ରୁଟି ପୋଡିବା ସାଜିଲା କାଳ , ବୋହୂକୁ ଚେ-ଙ୍କ ଦେଲା ଶାଶୁ ଆଉ କରିଲା ଏମିତି

କୁହାଯାଏ ବଡ ଘର ବଡ ଗୁମର କଥା । ଆଉ ବାସ୍ତବରେ ମଧ୍ୟ ତାହା ହିଁ ହୋଇଥାଏ । ତାଙ୍କ ଘରେ କଣ ହୋଇଥାଏ ତାହା ଜଣା ପଡି ନଥାଏ କିନ୍ତୁ ଅନ୍ୟ କ୍ଷେତ୍ରରେ ଯେତେବେଳେ ଗୋଟିଏ ଛୋଟ ପରିବାର ରେ କଣ ହୋଇଯାଏ , ସାରା ସାହି ପଡିଶା ଜାଣି ପକାଇ ଥାନ୍ତି । ତେବେ ଏପରି କିଛି ବଡ ବଡିଆ ପଣ ଦେଖିବାକୁ ମିଳିଛି ଆଉ ଯାହାର ଶି-କାର ହୋଇଛନ୍ତି ଜଣେ ନିରୀହ ମହିଳା । ଯୌତୁକ ନିର୍ଯା-ତନା ଭାରରେ ସେ ଏତେ ଛନ୍ଦି ହୋଇ ଯାଇଛନ୍ତି ଯେ , ତାହା କାହାକୁ କହି ହେବ ନାହିଁ ।

ଆଉ ବର୍ତ୍ତମାନ ସବୁ କଥା ଧରା ପଡ଼ିବା ପରେ ଶାଶୁ ଘର ଲୋକ ନିଜ ମୁଁହ ଲୁ-ଚାଇ ଦେଇଛନ୍ତି । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ଭୁବନ ଥା-ନା ଅନ୍ତର୍ଗତ ଭୁବନ ୱାର୍ଡ ନମ୍ୱର ୧ ରେ । ସୂଚନା ଅନୁଯାୟୀ , ଜଗତସିଂହପୁର ଜିଲ୍ଲାରେ ରଶ୍ମିତା ବେହେରାଙ୍କ ବିବାହ ହୋଇଥିଲା । ଶାଶୁ ଘର ଲୋକ ବଡ ଘରର ଥିଲେ ଆଉ ତାଙ୍କର ପଇସା ପତ୍ର ଦେଖି ଝିଅ ଭଲରେ ରହିବ ବୋଲି ବାପା ଘର ଲୋକ ଝିଅକୁ ଟେକି ଦେଇଥିଲେ । ଆଉ ସେପଟେ ଶାଶୁ ଘର ଲୋକ ମଧ୍ୟ ଝିଅର କିଛି ଅସୁବିଧା ହେବ ନାହିଁ ବୋଲି କହି ବିବାହ କରାଇ ନେଇଥିଲେ ।

କିନ୍ତୁ ବିବାହର ୨ ମାସ ପରେ ଆରମ୍ଭ ହୋଇଥିଲା ପ୍ରକୃତ ଘ-ଟଣା । ବିବାହ ସମୟରେ ପାଞ୍ଚ ଭରି ସୁନା ମଧ୍ୟ ଯୌ-ତୁକ ବାବ-ଦକୁ ଦେଇଥିବା ସତ୍ତ୍ୱେ ମଧ୍ୟ ସେମାନେ କହିଥିଲେ କି , ତୁ ଯାଇ ବାପ ଘରୁ କାର ଆଣେ ଆଉ ଭାଇକୁ ଟଙ୍କା ମାଗେ । କିନ୍ତୁ ଏହାକୁ ବାରଣ କରିଥିଲେ ରଶ୍ମିତା ଆଉ ବାପ ଘର ଲୋକଙ୍କୁ ମଧ୍ୟ ଏ ବାବ-ଦରେ ଜଣାଇ ଦେଇଥିଲେ । ରଶ୍ମିତା ମନା କରିବା କାରଣରୁ ଶାଶୁ ଆଉ ସ୍ଵାମୀଙ୍କ ରାଗ ବଢ଼ି ଯାଇଥିଲା ଆଉ ସେମାନେ ରଶ୍ମିତାଙ୍କ ଭୁଲକୁ ଅନାଇ ବସିଥିଲେ । ତେବେ ଏକଦା ରଶ୍ମିତା ରୁଟି ପୋଡ଼ି ଦେବା ସହିତ ଟାଣ ମଧ୍ୟ କରି ଦେଇଥିଲେ ।

ଯାହା ପରେ ତାଙ୍କ ଶାଶୁ ସେହି ତାୱା ରେ ହିଁ ତାଙ୍କ ହାତରେ ଚେଙ୍କ ଦେଇ ଦେଇଥିଲେ ଆଉ ତାଙ୍କ ବେକରେ ମା-ଡ଼ ମା-ରିଥିଲେ । ଯାହା ପରେ ଅସହ୍ୟ କଷ୍ଟ ସହି ନ ପାରି ରଶ୍ମିତା ପାଟି କରିଥିଲେ । ତେବେ ଶେଷରେ ବାପ ଘର ଲୋକଙ୍କୁ ଏ ବାବ-ଦରେ ଜଣାଇବା ପରେ ସେମାନେ ଆସି ପହଞ୍ଚି ଥିଲେ ଆଉ ପୋ-ଲିସ ଥା-ନାରେ ବର୍ତ୍ତମାନ ଅଭି-ଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଘଟ-ଣାର ତ-ଦନ୍ତ ଚାଲିବା ସହିତ ଶାଶୁ ଏବଂ ରଶ୍ମିତାଙ୍କ ସ୍ଵାମୀ ଖାରବେଳ ଦିଗବିଜୟ ପାତ୍ରଙ୍କୁ ପୋ-ଲିସ ଗି-ରଫ କରି ନେଇଛି । ଆଉ ସେପଟେ ହସ୍ପିଟାଲରେ ରଶ୍ମିତାଙ୍କ ଚିକିତ୍ସା ଚାଲିଛି ।

Leave a Reply

Your email address will not be published. Required fields are marked *