ସ୍ତ୍ରୀ କୁ ଛାଡ଼ି ଗୋଟେ ବିଧବା ମହିଳାକୁ ସାଙ୍ଗରେ ଧରି ଗାଆଁକୁ ଫେରିଲା ସ୍ବାମୀ, ଗାଆଁ ମହିଳା ମାନେ ମିଶି ସ୍ୱାମୀକୁ ଧରି ଛେଚିଦେଲେ।

ଆଜିକାଲି କେବଳ ମହିଳା ନୁହଁ ପୁରୁଷ ଲୋକ ମାନେ ମଧ୍ୟ ଜଣଙ୍କ ପାଖରେ ରହିବାକୁ ଚାହୁଁ ନାହାଁନ୍ତି। ସେମାନେ ଜଣଙ୍କୁ ବାହା ହେଇ ସାରି କିଛି ଦିନ ଖୁସିରେ ରହିବା ପରେ ତାଙ୍କ ମନ ଆଉ ଥୟ ଧରୁନି ସେଥିପାଇଁ ସେମାନେ ଆଉ ଜଣଙ୍କୁ ବାହା ହେବା ପାଇଁ ଚାହୁଁଛନ୍ତି। ହଁ ଆଜ୍ଞା ଏମିତି ଏକ ସମାନ ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।

ଜୀବନ ସାରା ଖୁସିରେ ରଖିବ ବୋଲି ବାହା ହେଇ ଘରକୁ ଆଣିଲା କିନ୍ତୁ ଯେତେବେଳେ ଗୋଟେ ସୁନ୍ଦରୀ ବିଧବାକୁ ଦେଖିଲା ସେତେବେଳେ ସ୍ତ୍ରୀ ପିଲା, ବାପାମାଆ ସମସ୍ତଙ୍କୁ ଭୁଲିଗଲା। କେନ୍ଦ୍ରାପଡ଼ା ଦୁମନ୍ତ ଗାଆଁର ମୁନା ଗୋଚ୍ଛାୟତ ଗୀତା ନାମକ ଜଣେ ଝିଅଙ୍କୁ ବିବାହ କରିଥିଲେ। ମୁନା ଗୀତାଙ୍କୁ ବହୁତ୍ ଭଲ ପାଉଥିଲେ। ମୁନା ଏବଂ ଗୀତାଙ୍କର ୩ ପିଲା।

ପିଲା ବଡ଼ ହେବାରୁ ଘର ଖର୍ଚ୍ଚ ମଧ୍ୟ ବଢ଼ିଲା ସେଥିପାଇଁ ମୁନା ଛାତିଆ ଗାଆଁର ଗୋଟେ ହଷ୍ଟେଲରେ କାମ କରିବାକୁ ଚାଲି ଗଲେ। ସେଇ ହଷ୍ଟେଲରୁ ଯେତିକି ଟଙ୍କା ମିଳେ ସେ ନିଜେ ଚଳନ୍ତି ଏବଂ ବାକି ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କ ଖର୍ଚ୍ଚ ପାଇଁ ପଠେଇ ଦିଅନ୍ତି। କିନ୍ତୁ କିଛି ମାସ ପରେ ମୁନା ଆଉ ଟଙ୍କା ଦେଲେ ନାହିଁ କି ଘରକୁ ମଧ୍ୟ ଗଲେନି।

ସ୍ବାମୀ ଘରକୁ ନ ଫେରିବାରୁ ସ୍ତ୍ରୀ ଜାଣିବାକୁ ପାଇଲେ ସେ ଗୋଟେ ବିଧବା କୁ ଭଲ ପାଉଛନ୍ତି। ଆଉ ତା ପଛରେ ସବୁ ଟଙ୍କା ଖର୍ଚ୍ଚ କରି ଦେଉଛନ୍ତି। ମୁନା କାମ କରୁଥିବା ହଷ୍ଟେଲରେ ସେ ବିଧବା ମହିଳା ଜଣଙ୍କ ମଧ୍ୟ କାମ କରନ୍ତି। ଏମିତି କିଛି ଦିନ ମିଶିକି କାମ କରିବା ଭିତରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଛନ୍ତି। ଏ କଥା ଗୀତ ଜାଣିବା ପରେ କିଛି ବୁଝାମଣା କରିବା ପାଇଁ ମୁନାଙ୍କୁ ଡାକିଥିଲେ କିନ୍ତୁ ସେ ଏକା ନ ଆସି ସାଥିରେ ବିଧବା ମହିଳାଙ୍କୁ ମଧ୍ୟ ଧରିକି ଘରକୁ ଫେରିଲେ।

ତାପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଏ କଥାକୁ ନେଇକି ବହୁତ୍ ମା-ଡ଼ ମ-ରା ମ-ରି ହେଇଥିଲା। ଗାଆଁର ସବୁ ମହିଳା ଏ ସବୁ ଦେଖିବା ପରେ ସେ ବିଧବା ମହିଳାଙ୍କୁ ବାଡେ଼ଇବା ସହିତ ମୁନାଙ୍କୁ ମଧ୍ୟ ନି-ସ୍ତୁକ ବଡେଇଛନ୍ତି। ଏ କଥା ସ୍ଥାନୀୟ ପୋ-ଲିସ ଜାଣିବା ପରେ ଗୀତା ଏବଂ ସ୍ବାମୀ ମୁନାଙ୍କ ଥା-ନାକୁ ନେଇ ବୁଝାମଣା କରିବା କଥା ଚିନ୍ତା କରୁଛନ୍ତି।

Leave a Reply

Your email address will not be published. Required fields are marked *