ମନୋଜ ମିଶ୍ର ପୁଣି ନିଆଁରେ ଘିଅ ଢ଼ାଳିଲେ । କହିଲେ ” ମୋ ଫିଲ୍ମକୁ ଓଡ଼ିଶାରେ ଚଳେଇ ଦେଲନି , ମୁଁ ବର୍ତ୍ତମାନ ଫରେନରେ ଚଳେଇଲି । “

ଓଡ଼ିଶାର ଲୋକପ୍ରିୟ ଅଭିନେତା ହୋଇ ଆସୁଥିବା ମନୋଜ ମିଶ୍ର ବର୍ତ୍ତମାନ ସୋସିଆଲ ମିଡ଼ିଆ ମାଧ୍ୟମରେ ଆଉ ଏକ ବିବାଦୀୟ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ପୁଣି ଜୋର ଧରିଛି । କହିରଖିବୁ ଯେ ମନୋଜ ଜଣେ ଓଡ଼ିଆ କଳାକାର । ତେଣୁ ସେ ବି ଚାହିଁଥିଲେ ଯେ ପୂଜା ଅବସରରେ ତାଙ୍କ ଫିଲ୍ମ ମାଇଣ୍ଡ ଗେମ ଓଡ଼ିଶାର ସବୁ ହଲରେ ପ୍ରଶଂସା ସାଉଣ୍ଟୁ ବୋଲି । କିନ୍ତୁ ତାହା ତ ହୋଇ ପାରିନାହିଁ । ଆହୁରି ମଧ୍ୟ ଏହି ଅଲିଉଡ଼ ଇଣ୍ଡଷ୍ଟ୍ରି ମଧ୍ୟରେ ରାଜନୀତି ଚାଲିଛି ଯେଉଁ କାରଣରୁ ମନୋଜ ମିଶ୍ରଙ୍କୁ ଅଲିଉଡ଼ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଯିବା ସହିତ ତାଙ୍କ ଫିଲ୍ମ ମାଇଣ୍ଡ ଗେମକୁ କୌଣସି ହଲରେ ରିଲିଜ କରାଯାଇ ନାହିଁ ।

ଯାହା ମନୋଜଙ୍କୁ ଆହୁରି କ୍ରୋଧିତ କରିଛି । ଆଉ ଏହାରି ମଧ୍ୟରେ ପଶ୍ଚିମ ଓଡ଼ିଶାରେ କୌଣସି ଓଡ଼ିଆ ଫିଲ୍ମ ଚାଲିବ ନାହିଁ ବୋଲି କହିବା ପରେ ସବୁଠି ପଶ୍ଚିମ ଓଡ଼ିଶାର ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଉ ବର୍ତ୍ତମାନ ମନୋଜ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ କରି ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ତେରଛା ବାଣ ମାରିଛନ୍ତି ।

ସେ କୌଣସି ଗଣମାଧ୍ୟମ ନୁହେଁ ବରଂ ସୋସିଆଲ ମିଡ଼ିଆ ଜରିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ , ‘ ମୋ ଫିଲ୍ମକୁ ଆପଣ ମାନେ ଓଡ଼ିଶାରେ ଚଲେଇ ଦେଲେନି । କିନ୍ତୁ ମୁଁ ମୋ ଫିଲ୍ମକୁ ବର୍ତ୍ତମାନ ଫରେନରେ ଚଳେଇଛି । ଆଉ ସେଠାରୁ ମୋତେ ଏକାଧିକ ଓଡ଼ିଆଙ୍କ ପ୍ରଶଂସା ମଧ୍ୟ ମିଳିଛି । ‘

ଆଜ୍ଞା ହଁ ଆୟରଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡରେ ହଲରେ ମନୋଜଙ୍କ ଫିଲ୍ମ ମାଇଣ୍ଡ ଗେମକୁ ସେଠାରେ ଥିବା ଅନେକ ଓଡ଼ିଆ ଦେଖିଛନ୍ତି ଏବଂ ତାହାର ପ୍ରଶଂସା ମଧ୍ୟ କରିଛନ୍ତି । ସେମାନେ ଏହି ଫିଲ୍ମରେ ମନୋଜଙ୍କ ଅଭିନୟକୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଆଉ ଏହାଦ୍ବାରା ମନୋଜ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଛନ୍ତି । ତେବେ ମନୋଜଙ୍କ ଫିଲ୍ମକୁ ପୋଲିଟିକ୍ସ କରି ପ୍ରଯୋଜକ ଏବଂ ଡିଷ୍ଟ୍ରିବ୍ୟୁଟର ଇଣ୍ଡଷ୍ଟ୍ରିରୁ ବାହାର କରିଦେଇଥିବା ସିଧା ସିଧା କହିଛନ୍ତି ମନୋଜ ଏବଂ କଡ଼ା ଚ୍ୟାଲେଞ୍ଜ କରିଛନ୍ତି ଯେ ତାଙ୍କ ଫିଲ୍ମକୁ ଓଡ଼ିଶାରେ ଚଲେଇ ନଦେଲେ ତାଙ୍କ ଫିଲ୍ମ ଫରେନରେ ଚାଲି ଅନେକ ପ୍ରଶଂସା ସାଉଣ୍ଟିବ ।

Leave a Reply

Your email address will not be published. Required fields are marked *