ବୋର୍ଡ ପରୀକ୍ଷା ଖାତରେ ପୁଷ୍ପା ଚଳଚିତ୍ରର ଡାଇଲୋଗ, ପୁଷ୍ପା ରାଜ୍ ଆପୁନ୍………. ଦେଖନ୍ତୁ ଏହି ଭିଡ଼ିଓ।

ଗତ ଦୁଇ ବର୍ଷ ହେବ କରୋନା କାରଣରୁ ସାରା ଦେଶରେ ପାଠ ପଢ଼ା ବନ୍ଦ ହେବା ସହିତ ପରୀକ୍ଷା ମଧ୍ୟ ହେଉ ନଥିଲା। କିନ୍ତୁ ଚଳିତ ବର୍ଷ କରୋନା ର ପ୍ରଭାବ କମ୍ ହେତୁ ସମସ୍ତ ରାଜ୍ୟରେ ପୂର୍ବଭଳି କ୍ଲାସ ଆରମ୍ଭ ହୋଇଥିଲା। ସମସ୍ତ ବିଦ୍ୟାଳୟରେ ଶିକ୍ଷା ଦାନ ଆରମ୍ଭ ହୋଇଛି। ତେବେ ଚଳିତ ବର୍ଷ କୌଣସି ରାଜ୍ୟରେ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ବର୍ଷ ହେବ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀ ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଚିନ୍ତିତ ହେବା ସହ ପଢା ପଢି ଜୋର ସୋରରେ ଆରମ୍ଭ କରି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ପରୀକ୍ଷା କଥା ଭାଇରାଲ ହେଉଛି ଯାହାକୁ ଦେଖିଲା ପରେ ଆପଣ ବିଶ୍ୱାସ କରି ପାରିବେ ନାହିଁ।

ତେବେ ଆପଣ ନିକଟରେ ରିଲିଜ ହୋଇଥିବା ସାଉଥ ଇଣ୍ଡିଆ ଫିଲ୍ମ ପୁଷ୍ପା ବିଷୟରେ ଜାଣିଥିବେ। ତେବେ ସେଥିରେ ସାଉଥ ଇଣ୍ଡିଆ ସୁପରଷ୍ଟାର ଆଲୁ ଅର୍ଜୁନ ବେଶ ଦମଦାର ଅଭିନୟ କରିଥିଲେ। ତେବେ ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହିତ ଚଳଚ୍ଚିତ୍ର ସୁପର ହିଟ ମଧ୍ୟ ହୋଇଥିଲା। ତେବେ ଏହି ଫିଲ୍ମରେ ଅଲୁ ଅର୍ଜୁନଙ୍କ ଏକ ଡାଇଲୋଗ ଖୁବ ଲୋକପ୍ରିୟତା ହୋଇଥିଲା। ତାହାକୁ ବଡ଼ ବଡ଼ ଖେଳାଳିଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ରିଲ କରୁଥିବାର ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଡାଇଲୋଗ “ପୁଷ୍ପା ରାଜ ଆପୁନ୍ ଝୁକେଗା ନେହି ଶାଲା” ସୀମିତ ହୋଇ ନଥିଲା। ଦେଶ ବିଦେଶରେ ମଧ୍ୟ ଏକ ଫିଲ୍ମର କ୍ରେଜ ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ସମୟରେ ଏହି ଡାଇଲୋଗ ପିଲାମାନଙ୍କ ପରୀକ୍ଷା କଥାରେ ଦେଖିବାକୁ ମିଳିଛି। ତେବେ ଗତ ଦୁଇ ବର୍ଷ ପରେ ଶ୍ରେଣୀ ଗୃହରେ ପରୀକ୍ଷା ଦେବା ଆରମ୍ଭ ହୋଇଥିଲେ ପିଲାଙ୍କ ଆଗ୍ରହ ଆସି ନଥିବା ଜଣା ପଡ଼ିଛି। ତେବେ ଚଳିତ ବର୍ଷ ପଶ୍ଚିମବଙ୍ଗରେ ଦଶମ ବୋର୍ଡ ପରୀକ୍ଷା ଶେଷ ହୋଇଛି ଏବଂ ବର୍ତ୍ତମାନ ମୂଲ୍ୟାଙ୍କନ ଚାଲିଛି। ମାତୃଭାଷା ପରୀକ୍ଷା ଖାତ ମୂଲ୍ୟାଙ୍କନ ଚାଲି ଥିବା ସମୟରେ ଛାତ୍ର ଜଣକ ଯାହା ପରୀକ୍ଷା ଖାତରେ ଲେଖିଥିଲେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ତେବେ ଭାଇରାଲ ହେଉଥିବା ପରୀକ୍ଷା ଖାତରେ ଆପଣ ଦେଖିବାକୁ ପାଇବେ ଯେ ପିଲାଟି ପାଠ ନ ଲେଖି ପୁଷ୍ପା ଫିଲ୍ମର ବେଶ ଲୋକପ୍ରିୟ ଡାଇଲୋଗ ଲେଖିଛି। ସେଥିରେ ଲେଖା ହୋଇଛି ଯେ ‘ପୁଷ୍ପା ପୁଷ୍ପାରାଜ୍ ଲେଖୁଙ୍ଗା ନେହିଁ ଶାଲା’ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଶିକ୍ଷକ ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋର୍ଡ ପରୀକ୍ଷାରେ ଏପରି ଉତ୍ତର ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ତେବେ ପରୀକ୍ଷା ଖାତାକୁ କେହି ଜଣେ ଫୋଟ ଉଠେଇ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ୟୁଜର ମାନେ ଆଶ୍ଚର୍ଯ୍ୟ ହେବା ସହ ନିଜର ମତାମତ ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *