ଗୁଣିଆ ପାଖକୁ ଯାଉଥିଲେ ପିଣ୍ଟୁ ନନ୍ଦ, ହେଲେ ଗୁଣିଆ କହିଥିଲା…

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣି ଥିଲା। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧଥିଲେ। କିନ୍ତୁ ଗତ କିଛି ଦିନ ତଳେ ସେ ଲିଭର ଜନିତ କିଛି ରୋଗରେ ପୀ-ଡିତ ହେଇ ହସ୍ପିଟାଲରେ ପଡିଥିଲେ। ଲିଭର ଟ୍ରାନସପ୍ଲାଣ୍ଟ କରି ହେବନି ବୋଲି ଭୁବନେଶ୍ୱର ମେଡ଼ିକାଲ ତାଙ୍କୁ ଦିଲ୍ଲୀ ଯିବାକୁ କହିଥିଲେ। ମନରେ ଦୃଢ଼ ବିଶ୍ଵାସ ନେଇ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଥିଲେ କିନ୍ତୁ ମାର୍ଚ୍ଚ ୧ ତାରିଖ ବୁଧବାର ରାତିରେ ସେ ମେଡ଼ିକାଲରେ ମୃ-ତୁ ବରଣ କରିଛନ୍ତି।

ତାଙ୍କ ସହ ଚଳଚ୍ଚିତ୍ରରେ କାମ କରୁଥିବା ବିଜୁ କହିଛନ୍ତି ପିଣ୍ଟୁ ବହୁତ୍ ଭଲ ଲୋକ ଥିଲା।ସେ ସବୁବେଳେ ଖୁସିରେ ରୁହେ। ବହୁତ୍ ମଜା ମସ୍ତି କରେ। ଗତ ବର୍ଷେ ତଳୁ ତା ଦେହ ଭଲ ନଥିଲା। କେତେବେଳେ ଜଣ୍ଡିସ ହୁଏତ କେତେବେଳେ ଲିଭର। ସେଥିପାଇଁ ସେ ସବୁବେଳେ ଗୁଣିଆ ପାଖକୁ ଝାଡି ହେବାକୁ ଯାଏ। ସେ ଭାବୁଥିଲା ଏମିତି ଝଡା ଫୁଙ୍ଗାରେ ସେ ଭଲ ହେଇଯିବ।

କିନ୍ତୁ କିଛି ଲାଭ ହେଲାନି। ଆମେ ସବୁବେଳେ ଭୋଜି କରୁ ସେଥିପାଇଁ ସେ ସବୁବେଳେ ଆଗୁଆ ଥାଏ କିନ୍ତୁ ଏବେ ଭୋଜି ତ ହବ କିନ୍ତୁ ପିଣ୍ଟୁ ଆମ ପାଖରେ ନଥିବ।ପିଣ୍ଟୁ ନନ୍ଦଙ୍କ ୮୦% ଲିଭର ଖରାପ୍ ହେବା ପରେ ସେ ମେଡ଼ିକାଲ ଯାଇଥିଲେ କିନ୍ତୁ ଭୁବନେଶ୍ଵର ରେ ଲିଭର ଟ୍ରାନସପ୍ଲାଣ୍ଟ ହେଉ ନଥିବାରୁ ସେ ତାଙ୍କୁ ଦିଲ୍ଲୀ ପଠେଇ ଦେଲେ ।

ଦିଲ୍ଲୀ ଯିବା ପରେ ପିନ୍ତୁଙ୍କୁ କେହି ଡୋନର ମିଳିନଥିଲା। ତାଙ୍କ ସହ ତାଙ୍କ ଘର ଲୋକଙ୍କ ଲିଭର ମିଶି ନଥିଲା। ଦିନକୁ ଦିନ ପିଣ୍ଟୁଙ୍କ ଦେହ ଅଧିକ ଖରାପ ହେଇ ଲିଭର୍ ରୁ ର-କ୍ତ ବାହାରିବାରୁ ଦିଲ୍ଲୀ ମେଡ଼ିକାଲ ତାଙ୍କୁ ହାଇଦ୍ରାବାଦର ଯଶୋଦା ମେଡ଼ିକାଲକୁ ପଠେଇ ଦେଲେ। ଯଶୋଦା ମେଡ଼ିକାଲରେ ଯ-ନ୍ତ୍ରଣା ସହିନପାରି ବୁଧବାର ଦିନ ରାତିରେ ସେ ଦୁନିଆ ଛାଡ଼ି ଚାଲିଗଲେ।

Leave a Reply

Your email address will not be published. Required fields are marked *