ବ୍ୟକ୍ତି ଜଣକ କହୁଛନ୍ତି ଏପରି କିଛି ଆଶ୍ଚର୍ଯ୍ୟକର କଥା , ମୋ ଶରୀରରେ କେହି ଜଣେ ଲଗାଇ ଦେଇଛି ଚିପ୍

ଜଣେ ବ୍ୟକ୍ତି ଏପରି କିଛି ଖୋଲାସା କରିଛନ୍ତି , ଯାହାକୁ ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ସତରେ କଣ ଏପରି ହୋଇପାରେ ନା ବ୍ୟକ୍ତି ଜଣକ ମାନସିକ ରୋଗରେ ପୀ-ଡିତ ଅଛନ୍ତି ବୋଲି ସମସ୍ତେ ପ୍ରଶ୍ନ କରିବାରେ ଲାଗିଛନ୍ତି । ଏପରି ଜଣେ ବ୍ୟକ୍ତି ଯିଏ ନିଜର ଶରୀରରେ ଚିପ ଲଗା ଯାଇଅଛି ବୋଲି ଖୋଲାସା କରିଛନ୍ତି ଆଉ ଲୋକ ମାନେ ତାଙ୍କ କଥା ଗୁଡ଼ିକ ଜାଣି ପକାଉଛନ୍ତି ଆଉ ତାଙ୍କ ମନରେ ରହିଥିବା କଥା ଜାଣି ପାରି ମଧ୍ୟ ତାଙ୍କ ଆଗରେ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟିଯାଇଛି ବରଗଡ଼ ଅଞ୍ଚଳରେ । ଜଣେ ବ୍ୟକ୍ତି ଏପରି କିଛି ଅଭି-ଯୋଗ ନେଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି , ଯାହା ଶୁଣିବା ପରେ ସମସ୍ତେ ତାଙ୍କୁ ଅନାଇ ରହିଛନ୍ତି । ବ୍ୟକ୍ତିଙ୍କ କହିବା ମୁତାବକ , ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ସେ ଅନେକ ପରିଶ୍ରମ ମଧ୍ୟ କରୁଛନ୍ତି । କିନ୍ତୁ କିଛି ଲୋକ ତାଙ୍କୁ ତାଙ୍କ କାମରୁ ହଟାଇବା ପାଇଁ ଚାହୁଁଛନ୍ତି ଆଉ ତାଙ୍କୁ ହଇ-ରାଣ ମଧ୍ୟ କରୁଛନ୍ତି । ସେ ପାଠ ଭଲ ଭାବରେ ପଢ଼ି ପାରୁ ନାହାଁନ୍ତି ।

ମୋବାଇଲରେ ପରୀକ୍ଷା ଦେବା ବେଳକୁ ତାଙ୍କ ମୋବାଇଲ ବନ୍ଦ ହୋଇ ଯାଉଛି , ସତରେ ଯେମିତି ତାଙ୍କ ଫୋନ୍ କୁ କିଏ ହ୍ୟା-କ କରିଛି । ଆଉ ଯାହା ସେ ପଢୁଛନ୍ତି , ସେ ସବୁକୁ ସେମାନେ ଜାଣି ପକାଉଛନ୍ତି । କେବଳ ଏତିକି ନୁହେଁ , ତାଙ୍କୁ ଲାଗୁଛି ଯେପରି ତାଙ୍କ ଶରୀରରେ କିଛି ଗୋଟିଏ ଚିପ ଲଗା ଯାଇଛି । ଯାହା ଫଳରେ ସେ ସମସ୍ତଙ୍କୁ ନିଜ ଆଖି ବାଟରେ ଦେଖି ପାରୁଛନ୍ତି । ଆଉ ତାଙ୍କ ମନର କଥା ଆଉ କାମ ଗୁଡିକ ସମସ୍ତେ ଜାଣି ପାରୁଛନ୍ତି ।

ଥରେ ଥରେ ଏମିତି ଲାଗୁଛି , ତାଙ୍କୁ କିଏ ପରିଚାଳନା କରୁଛି । ସେ ଯେମିତି ନିଜେ କିଛି କରି ପାରୁ ନାହାଁନ୍ତି । ଏପରି ହୋଇଛି ତାଙ୍କ ଭାଇଙ୍କ ସହ । ତାଙ୍କ ସହିତ ମଧ୍ୟ ଏମିତି କରି ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବାରଣ କରାଯାଇଛି । ଆଉ ଯାହା ଫଳରେ ସେ ଆଜି ଶ-ଯ୍ୟାଶା-ୟୀ ହୋଇ ଯାଇଛନ୍ତି । ତେଣୁ ଏହା ଉପରେ କଠୋର କା-ର୍ଯ୍ୟାନୁ-ଷ୍ଠାନ ନିଆଯାଉ ବୋଲି ସେ ପୋ-ଲିସ ଆଗରେ ଅନୁରୋଧ କରିଛନ୍ତି ଆଉ ତାଙ୍କୁ ଯେମିତି ନ୍ୟାୟ ମିଳୁ ବୋଲି ସେ ତ-ଦନ୍ତ କରିବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *