କାନ୍ଦି କାନ୍ଦି କହୁଛନ୍ତି ବାପା , ମୋ ଝିଅକୁ ଭୁବନେଶ୍ଵରର ଧନୀ ଲୋକ ଛଡ଼ାଇ ନେଲେ

ଯୌତୁକ ନିର୍ଯ୍ୟାତନା ଏକ ବଡ ଅଭି-ଯୋଗ ଆଉ ଆଜିର ସମାଜରେ ଅନେକ ଝିଅ ଏଥିରେ ପୀ-ଡିତ ହେଉଛନ୍ତି । କହିବାକୁ ଗଲେ ପ୍ରତିବର୍ଷର ଆକଳନ ଅନୁସାରେ , ହଜାର ହଜାର ଝିଅ ଏଥିରେ ପୀ-ଡିତ ହେଉଛନ୍ତି ଆଉ ଶେଷରେ ଅନ୍ୟ କିଛି ଉପାୟ ନ ପାଇ ଜୀବନ ହାରି ଦେଉଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଜୀବନ ହାରି ଦେଇଛି ବୋହୂ ଆଉ ତାପରେ ଉଭୟ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭି-ଯୋଗ ।

ପୁଅ ଘର ଲୋକ ବୋହୂ ଉପରେ ଅଭି-ଯୋଗ ଆଣିଥିବା ବେଳେ ଝିଅ ଘର ଲୋକ ପୁଅ ଉପରେ ଆଣୁଛନ୍ତି ଅଭି-ଯୋଗ । ତେବେ ପ୍ରକୃତ ଘ-ଟଣା କଣ ତାହା ତ ସମୟ କହିବ । ଅନ୍ୟ ପକ୍ଷରେ ବର୍ତ୍ତମାନ ଝିଅର ପରିବାର ଲୋକ କା-ନ୍ଦି କା-ନ୍ଦି ଗଡି ଯାଉଛନ୍ତି । ତେବେ ସୂଚନା ଅନୁସାରେ , ଏପରି ଏକ ଘଟ-ଣା ଭୁବନେଶ୍ୱର ଏୟାରଫିଲ୍ଡ ଥା-ନା ଅଞ୍ଚଳରେ ଦେଖିବାକୁ ମିଳିଛି । ୨୦୨୧ ମସିହା ଜୁଲାଇ ୧୪ ତାରିଖରେ ଭୁବନେଶ୍ଵର କେଦାରଗୌରୀ ମଣ୍ଡପରେ କେନ୍ଦ୍ରାପଡ଼ାର ପ୍ରିୟଙ୍କାଙ୍କର ଏବଂ ଭୁବନେଶ୍ବର ପୁନାମାଗେଟ ଅଞ୍ଚଳର ସୁରଜଙ୍କ ସହ ବିବାହ ହୋଇଥିଲା ।

ତେବେ ବିବାହ ପରେ ହିଁ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ଯୌ-ତୁକ ନିର୍ଯ୍ୟା-ତନା । ଆଉ ଝିଅ ମଧ୍ୟ ବାପାଙ୍କୁ ଅନେକ ଥର କହିଥିଲେ କି , ତାଙ୍କ ସ୍ଵାମୀଙ୍କର ଅନ୍ୟ ଝିଅ ମାନଙ୍କ ସହିତ ରହିଛି ଶାରୀ-ରିକ ସ-ମ୍ପର୍କ । ଆଉ ତାଙ୍କ ଶାଶୁ ତାଙ୍କୁ ମା-ଡ ମା-ରୁଥିବାର ମଧ୍ୟ ସେ କହିଥିଲେ । ଏପରିକି ବାପାଙ୍କ ପାଖରେ ଯାହା ସମ୍ପତ୍ତି ଅଛି ତାହା ମଧ୍ୟ ଆଣିବାକୁ କହିଥିଲେ । କିନ୍ତୁ ବାପା ମଧ୍ୟ କା-ନ୍ଦି କା-ନ୍ଦି କହିଥିଲେ ଯାହା ନବୁ ତୁ ନେଇ ଯାଆ । ତେବେ ହଠାତ୍ କଣ ହୋଇଗଲା ଯେ , ଝିଅ ତାଙ୍କର ଏତେ ବଡ ପଦକ୍ଷେପ ନେଇଗଲା ।

ଆଉ ବର୍ତ୍ତମାନ ପରିବାର ଲୋକ ଦୁଃ-ଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ଆଖିର ତାରାକୁ ହରାଇ ସେମାନେ ଆଉ କଥା କହି ପାରୁ ନାହାଁନ୍ତି । ତେବେ ଝିଅର ବାପା କେବଳ ଗୋଟିଏ କଥା କହିବାରେ ଲାଗିଛନ୍ତି ଯେ , ମୁଁ ସହରରେ ଝିଅକୁ ବାହା ଦେଇ ଭୁଲ କରିଦେଲି । ଧନୀ ଘର ଲୋକ ଏମିତି ବୋଲି ମୁଁ ଜାଣି ନଥିଲି । ଝିଅ ଟିକିଏ ଖୁସିରେ ରହିବ ବୋଲି ମୁଁ ବଡ ଘରେ ବାହା କରାଇ ଥିଲି । କିନ୍ତୁ ଏମିତି ହେବ ଜାଣିଥିଲେ କେବେ ମୁଁ ବାହା କରାଇ ନଥାନ୍ତି । ଗାଆଁରେ ବାହା ଦେଇଥିଲେ ଭଲ ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *