ପୁଣି ଦେହ ଦେଖାଇ ରାସ୍ତା ଉପରେ ନାଚିଲେ ନିଶା ମହାରଣା

ଭୁଲ ମାଗି ପୁଣି ଭୁଲିଗଲେ ନିଶା । ପୁଣି ନାଚିଲେ ପୁଣି ଦେହ ଦେଖାଇଲେ । ଅସିଳ ନୃତ୍ୟ କଲେ । ଅଧା ଦେହ ବି ଦେଖାଇଲେ । ଦେହ ଦେଖାଇ ରାସ୍ତାରେ ନାଚିଲେ ଆଉ ଭୁଲି ଗଲେ କ୍ଷମା ମାଗିବା କଥା । ନିଶା ମହାରଣା ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ଲାଇଭି ଆସି କହିଲେ ମୁଁ ନିଜକୁ ବଦଳାଇ ଦେଇଛି । ମୁଁ ଆଉ ଦେହ ଦେଖାଇ ନାଚିବି ନାହିଁ । ଯାହା ଭୁଲ କରିଛି ସେଥିପାଇଁ କ୍ଷମା ପର୍ଥନା ବି କରୁଛି । ହେଲେ କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟଇ ଘୁଷୁରୀ ପ୍ରକୃତି ପଙ୍କେ ଲୁଟଇ । ସେହି ଭଳି ଏବେ ଏବେ କ୍ଷମା ପାର୍ଥନା କରିଥିବା ନିଶା ମହାରଣା ବି ନିଜର ପ୍ରକୃତି ଛାଡ଼ି ପାରିଲେ ନାହିଁ । ଭୁଲି ଗଲେ ସାରା ଓଡ଼ିଶା ବାସୀଙ୍କୁ ଦେଇଥିବା କଥା ।

ରାସ୍ତା ଉପରେ ନିଜ ହାତରେ ନିଜ ଦେହର ଅଙ୍ଗ ଦେଖାଇ ଡ଼େଉଁଛନ୍ତି ନିଶା ମହାରଣା । ଆଉ ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ନିଶା ମଧ୍ୟ କୁଆଡେ ନିଜେ ବି ଦୁଇ ପ୍ୟାକ ମାରି ଦେଇଛନ୍ତି । ଗତ ଦିନ ମାନଙ୍କରେ କଣ କହିଥିଲେ ତାହା ବି ଦୁଇ ପ୍ୟାକ୍ ମାର ଗୀତରେ ନାଚିଲା ବେଳେ ନିଷାଙ୍କୁ ନିଶା ହୋଇ ଯିବାରୁ ଭୁଲି ଗଲେ । ଦିନେ ଓଡ଼ିଶା ବାସୀଙ୍କୁ ସଫେଇ ଦେଇ କହିଲେ ଆଉ ଜମା କେବେ ବି ଦେହ ଦେଖାଇ ନାଚିବେ ନାହିଁ କି ଓଡ଼ିଶା ବାସୀଙ୍କ ସାମ୍ନାରେ ସେମିତି କିଛି ପଦର୍ଶନ କରିବେ ନାହିଁ । ହେଲେ ଏଇ କଥା କହିବାକୁ ମାସ କେଇଟା ଜାଇନି ନିଶା ତାଙ୍କ ପୁରୁଣା ଚରିତ୍ରକୁ ପୁଣି ଥରେ ଫେରି ଆସିଛନ୍ତି ।

କୁଆଡେ ଗଲା ନିଶା ମହାରଣାଙ୍କ ଶପଥ ? କୌଣସି ଯାତ୍ରା ମଞ୍ଚରେ ଖରାପ ନାଚ ନାଚିବେ ନାହିଁ ବୋଲି କହି ଏତେ ଜଲ୍ଦୀ କିପରି ଭୁଲି ଗଲେ ନିଶା । ସେପଟେ ନିଶାଙ୍କ ନୃତ୍ୟ ଦେଖୁଥିବା ଲୋକେ ମଧ୍ୟ ଏପରି ଭାବେ ନିଷାଙ୍କ ନୃତ୍ୟକୁ ପିଇ ଯାଉଥିଲେ । ଯେମିତି ଲାଗୁଥିଲା କି ଏହି ସୁଯୋଗ କେବଳ ସୀମିତ ସମୟ ପାଇଁ ଉପଲବ୍ଧ । ନିଶା ନାଚୁଥିଲେ ଆଉ ତାଙ୍କ ଚାରି ପଟରେ ମୋବାଇଲରେ ଲୋକେ ଭିଡିଓ ଉତଳନ କରୁଥିଲେ । ନିଶା ଥରେ ନାଚିବେ ହେଲେ ମୋବାଇଲ ଭିଡ଼ିଓରେ ଲୋକେ ନାଚ କଏଦ କରି ରଖିଥିଲେ ଯେତେବେଳେ ଚାହିଁଲେ ସେତେବେଳେ ଭିଡିଓ ଦେଖି ନିଜ ଆଖିକୁ ପବିତ୍ର କରି ପାରିବେ ।

ହେଲେ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେଉଁଠି ନିଶା ମହାରଣା ନାଚୁଛନ୍ତି ସେହି ସ୍ଥାନରେ ଲୋକେ ଯାତାୟାତ କରିଥାନ୍ତି କାରଣ ସେହି ସ୍ଥାନ ହେଉଛି ରାସ୍ତା କଡ । ତେବେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଛୋଟ ଛୋଟ ଛୁଆଙ୍କ ପାଖରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ରାସ୍ତା ଦେଇ ଯାଉଥିବା ବେଳେ ନିଶାଙ୍କ ଏହି ଅଶିଲ ନୃତ୍ୟ ସେମାନଙ୍କ ଉପରେ କେଉଁ ପ୍ରକାର ପ୍ରଭାବ ପକାଉ ଥିବ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି ।

ତେବେ ଏହିଭଳି ନିଶା ମଧ୍ୟ ପୂର୍ବରୁ ନାଚି ଥିଲେ ଆଉ ନାଚୁ ନାଚୁ ନିଶାଙ୍କ ଦେହରୁ ଛୋଟିଆ ବସ୍ତ୍ର ମଧ୍ୟ ବାହାରି ଯାଇଥିଲା । ଆଉ ଏହି ଘଟଣା ପରେ ନିଶା ମହାରଣା କହିଥିଲେ ଖରାପ ଭାଷା କି ଖରାପ ଡ୍ୟାନ୍ସ ସେ ଆଉ କରିବେ ନାହିଁ । ହେଲେ ସବୁ କଥା ଭୁଲି ଯାଇ ପୁଣି ନିଶା ଫେରିଲେ ନିଜ ପୁରୁଣା ଦିନକୁ ।

Leave a Reply

Your email address will not be published. Required fields are marked *