ବଲିଉଡରେ ବିକିନୀ ପିନ୍ଧି ଫିଲ୍ମ କରୁଛନ୍ତି ମୁଁ ବି କରିବି, ମୁଁ କଲେ କଣ ପାପ ହେଇ ଯାଉଛି : ନିଶା ମହାରଣା

ଓଲିଉଡ଼ର ସନ୍ନି ଲିଓନୀ ନିଶା ମହାରଣାଙ୍କୁ ପ୍ରାୟ ସବୁ ପୁଅ ଜାଣିଛନ୍ତି। ସେ ଭଲ କଥା ପାଇଁ ହେଉ କିମ୍ଵା ବିବାଦ ପାଇଁ ହେଉ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ହେବ ତାଙ୍କୁ ଅନେକ ଲୋକ ଅନେକ କଥା କହୁଛନ୍ତି ସେଥିପାଇଁ ସେ ଲୋକ ମାନଙ୍କୁ ଜବାବ ଦେବା ପାଇଁ ନିଶା ମହାରଣା ମିଡ଼ିଆ ଆଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ ମିଡ଼ିଆ ଆଗରେ କହିଥିଲେ ମତେ କିଏ ପସନ୍ଦ କଲା କିଏ ନ କଲା ମୋର କିଛି ଯାଏ ଆସେନାହିଁ। ଆଉ ମୁଁ କାହା କଥାରେ ମୁଣ୍ଡ ପୁରାଇନି କି ମୋ କଥାରେ କିଏ ମୁଣ୍ଡ ପୁରାଇଲେ ମତେ ଭଲ ଲାଗେନା। ସବୁ ଲୋକଙ୍କୁ ଯୋଉ କାମ କରିବାକୁ ଭଲ ଲାଗେନା ମତେ ସେ କାମ ଭଲ ଲାଗେ।

କେତେ ଲୋକ ଅଛନ୍ତି ନିଜେ ଖରାପ୍ ହେଇକି ବି ମୋ ବିଷୟରେ ଖରାପ୍ କରି କହୁଛନ୍ତି। କିନ୍ତୁ ମତେ କିଛି ଫରକ୍ ପଡୁନି। ମୁଁ ଜାଣିଛି ମୁ କେମିତିକା । ମତେ ଏଠି ଆସି ପହଞ୍ଚିବା ପାଇଁ କେତେ କଷ୍ଟ ହେଇଛି ସେମାନେ ଜାଣି ପାରିବେନି। ସେମାନେ କେବଳ କହିବା ଜାଣିଛନ୍ତି।ଯଦି ସେମାନଙ୍କର ମୋ ଭିଡ଼ିଓ ଦେଖିବାକୁ ଇଚ୍ଛା ନାହିଁ ତେବେ ନ ଦେଖନ୍ତୁ। ନିଶାର ଭିଡିଓ ଯଦି ତମ ମୋବାଇଲ୍ ରେ ଆସୁଛି ତେବେ ଉପରକୁ କରିଦିଅ ଦେଖନି। ମୁଁ କାହାକୁ କହିବି ଦେଖିବାକୁ। ନିଜେ ଫୋନ୍ ଦେଇ ନିଜ ପିଲାଙ୍କୁ ଖରାପ୍ କରିବେ ତାପରେ ମତେ କହିବେ।

ଓଡ଼ିଆ ଚଳଚ୍ଚିତ୍ରରେ ମତେ ଯେମିତିକି ଫିଲ୍ମ ମିଳିଲେ ମୁଁ କରିବି। ଏବେ ବଲିଉଡରେ ହିରୋଇନ୍ ବିକିନି ପିନ୍ଧି କରୁଛନ୍ତି ମୁଁ ବି କରିବି ସେମାନେ କଲେ କିଛି ନାହି ମୁଁ କଲେ ସେଇଟା ପାପ। ମୁଁ ଆସିଛି ମୋ କ୍ୟାରିୟର ବନେଇବାକୁ ମୋର କାହା ସହ କିଛି ସମ୍ପର୍କ ନାଇ ଯିଏ ଯାହା କହୁଛି କହିଥାନ୍ତୁ। ମତେ ଯାହା ଭଲ ଲାଗିବ ମୁଁ ସେଇଆ କରିବି।

Leave a Reply

Your email address will not be published. Required fields are marked *