ଚିଲିକା ମଝିରେ ନାଉରିଆ ଖସି ପଡ଼ିଲେ ଡଙ୍ଗାରୁ , ଆଉ ତାପରେ ହେଲା…..

ରାଜ୍ୟ ବାହାରୁ ଓଡ଼ିଶା ବୁଲିବା ପାଇଁ ଅନେକ ଲୋକ ପ୍ରତିବର୍ଷ ଆସି ଥାଆନ୍ତି । ତେବେ ସେମାନେ ଅନେକ ପର୍ଯ୍ୟଟନ ସ୍ଥାନ ମଧ୍ୟ ବୁଲି ଯାଇଥାନ୍ତି । ତେବେ ତାହା ମଧ୍ୟରେ ପୁରୀ , କୋଣାର୍କ ଏବଂ ଚିଲିକା ଭଳି ସ୍ଥାନ ଅନ୍ତର୍ଭୁକ୍ତ ରହିଛି । ତେବେ ଏଥର ମଧ୍ୟ ବେଶ୍ ଖୁସିରେ କିଛି ଲୋକ ଆସିଥିଲେ । ଡଲଫିନ ଦେଖିବା ପାଇଁ ସମସ୍ତେ ବେଶ୍ ଖୁସି ଥିଲେ । କିନ୍ତୁ ଏପରି କିଛି ସେମାନଙ୍କ ସହିତ ହେବ ବୋଲି ସେମାନେ କେବେ ବି ଭାବି ନଥିଲେ। କାହିଁକି ନା ସେମାନଙ୍କ ସହିତ ଘଟି ଗଲା ଏତେ ବଡ ଅଘ-ଟଣ , ଆଉ ସେଥିରୁ ସେମାନେ ଅଳ୍ପକେ ବର୍ତିଗଲେ ।

ସୂଚନା ଅନୁଯାୟୀ , ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ସାତପଡ଼ା ଘାଟରୁ ପାଞ୍ଚ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା ଡଲଫିନ ଦେଖେଇବା ପାଇଁ ଚିଲିକା ମୁହାଣକୁ ଯାଇଥିଲା । ସମସ୍ତେ ବେଶ୍ ଉତ୍ସାହିତ ଥିଲେ । କାହିଁକି ନା ଏତେ ପାଖରୁ ସେମାନେ ଡଲଫିନ ଦେଖିବେ ଆଉ ମଜା କରିବେ । କିନ୍ତୁ ହଠାତ୍ ଏପରି କିଛି ହେବ ବୋଲି କେହି ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ତେବେ କୁହାଯାଏ ନା ଯାହା ଭାବି ନଥିବ ତାହା ହିଁ ହେବ । ତେବେ ମଝି ହ୍ରଦରେ ନାଉରିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ ।

ଅର୍ଥାତ୍ ମଝିରେ ଏକ ଗଣ୍ଡ ପାଖରେ ଡଙ୍ଗା ଚାଳକ ବିକ୍ରମ ପ୍ରସାଦ ଜାଲି ହଠାତ୍ ଡଙ୍ଗାରୁ ଖସି ଯାଇଥିଲେ । ଯାହା ହଠାତ୍ କେହି ଜାଣି ପାରି ନଥିଲେ । କିନ୍ତୁ ଯେତେବେଳେ ଡଙ୍ଗାଟି ଟଳମଳ ହେଲା ସେତେବେଳେ ଡଙ୍ଗାରେ ଥିବା ଜଣେ ବ୍ୟକ୍ତି ପଛକୁ ବୁଲି ଅନାଇ ଥିଲେ ଆଉ ଦେଖିଲା ବେଳକୁ ଚାଳକ ପାଣି ମଧ୍ୟରେ ପହଁରୁ ଥିଲେ । ତେବେ ଏହାପରେ ସେମାନେ ବ୍ୟସ୍ତ ହୋଇ ଯାଇଥିଲେ ଆଉ ବଞ୍ଚିବା ଆଶା ଛାଡି ଦେଇଥିଲେ । କାହିଁକି ନା ଏତେ ମଝି ନଈରେ ତାଙ୍କ ପାଖକୁ ଆଉ କିଏ ଆସିବ। କିନ୍ତୁ ସେମାନେ ଦେଖିବାକୁ ପାଇଲେ ଯେ ଆଉ ଗୋଟିଏ ଡଙ୍ଗା ସେପଟୁ ଆସୁଛି ।

ଆଉ ଏହାପରେ ଅନ୍ୟ ଡଙ୍ଗା ଆସି ସେମାନଙ୍କୁ ର-କ୍ଷା କରିବା ପାଇଁ ଚେଷ୍ଟା କରିଥିଲା । ଆଉ ଚାଳକକୁ ମଧ୍ୟ ଉ-ଦ୍ଧାର କରିଥିଲା । ସମସ୍ତେ ଭଲରେ ସେଠାରୁ ଫେରି ଯାଇଥିଲେ । ତେବେ କୁହା ଯାଉଥିଲା କି ଚାଳକ ମ-ଦ ପାନ କରିଥିଲେ । ତେଣୁ କରି ସେ ଭାରସାମ୍ୟ ହରାଇ ଏପରି କା-ଣ୍ଡ କରିଥିଲେ । ଯେଉଁଥି ପାଇଁ ଜୀବନ ଯାଉ ଯାଉ ଅଟକି ଯାଇଥିଲା । ଆଜି କଣ ହୋଇଥାନ୍ତା , ଯଦି ଅନ୍ୟ ଡଙ୍ଗା ଗୁଡ଼ିକ ସେମାନଙ୍କ ପାଖକୁ ସାହାଯ୍ୟ ନ କରିବା ପାଇଁ ଆସିଥାନ୍ତେ । ସେହି ଭ-ୟଙ୍କର ଘ-ଟଣା ସବୁ ବଖାଣିଛନ୍ତି ଡଙ୍ଗା ମଧ୍ୟରେ ଥିବା ଜଣେ ବ୍ୟକ୍ତି ।

Leave a Reply

Your email address will not be published. Required fields are marked *