୪୨ ବର୍ଷ ତଳର ଟ୍ରେନ ଦୁର୍ଘଟଣା , ଆଜି ବି ମନେ ପକାଇ ଦେଉଛି ଛାତିଥରା କାହାଣୀ ପ୍ରାଣ ହରେଇଥିଲେ ୯୦୦ ଲୋକ

କେତେବେଳେ କଣ ହୋଇଯିବ ସେ କଥା କିଏ ବା ଜାଣିଛି । ନା କିଏ ଭବିଷ୍ୟତ ଦେଖି ପାରୁଛି , ନା କିଏ ଭବିଷ୍ୟତ ଜାଣି ପାରୁଛି । ବାସ୍ ଆମେ ତ ଆସିଛୁ କର୍ମ କ୍ଷେତ୍ରକୁ ଆଉ କର୍ମ କରି ଚାଲିଯିବା । ତେବେ ଗତକାଲି ଘଟି ଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ବିଷୟରେ ଏ ସାରା ବିଶ୍ଵ ଜାଣି ସାରିଲାଣି। କେତେ ଖୁସି ନେଇ ଯିଏ ଯାର ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ , କିନ୍ତୁ ହଠାତ୍ ଘଟି ଯାଇଥିଲା ଏମିତି ଘଟଣା , ଯାହାକୁ କେହି ସହଜରେ ଭୁଲି ପାରିବେ ନାହିଁ ।

ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଅତି ଭୟଙ୍କର ଭାବରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆଉ ଯେଉଁଥିରେ ହଜାର ହଜାର ଲୋକଙ୍କର ଜୀବନ ଚାଲି ଯାଇଥିବା କଥା ସ୍ଥାନୀୟ ଲୋକ ମାନେ କହିବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଗଣମାଧ୍ୟମରେ ଶୁଣିବାକୁ ମିଳିଛି ମାତ୍ର ୨୬୦ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସେମାନେ କହିବାରେ ଲାଗିଛନ୍ତି । ତେବେ ଗତକାଲିର ସେହି ହୃଦୟ ବିଦାରକ ଘଟଣା ମନେ ପକାଇ ଦେଇଛି ୪୨ ବର୍ଷ ତଳେ ଘଟି ଯାଇଥିବା ସେହି ଟ୍ରେନ ଦୁର୍ଘଟଣା ବିଷୟରେ , ଯାହାକୁ ଦେଶର ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ଭାବରେ ବିବେଚନା କରାଯାଏ ।

ତେବେ ତଥ୍ୟ ଅନୁଯାୟୀ , ୧୯୮୧ ମସିହା ଜୁନ ୬ ତାରିଖରେ ବିହାରରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ପୋଲ ତଳକୁ ଟ୍ରେନଟି ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାନସୀ-ସାହାରା ଏବଂ ବାଦଲା ଘାଟ-ଧାମରା ଘାଟ ଷ୍ଟେସନ ମଧ୍ୟରେ ବାଗମାଟି ନଦୀ ଉପରେ ଥିବା ୫୧ ନମ୍ବର ପୋଲ ତଳକୁ ଏକ ଯାତ୍ରୀବାହୀ ଟ୍ରେନ ଓଲଟି ପଡିଥିଲା । ଏହି ଟ୍ରେନର ୯ଟି ବଗି ପୋଲ ତଳକୁ ଖସି ପଡିଥିଲା । ଆଉ ଯେଉଁଥିରେ ୮୦୦ ରୁ ଅଧିକ ଲୋକ ଜୀବନ ହରାଇଥିବା ସୂଚନା ସ୍ଥାନୀୟ ଲୋକ ମାନେ ଦେଇଥିଲେ କିନ୍ତୁ ସରକାରୀ ଆକଳନ ଅନୁଯାୟୀ , ଏହାକୁ ମାତ୍ର ୩୦୦ ବୋଲି କୁହା ଯାଇଥିଲା ।

ଠିକ୍ ସମାନ ଘଟଣା ଏହି ଟ୍ରେନ ଦୁର୍ଘଟଣାରେ ମଧ୍ୟ ଘଟିଛି । ତେବେ ଯାହା କୁହାଯାଏ , ସେଦିନ ମଧ୍ୟ ଟ୍ରେନଟି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରେନଟି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗରେ ଥିଲା ଏବଂ ସୁରୁଖୁରୁରେ ମଧ୍ୟ ଚାଲୁଥିଲା । ସେହି ସମୟରେ ଟ୍ରେନଟି ବଦଲା ଘାଟ ସେଷ୍ଟନରେ ଠିଆ ହୋଇଥିଲା । କିନ୍ତୁ କିଛି ସମୟ ସେଠାରେ ଅଟକି ରହିବା ପରେ ଟ୍ରେନ ଧୀରେ ଧୀରେ ଧାମରା ଘାଟ ଆଡକୁ ଗତି କରିବା ଆରମ୍ଭ କରିଥିଲା ।

ପାଗ ଖରାପ ଯୋଗୁଁ ଦୁର୍ଘ-ଟଣା ଘଟିଥିବା କୁହାଯାଇଥିଲା । ଟ୍ରେନଟି ଅଳ୍ପ ଦୂର ଯାଏଁ ଅତିକ୍ରମ କରିବା ପରେ ପ୍ରବଳ ଜୋରରେ ବର୍ଷା ଓ ବଜ୍ରପାତ ହୋଇଥିଲା । ସାମ୍ନାରେ କିଛି ଦିଶୁ ନଥିଲା , ଏହି ସମୟରେ ଟ୍ରେନ ଚାଳକ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ଟ୍ରେନ ଡ୍ରାଇଭର ବ୍ରେକ୍ ମାରି ଦେଇଥିଲେ ଯାହା ଫଳରେ ଟ୍ରେନ ନିଜ ଗତିରୁ ବାହାରି ସିଧାସଳଖ ପୋଲ ତଳକୁ ଖସି ପଡିଥିଲା ।

Leave a Reply

Your email address will not be published. Required fields are marked *