ଆଗ କଳାର ଶିକ୍ଷା ନୀତି ଏବଂ ବର୍ତ୍ତମାନର ଶିକ୍ଷାନୀତି ଭିତରେ ବହୁତ୍ ଫରକ୍। ନା ଆଉ ଅଗପରି ଦଣ୍ଡ ଅଛି ନା ବାପା ମାଆ ମାନେ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି। ଶିକ୍ଷକ ଏବଂ ଅଭିଭାବକ ମାନେ ନିଜ ନିଜ କାମରେ ବ୍ୟସ୍ତ। ଯଦି କିଛି ଭୁଲ ହେଇଗଲା ତା ପରେ ଦୁହେଁ ଦୁହିଁଙ୍କୁ ଦୋଷ ଦେବା ଆରମ୍ଭ କରନ୍ତି।
ହଁ ଆଜ୍ଞା ଅମିତି କିଛି ଘଟଣା ଏବେ ଦିନକୁ ଦିନ ଘଟିବାରେ ଲାଗିଛି। ପିଲା ମାନେ ଆଉ ଶିକ୍ଷକଙ୍କୁ ମାନୁ ନାହାଁନ୍ତି କି ଶିକ୍ଷକ ମାନେ ଆଉ ଆଗ ପରି ପାଠ ପଢାଉ ନାହାଁନ୍ତି। ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ବିଜ୍ଞାନ ପଠାଇବା ପାଇଁ ବହି ମାଗିଲେ କିନ୍ତୁ ପିଲା କେହି ବହି ଆଣି ନଥିଲେ ସେଥିପାଇଁ ସେ ଆଉ ବହି ନ ପଠେଇ ବସିଲେ।
କିଛି ପିଲା ସ୍କୁଲ ଛୁଟି ହେବା ପୂର୍ବରୁ ବାହାରକୁ କୁଆଡେ ପଳେଇଲେ ସେଥିପାଇଁ ତାଙ୍କ ଅଭିଭାବକ ଶିକ୍ଷୟତ୍ରୀଙ୍କୁ ତାଙ୍କ ଭୁଲ ବିଷୟରେ କହୁଥିଲେ କିନ୍ତୁ ଶିକ୍ଷୟତ୍ରୀ ଜଣଙ୍କ କହିଲେ ଏଥିରେ ମୋର କିଛି ଭୁଲ ନାହିଁ ତମ ପିଲାଙ୍କୁ କହିଲେ ସେ ଶୁଣି ବନି ମୁଁ କାଇ କାହାକୁ କହିବାକୁ ଯିବି। ମୁଁ କେବଳ କ୍ଲାସ ରୁମ୍ ରେ ଶିକ୍ଷକ ବାହାରେ ପିଲା କଣ କଲା କଣ ନାହିଁ ମୋର ସେ ବିଷୟରେ ଚିନ୍ତା କରିବାର କିଛି ନାହିଁ। ତମେ ତମ ପିଲାଙ୍କୁ ସମ୍ଭାଳ ଏବଂ ଅଭିଭାବକ ଅଭିଭାବକ ପରି ରୁହ।
କିନ୍ତୁ ପିଲା ମାନେ ଶିକ୍ଷକଙ୍କ ବିରୁଦ୍ଧର ଅନେକ ଅଭିଯୋଗ ଆଣିଛନ୍ତି ସେମାନେ କହିଛନ୍ତି। ମ୍ୟାଡ଼ାମ୍ ପାଠ ନ ପଢେଇ ଫୋନ୍ ଦେଖୁଛନ୍ତି। ସବୁବେଳେ ଫୋନ୍ ରେ ଗପୁଛନ୍ତି। ଆମେ କିଛି କହିଲେ ଆମକୁ ଅଭାଷା ରେ ଗାଳି ଦେଉଛନ୍ତି। ପିଲା ଦୁଷ୍ଟ ହେଲେ ତାଙ୍କୁ କିଛି କହୁ ନାହାଁନ୍ତି। ଡେରିରେ ସ୍କୁଲ ଆସୁଛନ୍ତି।