ଆମ ରାଷ୍ଟ୍ରପତି ଓଡିଆ ଝିଅତ ସେଥିପାଇଁ ତାଙ୍କୁ ଓଡ଼ିଶାରେ ବେଖାତିର।

ଗତ ଚାରିଦିନ ତଳେ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ନିଜ ଗାଆଁ ମାଟି ପାହାଡ଼ପୁରକୁ ଆସିଥିଲେ। କିନ୍ତୁ ସେଠି ପହଞ୍ଚିଲା ପରେ ଆମ ଓଡ଼ିଶା ବାସୀ ଭୁଲି ଯାଇଥିଲେ ଯେ ସେ କେବଳ ଆମ ଓଡ଼ିଆ ଝିଅ ନୁହଁନ୍ତି ସେ ହେଉଛନ୍ତି ଦେଶର ରାଷ୍ଟ୍ରପତି। ଯେତେବେଳେ ଦ୍ରୌପଦୀ ମୁର୍ମୁ ପାହାଡ଼ପୁରରେ ନିଜର ଅଭିଭାଷଣ ଦେଉଥିଲେ ସେତେବେଳେ ହଠାତ୍ ଲାଇନ୍ କାଟି ଯାଇଥିଲା। ସେଥିପାଇଁ ରାଷ୍ଟ୍ରପତିଙ୍କୁ ଅନ୍ଧାରରେ ଭାଷଣ ଦେବାକୁ ପଡ଼ିଲା।

ଅନ୍ଧାରରେ ଭାଷଣ ଦେବାପରେ ଜଣା ପଡ଼ିଲା ଯେ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ହେଲିକାପ୍ଟର ପାଖକୁ ଯାଇ ସେଲଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି। ଏ ସବୁ ଦେଖିବା ପରେ ଜନ ସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆଗରୁ ଅନେକ ରାଷ୍ଟ୍ରପତି ଓଡ଼ିଶା ଭ୍ରମଣରେ ଆସିଛନ୍ତି କିନ୍ତୁ ତାଙ୍କ ସହ ତ କେବେ ଏମିତି କିଛି ହେଇନି। ତେବେ ଆମ ଓଡ଼ିଶା ଝିଅଙ୍କ ସହ ଏମିତି କାହିଁକି ହେଲା।

ଆମ ରାଷ୍ଟ୍ରପତି ଓଡ଼ିଆ ଝିଅତ ସେଥିପାଇଁ ତାଙ୍କୁ ଏତେ ବେଖାତିର। ଓଡିଆ ଝିଅ ଓଡ଼ିଶା ବୁଲିବାକୁ ଆସିଛନ୍ତି ଏଇ କଥା ଭାବି ସୁର-କ୍ଷା କୁ ନିଜ ଘର କଥା ଭାବି ଦେଇଛନ୍ତି ଉପରସ୍ତ ଅଧିକାରୀ। ଯଦି ଆଉ କୋଉ ଦେଶରୁ ରାଷ୍ଟ୍ରପତି ଆମ ଦେଶକୁ ଆସିଥାନ୍ତେ ତେବେ କିଛି ଭୁଲ ହେଇନଥାନ୍ତା। ସେ ପୁରା ସୁର-କ୍ଷାର କଟ-କଣା ଭିତରେ ରହି ଓଡ଼ିଶା ଭ୍ରମଣ କରି ଥାଆନ୍ତେ।

କିନ୍ତୁ ଦ୍ରୌପଦୀ ମୁର୍ମୁ ଆମ ଓଡ଼ିଆ ଝିଅ ତ ସେଥିପାଇଁ ତାଙ୍କ ସୁର-କ୍ଷା କଥା କେହି ଭାବିଲେନି। ଯେତେବେଳେ ଉପରସ୍ତ ଅଧିକାରୀଙ୍କୁ ଏ ବିଷୟରେ ପଚରା ଗଲା ସେ ନିଜ ଭୁଲ ଏଡାଇବାକୁ ଯାଇ ୪-୫ ଜଣ ତଳିଆ କର୍ମଚାରୀଙ୍କର ସବୁ ଭୁଲ ଅଛି କହି ତାଙ୍କୁ ନିଲମ୍ଭିତ କରିଦେଲେ।

Leave a Reply

Your email address will not be published. Required fields are marked *