ଶଳା ବାହାଘରକୁ ଯିବେ ବୋଲି ଖୁସିରେ ବାହାରିଥିଲେ ସ୍ବାମୀ,ସ୍ତ୍ରୀ ଏବଂ ଝିଅ, ଏମିତି କିଛି ଘଟିଯିବ ସେ ସ୍ବପ୍ନରେ ସୁଦ୍ଧା ଭାବି ନଥିବେ।

ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣକେ ଆନ କେତେ ବେଳେ ଶଙ୍ଖ ମହୁରୀ ତ କେତେବେଳେ ପାଳ ଦଉଡି । ସେଥିପାଇଁ ମଣିଷ ଜୀବନରେ କେତେବେଳେ ଯେ କ’ଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଘରୁ ଟିକେ ସମୟ ପରେ ଫେରିବି କହି ଭୁଲିବାକୁ ଯାଉଥିବା ପୁଅ ଆଉ ଘରକୁ ଫେରେନି। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଏମିତି ଏକ ଆଶ୍ଚ-ର୍ୟ୍ଯଜନକ ଘ-ଟଣା କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି।

କୋରାପୁଟର ରବି ପ୍ରଧାନ ବୈଦିକ ରୀତିନୀତି ଅନୁସାରେ ରଶ୍ମିତା ପ୍ରଧାନଙ୍କୁ ବିବାହ କରିଥିଲେ। ତାଙ୍କର ୬ ବର୍ଷର ଗୋଟେ ଝିଅ ଥିଲା ଏବଂ ରଶ୍ମିତା ୭ ମାସର ଗର୍ଭ-ବତୀ ଥିଲେ। ଘରକୁ ନୂଆ କୁଣିଆ ଆସିବ ବୋଲି ପାରିବାର ଲୋକେ ବହୁତ୍ ଖୁସିଥିଲି। ଘରର ଶୁଭ ମାନସିବା ପାଇଁ ବାପାମାଆ ଏବଂ ଝିଅ ସବୁବେଳେ ମନ୍ଦିର ଯାଆନ୍ତି।

ରବିଙ୍କର ବାପାମାଆ କେହି ନଥିଲେ ସେଥିପାଇଁ ସେଇ ମନ୍ଦୀର ପାଖରେ ଜଣେ ସ୍ତ୍ରୀ ଲୋକଙ୍କୁ ସେ ମାଆ ବୋଲି ଡାକନ୍ତି। ସେ ମହିଳା ଜଣଙ୍କ ମଧ୍ୟ ରବି ଏବଂ ତାଙ୍କ ସ୍ତ୍ରୀକୁ ପୁଅ ବୋହୂ ପରି ଦେଖନ୍ତି। ଏମିତି ହସ ଖୁସିରେ ତାଙ୍କ ସଂସାର ଚାଲିଥିଲା କିନ୍ତୁ କେଜାଣି କାହାର ନଜର ଲାଗିଗଲା।

ଗତ କାଲି ରାତିରେ କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଦୁର୍ଘ-ଟଣାରେ ବାପାମାଆ ଏବଂ ଝିଅ ମଇର ମୃ-ତୁ ହେଇ ଯାଉଛି। ରବିଙ୍କ ମନ୍ଦିର ପାଖେ ରହୁଥିବା ମାଆଙ୍କ କହିବା ଅନୁସାରେ ରବି ଏବଂ ରଶ୍ମିତା ତାଙ୍କ ଶଳା ବାହାଘରକୁ ଯାଉଥିଲେ। ସେ ରଶ୍ମିତାକୁ କହିଥିଲେ ପିଲା ୭ ମାସର ହେଲାଣି ଅଣ୍ଟା ପିଠି କଣ ହେବ ବାହାଘରକୁ ଯାଅନି।

କିନ୍ତୁ ରଶ୍ମିତା କହିଥିଲେ ନ ଗଲେ ଖରାପ୍ ହେବା ମାମୁଁ ରହିବେ। ସେଥିପାଇଁ ଯିବାକୁ ପଡିବ। ଗଲା ବେଳେ ମତେ ଦେଖା କରିବାକୁ ଆସିଥିଲେ ମୁଁ ଫୁଲ ଚନ୍ଦନ ଦେଇ ତାଙ୍କୁ ବିଦା କରିଥିଲି କିନ୍ତୁ ଆଉ କେବେ ତାଙ୍କୁ ଦେଖି ପାରିବିନି ବୋଲି ଭାବି ନଥିଲି।

Leave a Reply

Your email address will not be published. Required fields are marked *