ପିଲାକୁ ନେବେ ନାହିଁ ବାପା , କହୁଛନ୍ତି ଆଗ କରନ୍ତୁ ଡିଏନଏ ଟେଷ୍ଟ

କିଛି ଦିନ ଆଗରୁ ଗଣମାଧ୍ୟମରେ ଗୋଟିଏ ଖବର ପ୍ରସାରିତ ହୋଇଥିଲା , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିଲା । ଆଗରୁ ଅନେକ ଥର ଶୁଣିବାକୁ ମିଳିଛି ପିଲା ଅଦଳ ବଦଳ କଥା । ଯାହାର ଝିଅ ହୋଇଛି ସେ ପୁଅ ପାଇଛି ଆଉ ଯାହାର ପୁଅ ହୋଇଛି ସେ ଝିଅ ପାଇଛି । ତେବେ ପୁଣିଥରେ ଏପରି କିଛି ବି-ବାଦ ଆରମ୍ଭ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏପରି ପରିସ୍ଥିତି ଉପୁଜିଛି , ଯାହା ଥମିବା ନାମ ନେଉ ନାହିଁ । ବର୍ତ୍ତମାନ ଏହି ପରିସ୍ଥିତି ଆହୁରି ଖରାପ ହୋଇ ଯାଇଛି।

ତେବେ ହଁ ଆଜ୍ଞା କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା ଯେ , ଜଣେ ବାପା ଗଣମାଧ୍ୟମ ଆଗରେ କହିଥିଲେ ଯେ , ତାଙ୍କର ପୁଅ ହୋଇଛି ବୋଲି କୁହା ଯାଇଥିଲା । କିନ୍ତୁ ତାଙ୍କୁ ପୁଅ ବଦଳରେ ଝିଅ ଦିଆ ଯାଇଛି । ତେଣୁ କରି ସେ ତାକୁ ଘରକୁ ନେବେ ନାହିଁ । ଆଉ ଏ ବାବ-ଦରେ ସେ ପୋଲି-ସରେ ଜଣାଇବା ସହିତ ମେଡିକାଲରେ ମଧ୍ୟ ଜଣାଇ ଥିଲେ । କିନ୍ତୁ ତାଙ୍କୁ ଗୋଟିଏ କଥା କୁହା ଯାଇଥିଲା କି , ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ , ସ୍ତ୍ରୀଙ୍କୁ କ୍ୟାବିନ ଦିଆଯିବ ସହିତ ତାଙ୍କ ଧ୍ୟାନ ନିଆଯିବ । ଆଉ ପିଲାର ମଧ୍ୟ ଯତ୍ନ ନିଆଯିବ ।

କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ସହିତ କି ପିଲାକୁ ଦେଖା କରିବାକୁ ଦେଉ ନାହାଁନ୍ତି । ତେଣୁ କରି ସେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି । ଆଉ ଏହି କଥାରେ ମଧ୍ୟ ମେଡିକାଲ ରେ ରାଜି ହୋଇଛନ୍ତି ଆଉ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଛନ୍ତି । କାହିଁକି ନା ଏଇଟା ଗୋଟିଏ ଲମ୍ବା ପ୍ରୋସେସ , ଯେଉଁଥିପାଇଁ ସମୟ ଲାଗିବ । ଆଉ ସେ ନିଜେ କହିଛନ୍ତି କି , ଯଦି ଆମକୁ କ୍ୟାବିନ ଦିଆଯିବ , ତାହାଲେ ଆମେ ଏଠାରେ ରହିବୁ । ନଚେତ୍ ଆମକୁ ଛାଡି ଦିଆ ଯାଉ । ବର୍ତ୍ତମାନ ମୁଁ ମୋ ସ୍ତ୍ରୀକୁ ବାହାରେ ନେଇ ଚିକିତ୍ସା କରାଇବି ।

ଆଉ ପରେ ଯେତେବେଳେ ସବୁ କାମ ସରିଯିବ ଆଉ ପିଲା ମୋର ବୋଲି ଜଣା ପଡ଼ିବ , ସେତେବେଳେ ଆସି ପିଲାକୁ ନେଇ ଯିବି ବୋଲି କହିଛନ୍ତି । ତେବେ ଦେଖା ଯାଉ ଆଗକୁ କଣ ହେଉଛି , ଏଥିପାଇଁ ସମୟ ଲାଗିବ ବୋଲି ତାଙ୍କୁ କୁହା ଯାଇଛି । ଅନ୍ୟ ପକ୍ଷରେ ତାଙ୍କୁ ଗୋଟିଏ କଥା କହି ଗୋଟିଏ ଦିଆ ଯାଉଛି ବୋଲି ସେ କ୍ରୋଧ ପ୍ରକାଶ କରିଛନ୍ତି ଆଉ ପୋ-ଲିସ ପାଖରେ ଅଭି-ଯୋଗ କରିଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ପ୍ରକୃତରେ ତାଙ୍କର ପୁଅ ନା ଝିଅ ହୋଇଛି , ତାହା କେବଳ ଆଗକୁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *