ ଝିଅଙ୍କ କ୍ଷେତ୍ରରେ ନୁହେଁ । କାରଣ ପୁଅ ମାନେ ମଧ୍ୟ ଝିଅଙ୍କ ଧୋକା ଦେଉଛନ୍ତି । ତେଣୁ ସେ ସମସ୍ତଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସମୟରେ କାହାକୁ ପ୍ରେମ କରିବା ଭୁଲ ନୁହେଁ । ଆଜିକାଲି କେହିବି ପ୍ରେମ ସମ୍ପର୍କରେ ଅଛନ୍ତି । କିନ୍ତୁ ସବୁଠାରୁ ବଡ଼ ଭୁଲ ହେଉଛି ଯେ କାହାକୁ ଅଧିକ ଭଲ ପାଇବା । ଯେଉଁ କାରଣରୁ ଏଭଳି ଘଟଣା ଘଟୁଛି ।

Leave a Reply

Your email address will not be published. Required fields are marked *