ରାସନ୍ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର ଏଥର ମିଳିବ ଦୁଇ ଥର ମାଗଣା ରାସନ୍ ।

ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ତେବେ ସେହି ଅନେକ ଯୋଜନା ଭିତରୁ ବିପୁଳ ମାତ୍ରାରେ ଗରିବ ଲୋକେ ଲାଭ ପାଉଛନ୍ତି କେନ୍ଦ୍ରସରକାରଙ୍କ ତରଫରୁ ଦିଆ ଯାଉଥିବା ରାସନ୍ କାର୍ଡ ମାଧ୍ୟମରେ । ଆପଣ ମାନେ ଜାଣି ଖୁସି ହେବେ ଯେ ଏଥର ମିଳିବାକୁ ଯାଉଛି ମାସରେ ଦୁଇ ଥର ମାଗଣା ରାସନ୍ ସାମଗ୍ରୀ ।

ଲୋକେ କୁହନ୍ତି ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସମସ୍ତ ଯୋଜନା ଦୀର୍ଘ ସ୍ଥାୟୀ ହୋଇଥାଏ । ଏବଂ ଏଥି ସହିତ ମାଗଣାରେ ଲୋକେ ରାସନ୍ ପାଇଁ ଏହା ଦ୍ବାରା ବେଶ୍ ଉପକୃତ ମଧ୍ୟ ହୋଇଥାନ୍ତି । ଯେପରି କେନ୍ଦ୍ରସରକାରଙ୍କ ପକ୍ଷରୁ କରୋନା ସମୟରେ ମାଗଣା ରାସନ୍ ବ୍ୟବସ୍ଥା କରାଯାଇଥିଲା ଯାହା ଦ୍ଵାରା ଅନେକ ମାତ୍ରାରେ ଲୋକେ ଲାଭବାନ ହୋଇଥିଲେ । ଭୋକର ଜ୍ଵାଳା ଗରିବ ଅସହାୟ ଲୋକଙ୍କୁ ଅନୁଭବ କରିବାକୁ ପଡ଼ି ନଥିଲା ।

ତେବେ ବର୍ତ୍ତମାନ ସେହି ରାସନ୍ କାର୍ଡ ଧାରିଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ରାସନ୍ କାର୍ଡ ଧାରୀ ଏଥର ହୋଇଯିବେ ବେଶ୍ ଖୁସି । କାରଣ ଯେଉଁ ମାନେ ମାଗଣାରେ ରାସନ୍ ସାମଗ୍ରୀ ପାଉଥିଲେ ତାଙ୍କ ପାଇଁ ଏଥର ଡବଲ ଖୁସି ଖବର ଅଛି । ତେବେ ସେହି ଖୁସି ଖବର କଣ ଆସନ୍ତୁ ନଜର ପକାଇବା । ରାସନ କାର୍ଡ ଥିବା ସମସ୍ତ ଉପଭୋକ୍ତାଙ୍କୁ ମାସରେ ୨ ଥର ରାସନ୍ ସାମଗ୍ରୀ ମିଳିପାରିବ ବୋଲି ସୂଚନା ମିଳିଛି ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡଧାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି କ୍ରମରେ ବର୍ତ୍ତମାନ ରାସନ କାର୍ଡର ହିତାଧିକାରୀମାନଙ୍କୁ ମେ’ ମାସରେ ୨ ଥର ରାସନ ସାମଗ୍ରୀ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା କିପରି ଏହି ଯୋଜନାର ଫାଇଦା ଉଠାଇପାରିବେ ।

ଆପଣ ମାନେ ନିହାତି ଭାବେ ଜାଣିଥିବେ ସରକାର କେତେବେଳେ ଲୋକଙ୍କ ସୁବିଧା ପାଇଁ କେଉଁ କେଉଁ ନୂଆ ଯୋଜନା ଆଣିଥାନ୍ତି ତାହା ଲୋକେ ଚିନ୍ତା ମଧ୍ୟ କରି ନଥାନ୍ତି । ଯେପରି କୋଭିଡ୍ ସମୟରେ ଜିରୋ ଆକାଉଣ୍ଟକୁ ମାସ ମାସ ଧରି ତିନି ମାସ ମୋଦି ସରକାର ପାଞ୍ଚ ସହ ଟଙ୍କା ଲେଖାଏଁ ଛାଡ଼ିଲେ ଠିକ୍ ସେହି ଭଳି । ତେବେ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ରାସନ୍ କାର୍ଡ ଧାରୀଙ୍କ ପାଇଁ ମଧ୍ୟ ସେହି ଭଳି ଏକ ବହୁତ୍ ବଡ ଖୁସି ଖବର ଅଛି । ହେଲେ ଏହି ଖୁସି ଖବର ଶୁଣିବା ପରେ କେଉଁ ମାନେ ଖୁସି ହେବେ ଆସନ୍ତୁ ତାହା ଉପରେ ନଜର ପକାଇବା ।

ସୂଚନା ଅନୁସାରେ, ହରିୟାଣା ସରକାର ଗରିବ ପରିବାରଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି । ଗତ ଏପ୍ରିଲ ମାସର ରାସନ୍ ସାମଗ୍ରୀ ଗରିବ ପରିବାରଙ୍କ ପାଖରେ ପହଞ୍ଚି ପାରିନାହିଁ । ଯେଉଁଥିପାଇଁ ଗରିବ ପରିବାରମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତେଣୁ ଏହାର କୋଟା ପୂରଣ କରିବା ପାଇଁ ହରିୟାଣା ସରକାର ମେ’ ମାସରେ ଏପ୍ରିଲ ଏବଂ ମେ’ ୨ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେବେ

ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଯେଉଁ ହିତାଧିକାରୀମାନେ ଏପ୍ରିଲ ମାସରେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବେ, ସେମାନଙ୍କୁ ମେ’ ମାସରେ ଡବଲ୍ ସାମଗ୍ରୀ ପ୍ରଦାନ କରିବେ ରାଜ୍ୟ ସରକାର । ତେଣୁ ରାସନ ଡିପୋରେ ଏପ୍ରିଲ ମାସର ରାସନ୍ ଷ୍ଟକ ମଧ୍ୟ ପହଞ୍ଚିସାରିଛି । ତେବେ କେବଳ ବିପିଏଲ ଏବଂ ଏଏୱାଇ କାର୍ଡଧାରୀ ହିଁ ଉପଭୋଗ କରିପାରିବେ । ସେପଟେ ଏହି ଖୁସି ଖବର ଶୁଣି ସାରିବା ପରେ ରାସନ କାର୍ଡ ଧାରି ବେଶ୍ ଖୁସି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *