ଶ୍ରୀମନ୍ଦିର ଭିତରେ ଏକୁଟିଆ ରାତି କାଟିଲେ ସେବାୟତ ଆଉ ଦର୍ଶନ ପାଇଲେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କର । ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଆଜିବି ଏକ କାହାଣୀ ଶୁଣିବାକୁ ମିଳିଥାଏ ଯେ କିଭଳି ଜଣେ ବୃଦ୍ଧ ସେବାୟତଙ୍କୁ ଲକ୍ଷ୍ମୀ ନାରାୟଣ ଦର୍ଶନ ଦେଇଥିଲେ । ତେବେ ଏ ଅନେକ ଦିନର କଥା । ସେଦିନବି ଶ୍ରୀମନ୍ଦିରର ସବୁ ସେବାୟତ ରାତିରେ କାମ ସାରି ପହଡ଼ ପକାଇ ଗୁମୁଟ ଗୃହରୁ ଚାଲି ଯାଆନ୍ତି । କେବଳ ଜଣେ ବୃଦ୍ଧ ସେବାୟତ ମନ୍ଦିରରେ ରହିଲେ ଏବଂ କିଛି ସମୟ ପରେ ସେ ଥକା ଅନୁଭବ କରିବାକୁ ଗୋଟିଏ କୋଣକୁ ବସି ପଡ଼ିବାରୁ ତାଙ୍କର ଆଖି ଲାଗିଯାଏ । ହଠାତ ତାଙ୍କ ଆଖି ତିନି ଦିଅଁ ବସିଥିବା ରତ୍ନ ସିଂହାସନ ଉପରେ ପଡ଼େ । ଯାହାକୁ ଦେଖି ତାଙ୍କ ଶରୀର ସିହରି ଉଠେ । ସେହି ଦୃଶ୍ୟର କଳ୍ପନା କରିବା ସମସ୍ତଙ୍କ ପକ୍ଷେ ଅସମ୍ଭବ ଅଟେ ।

ସେତେବେଳେ ସ୍ବୟଂ ଲକ୍ଷ୍ମୀ ନାରାୟଣ ଆବିର୍ଭାବ ହୋଇଥିଲେ । ଯାହାକୁ ଦେଖି ସେ ଆଦୋୖ ବିଶ୍ୱାସ କରି ପାରିଲେ ନାହିଁ । ପ୍ରଥମେ କିଛି କ୍ଷଣ ବୃଦ୍ଧ ଜଣକ ସ୍ତବ୍ଧ ହୋଇ ଯାଆନ୍ତି । ଆଖିରୁ ତାଙ୍କର ଲୁହ ଧାର ଧାର ହୋଇ ବୋହିଯାଏ । ଅବାକ ହୋଇ ହାତ ବଢ଼ାଇ ଚାହିଁ ରହିଥାନ୍ତି ବୃଦ୍ଧ ସେବାୟତ ଜଣକ । ଆଉ କହନ୍ତି ‘ ହେ ପଭୁ ବର୍ଷ ବର୍ଷ ଧରି ଅନେକ ତପସ୍ୟା କରିବା ସତ୍ତ୍ୱେବି ତାଙ୍କ ଦର୍ଶନ ମିଳି ନଥାଏ । କିନ୍ତୁ ଆଜି ଏହି ବୃଦ୍ଧ ହାତବାକାକୁ ଦର୍ଶନ ଦେଉଛ , ଧନ୍ୟ ହୋଇଗଲି । ‘ ଏତିକି କହି ପଛେଇ ପଛେଇ ଯାଉଥିଲେ ସେବାୟତ ।

କିନ୍ତୁ ହଠାତ ଯାହା ଘଟିଲା ତାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ହଠାତ ଶୁନ୍ୟ ବାଣୀ ହେଲା ଏବଂ ମହାପ୍ରଭୁ ସେବାୟତଙ୍କୁ ଏକ ନିର୍ଦେଶ ଦେଲେ । ଭଗବାନ ନିର୍ଦେଶ ଦେଲେ ଯେ ଯାହା ବି ସେହି ସେବାୟତ ଦେଖିଛନ୍ତି ତାହାକୁ ଗୁପ୍ତ ରଖିବାକୁ ପଡ଼ିବ । ନଚେତ ତାଙ୍କ ପ୍ରାଣ ଚାଲିଯିବ । ଏହା ଶୁଣି ବୃଦ୍ଧ ଜଣକ ଏହା କହନ୍ତି ଯେ ‘ ଭଗବାନ ଆପଣଙ୍କ ଲୀଳା ଅପାର । ମୋ ଭଳି ଜଣେ ବୃଦ୍ଧ ହତଭାଗାଙ୍କୁ ଦର୍ଶନ ଦେଇ ଖୁବ ଦୟା କରିଛନ୍ତି । ତେଣୁ ଏହି କଥା ସବୁଦିନ ପାଇଁ ଗୋପନ ରହିବ । ‘ ସେତେବେଳେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କ ମୁହଁ ରତ୍ନ ସିଂହାସନ ଆଡ଼କୁ ରହିଥାଏ ଏବଂ ପିଠି ବୃଦ୍ଧଙ୍କ ଆଡ଼କୁ ରହିଥାଏ ।

ଏତିକି ଭିତରେ ରାତି ପାହିଯାଏ । ସେହି ତିନି ଚାରି ଘଣ୍ଟାର ସମୟ ଯେମିତି ଦଶ ମିନିଟ ଭଳି ଲାଗିଲା । ବ୍ରହ୍ମ ମୁହୂର୍ତ୍ତରେ ଅନ୍ୟ ସେବାୟତ ମାନେ ଆସି ମନ୍ଦିର ଦ୍ୱାର ଖୋଲନ୍ତି । ହଜାର ହଜାର ଭକ୍ତ ସକାଳୁ ମହାପ୍ରଭୁଙ୍କ ଆରତୀ ଦେଖିବାକୁ ଅନାଇ ବସିଥାନ୍ତି । ଜୟ ଜଗନ୍ନାଥ ଧ୍ୱନୀରେ ପୁରା ବଡ଼ଦାଣ୍ତ ଥରି ଉଠୁଥାଏ । ଏତିକି ସମୟରେ ମହାପ୍ରଭୁ ଅନ୍ତର୍ଧ୍ୟାନ ହୋଇ ଯାଆନ୍ତି । ଅନ୍ୟ ସେବାୟତ ମାନେ ସେହି ବୃଦ୍ଧ ସେବାୟତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ବୃଦ୍ଧ ସେବାୟତଙ୍କୁ ବାରମ୍ବାର ପଚାରିବାରେ ଲାଗିଥାନ୍ତା ଯେ ସେଦିନ ରାତିରେ କଣ ହୋଇଥିଲା । ମାତ୍ର ବୃଦ୍ଧଙ୍କ ପାଖରେ କିଛିବି ଉତ୍ତର ନଥାଏ ।

ତାପରେ ବୃଦ୍ଧ ଜଣକ ଭାବିଲେ ଯେ ଭଗବାନଙ୍କ ଦର୍ଶନ ପରେ ଆଉ ଜୀବନର ମୋହ ନାହିଁ ତେଣୁ ସବୁ ରହସ୍ୟ କହିବା ପରେ ନୀଳଚକ୍ରକୁ ଅନାଇ ସେ ଟଳି ପଡ଼ିଲେ । ତାଙ୍କ ଜୀବନ ଚାଲିଗଲା । ଆଜିବି ସେହି ବୃଦ୍ଧଙ୍କ ପ୍ରତିମୂର୍ତ୍ତି ସେହି ଗାଁରେ ରହିଛି । ସେହି କଥାକୁ ଶୁଣିବା ମାତ୍ରେ ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *