ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ରଚନା ବାନାର୍ଜୀ । ବିଜେପି ବିରୋଧରେ ହେବେ ପାର୍ଥୀ ।

ଆଗାମୀ ନିର୍ବାଚନରେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ପାର୍ଥୀ ହେବେ । ଯାହାକୁ ନେଇ ନିଶ୍ଚିତ ଭାବରେ ଆପଣଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିବ । କିନ୍ତୁ କହିରଖିବୁ ଯେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଆଗାମୀ ନିର୍ବାଚନରେ ବିଜେପି ବିରୋଧରେ ପାର୍ଥୀ ହେବେ । ଓଡ଼ିଆ ଏବଂ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ରାଜ କରିଥିବା ରଚନା ଲୋକସଭା ପାର୍ଥୀ ଭାବରେ ନିର୍ବାଚନ ମୈଦାନକୁ ଓହ୍ଲାବାକୁ ଯାଉଛନ୍ତି । ସେ ଉଭୟ ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମରେ ନାୟିକା ଭାବରେ ଖ୍ୟାତି ଅର୍ଜନ କରିଥିବା ରଚନା ହିନ୍ଦୀ ଚଳଚ୍ଚିତ୍ର ସୂର୍ୟ ବଂଶମରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି ।

ଅମିତାଭଙ୍କ ବିପକ୍ଷରେ ଗୌରୀ ଚରିତ୍ରରେ ନଜର ଆସିବା ପରେ ରଚନାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା । ଏକାଧିକ ଓଡ଼ିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ରଚନା ବାନାର୍ଜୀ ଅନେକ ବର୍ଷ ଧରି ଓଡ଼ିଆଙ୍କ ହୃଦୟରେ ରାଜ କରିଛନ୍ତି । ଅଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତଙ୍କ ସହିତ ରଚନାଙ୍କ ଯୋଡ଼ିକୁ ଆଜିବି ଓଡ଼ିଆ ଫିଲ୍ମ ଦର୍ଶକ ଝୁରି ହେଉଛନ୍ତି ।

ଏହି ଯୋଡ଼ିକୁ ସେହି ସମୟର ଓଡ଼ିଆର ସବୁଠାରୁ ସଫଳତମ ଯୋଡ଼ି ଭାବରେ ବିବେଚନା କରାଯାଉଥିଲା । ଗତ କିଛି ବର୍ଷ ହେବ ରଚନା ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି । କିନ୍ତୁ ଛୋଟ ପରଦାରେ ସେ ଏବେବିସକ୍ରିୟ ଅଛନ୍ତି । ଗତ ୧୦ ବର୍ଷ ହେବ ସେ ” ଦିଦି ନମ୍ବର 1 ” ଶୋ କୁ ହୋଷ୍ଟ କରୁଛନ୍ତି ।

ତେବେ ଅଭିନୟ ପରେ ପରେ ଏବେ ରାଜନୀତିକୁ ଓହ୍ଲାଇଛନ୍ତି ରଚନା ବାନାର୍ଜୀ । କହିରଖିବୁ ଯେ ରଚନା ହୋଷ୍ଟ କରିଥିବା ଶୋରେ ଅତିଥି ହୋଇଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଦିଦି ନମ୍ବର 1 ଶୋରୁ ମମତା ଏବଂ ରଚନାଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ବିଷୟରେ ଜଣା ପଡ଼ିଥିଲା । ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ରଚନା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ହୁଗୁଳି ଆସନରୁ ବିଜେପି ପକ୍ଷରୁ ପାର୍ଥୀ ହୋଇଥିବା ଅଭିନେତ୍ରୀ ଲକେଟ ଚଟାର୍ଜୀଙ୍କ ବିପକ୍ଷରେ ରଚନା ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଉଛି । କହିରଖିବୁ ଯେ କୋଲକାତାର ଜନ ଗର୍ଜନ ସଭାରେ ପଶ୍ଚିମବଙ୍ଗର ସମସ୍ତ ୪୨ ଜଣ ଲୋକସଭା ଆସନ ପାଇଁ ଟିଏମସି ନେତ୍ରୀ ପାର୍ଥୀ ଘୋଷଣା କରି ସାରିଛନ୍ତି । ପାର୍ଥୀ ତାଲିକାରେ ଅନେକ ଚର୍ଚ୍ଚିତ ଚେହେରା ରହିଛନ୍ତି ଏବଂ ତା ଭିତରେ ବୋଲିଉଡ଼ର ପୂର୍ବତନ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *