ଏବେ ଘରେ ବସି ଗୃହିଣୀ ମାନେ ପାଇ ପାରିବେ ୧୦୦୦ ଟଙ୍କାର ଭତ୍ତା।

ଏବେ ଘରେ ବସି ଗୃହିଣୀ ମାନେ ପାଇବେ ନିଜ ଖର୍ଚ୍ଚ ପାଇଁ ଟଙ୍କା। ୧୦୦ କି ୫୦୦ ନୁହଁ ପୁରା ୧୦୦୦ ଟଙ୍କା। ଘର କାମ କରି ଏବେ ଗୃହିଣୀ ପାଇବେ ମାସକୁ ୧୦୦୦ ଟଙ୍କା। ଆପଣ ମାନେ ଆଗରୁ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଅବିବାହିତ ଭତ୍ତା ବିଷୟରେ ଆଗରୁ ସୁଣିଥିବେ କଣ ଆପଣ ଗୃହିଣୀ ଭତ୍ତା ବିଷୟରେ ଆଗରୁ କେବେ ଶୁଣିଛନ୍ତି କି ?

ହଁ ଏବେ ଘର କାମ କଲେ ମହିଳା ମାନଙ୍କୁ ମିଳିବ ଗୃହିଣୀ ଭତ୍ତା। ଯାହାଦ୍ବାରା ମହିଳା ମାନେ କାହାକୁ ନିର୍ଭର ନ କରି କାହା ଆଗରେ ହାତ ନ ପତେଇ ନିଜ ଖର୍ଚ୍ଚ ନିଜେ ଉଠେଇ ପାରିବେ ଏବଂ ସ୍ଵାଧୀନତାର ସହ ଘରେ ଚଳି ପାରିବେ।

ମହିଳାଙ୍କ ଦୁଃଖ କଷ୍ଟ ଦୂର କରିବା ପାଇଁ ତାମିଲ ନାଡୁ ରାଜ୍ୟ ସରକାର ଏମିତି ଏକ ଭତ୍ତାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ କ୍ୟାବିନେଟରେ ଗୃହିଣୀ ଭତ୍ତା ପାଇଁ ବିଲ ମଧ୍ୟ ଦିଆ ହେଇ ସାରିଛି। ୨୩-୨୪ ର ବଜେଟ୍ ରେ ଗୃହିଣୀ ଭତ୍ତା ପାଇ ୭୦୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଉଛି।

ତାମିଲ ନା ବିଧାନ ସଭାରେ ୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କଲା ବେଳେ ଅର୍ଥ ମନ୍ତ୍ରୀ ପାଲାନିଭେଲ ଥିଆଗା ରାଜନ ବଜେଟ୍ ଘୋଷଣା କଲାବେଳେ ମହିଳା ମାନେ କେମିତି ନିଜ ଗୋଡ଼ରେ ନିଜେ ଛିଡ଼ା ହେଇ ପାରିବେ, ନିଜ ଘର ଖର୍ଚ୍ଚ ନିଜେ ଉଠେଇ ପାରିବେ ଏବଂ ସ୍ୱାଭିମାନ ସହକାରେ ସମାଜ ରେ ରହିବେ ସେ କଥା ଭାବି ତାମିଲ ନାଡୁ ସରକାର ଗୃହିଣୀ ଭତ୍ତା ସହିତ ମହିଳାଙ୍କର କେମିତି ଭଲ ହେଇ ପାରିବ ସେ ବିଷୟରେ ଚିନ୍ତା କରୁଛନ୍ତି।

Leave a Reply

Your email address will not be published. Required fields are marked *