ସାହସ ପଣିଆ ଦେଖାଇଛନ୍ତି ବାଲେଶ୍ୱର ଯୁବକ । ୩୦୦ ଜୀବନ ବଂଚେଇଦେଲେ ନଚେତ ହୁଏତ ବଢ଼ି ଯାଇଥାନ୍ତା ମୃତକଙ୍କ ସଂଖ୍ୟା

ବର୍ତ୍ତମାନ ସମୟରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କାରଣ ଓଡ଼ିଶାରେ ଘଟିଥିବା ରେଳ ଦୁର୍ଘଟଣା ଏତେ ହୃଦୟ ବିଦାରକ ଯେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କହିରଖିବୁ ଯେ ଗତକାଲି ହାୱଡ଼ା ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ସନ୍ଧ୍ୟା ୭ ସମୟରେ ବାଲେଶ୍ଵର ଷ୍ଟେସନରେ ପହଞ୍ଚିଥିଲା ଏବଂ ୨ ମିନିଟ ପରେ ଷ୍ଟେସନ ଛାଡ଼ି ଦେଇଥିଲା ।

ମାତ୍ର ବାହାନଗା ପାଖାପାଖି ପ୍ରାୟ ୭.୨୦ ରେ ଏଭଳି ଏକ ଘଟଣା ଘଟି ଯାଇଥିଲା । କିଟିମିଟିଆ ଅନ୍ଧାର ରାତିରେ କେହି କିଛି ବୁଝିବା ଆଗରୁ ଏଭଳି ଏକ ଭୟଙ୍କର ଘଟଣା ଘଟି ଯାଇଥିଲା । ମାତ୍ର ବାଲେଶ୍ୱର ଜିଲ୍ଲାର ଯୁବକ ଏବଂ ପାଖାପାଖି ଅନେକ ଲୋକ ନିଶ୍ଚିତ ଭାବରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ପ୍ରଥମରୁ ଆରମ୍ଭ କରି ଦେଇଥିଲେ ।

ବିଶେଷ କରି ଘଟଣା ଘଟିବା ସମୟରେ ଗଣେଶ ନାମକ ଜଣେ ସ୍ଥାନୀୟ ଯୁବକ ଘଟଣାକୁ ପ୍ରାୟ ୨୦୦ ମିଟର ଦୂରରୁ ଦେଖିଥିଲେ । ଆଉ ଘଟଣା ଘଟିବା ପରେ କରୁଣ ଚିତ୍କାର ମଧ୍ୟ ଶୁଣିବାକୁ ପାଇଥିଲେ । ସେ କାହାକୁ ଅପେକ୍ଷା ନକରି ସିଧା ସ୍ଥାନୀୟ ଲୋକଙ୍କୁ ଡାକି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ଏପରି ମଧ୍ୟ କୁହାଯାଉଛି ଯେ ଯଦି ଗଣେଶ ଠିକ ସମୟରେ ଉଦ୍ଧାର କାର୍ଯ୍ୟ କରି ନଥାନ୍ତେ ତେବେ ହୁଏତ ଆହୁରି ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା । ତେବେ ଗଣେଶ ଏବଂ ବାଲେଶ୍ୱର ଜିଲ୍ଲାର ଅନ୍ୟ ଯୁବକ ଏବଂ ସହଯୋଗୀ ଯେଉଁମାନେ NDRF ଟିମ ଆସିବା ପୂର୍ବରୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ତେବେ କହି ରଖିବୁ ଯେ ଏଭଳି ଏକ ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଭଲ ଭାବରେ ନିରୀକ୍ଷଣ କରି ଉଦ୍ଧାର ଟିମ ସହିତ ଆଲୋଚନା କରିଛନ୍ତି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉଭୟ ଘଟଣା ସ୍ଥଳ ଏବଂ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ଆହତ ବ୍ୟକ୍ତିଙ୍କ ସହିତ ଏବଂ ମୃତ ବ୍ୟକ୍ତିଙ୍କ ପରିଜନଙ୍କ କଥା ବୁଝିଛନ୍ତି । କହିରଖିବୁ କି ଏହି ଘଟଣା କାରଣରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୬୧ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ୧୦୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଏହାବ୍ୟତୀତ ଏହି ଘଟଣା ପରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା , ଗୁରୁତର ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଦେବାକୁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ତରଫରୁ ଘୋଷଣା ହୋଇଛି । ଏହାବ୍ୟତୀତ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ରାଜ୍ୟ ସରକାର ମଧ୍ୟ ସହାୟତାର ହାତ ବଢ଼ାଇଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *