ଲୋକଙ୍କ ବ୍ୟାଙ୍କ ଖାତାକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ବ୍ୟାଙ୍କ ମ୍ୟାନେଜରବି ଆଶ୍ଚର୍ଯ୍ୟ । ସରକାରଙ୍କ କେଉଁ ଯୋଜନାରେ ମିଳୁଛି ସନ୍ଦେହ ।

ବର୍ତ୍ତମାନ ସମୟରେ ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଲୋକଙ୍କ ବ୍ୟାଙ୍କ ଖାତାକୁ ଲକ୍ଷ ଲକ୍ଷ ଟଙ୍କା ଆସିଛି । ଆଉ ଯେଉଁ କାରଣରୁ ଲୋକେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭାବିବାରେ ଲାଗିଛନ୍ତି ଯେ ସରକାରଙ୍କର କେଉଁ ଯୋଜନା ପାଇଁ ସେମାନେ ପଞ୍ଜିକରଣ କରିଥିଲେ , ନା କେଉଁଠୁ ଆସୁଛି ଏତେ ଗୁଡ଼ାଏ ଟଙ୍କା ।

ତାହା କେହିବି ଜାଣି ନାହାଁନ୍ତି । ଆଉ ସେପଟେ ଏସବୁ ଦେଖି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ସେମାନେ ମଧ୍ୟ ଟଙ୍କା କେଉଁ ସ୍ରୋତରୁ ଆସୁଛି ତାହା ଜାଣିପାରୁ ନାହାଁନ୍ତି । ପ୍ରାୟ ସମସ୍ତଙ୍କ ଖାତାକୁ ମନଇଚ୍ଛା ଟଙ୍କା ଆସିଛି । ଆଉ ଏହାକୁ ଉଠାଇବା ପାଇଁ ବ୍ୟାଙ୍କରେ ଲୋକଙ୍କ ଭିଡ଼ ଲାଗିଛି ।

କେହି କିଛି ଏବାବଦରେ ବୁଝି ପାରୁ ନାହାଁନ୍ତି । କିନ୍ତୁ ଖାତାକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବାଟିପଡ଼ାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତର ବାଟିପଡ଼ା ଗାଁରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆଜି ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

କାରଣ ବ୍ୟାଙ୍କ ଖାତାକୁ ସମସ୍ତଙ୍କୁ ଅନେକ ଟଙ୍କା ଆସୁଛି । ଲୋକଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଦେଖିବାକୁ ମିଳିଥିଲା । ଯେତେବେଳେ ଏହି ଖବର ସାରା ଅଞ୍ଚଳରେ ଖେଳି ଯାଇଥିଲା ସେତେବେଳେ ସବୁଲୋକ ବ୍ୟାଙ୍କକୁ ଦୌଡ଼ି ଯାଇଥିଲେ । ବ୍ୟାଙ୍କରେ ଯାଇ ସମସ୍ତେ ଖାତା ଚେକ କରିଥିଲେ ।

ଆଉ ଜଣା ପଡ଼ିଥିଲା ଯେ କାହାକୁ ଲକ୍ଷେ ତ କାହାକୁ ୧୦ ହଜାର ଟଙ୍କା ଖାତାକୁ ଆସିଛି । କିଏ ଏତେ ଗୁଡ଼ାଏ ଟଙ୍କା ପଠାଇଛି ତାହା ମଧ୍ୟ ଜଣା ପଡୁନାହିଁ । ଏହି ସମ୍ବନ୍ଧରେ ଶାଖା ପରିଚାଳକଙ୍କ କହିବା କଥା ଯେ ୩୦୦ ଲୋକଙ୍କ ଖାତା ଚେକ କରାଯିବା ପରେ ୪୦ ଲୋକଙ୍କର ଖାତାକୁ ଟଙ୍କା କେଉଁଠୁ ଆସିଲା ତାହା ଜଣା ପଡ଼ିନାହିଁ । କିଛି ଲୋକଙ୍କ ଆକାଉଣ୍ଟକୁ ୨ ଲକ୍ଷରୁ ଅଧିକ ଟଙ୍କା ଆସିଥିବା ମଧ୍ୟ କହିଛନ୍ତି ବ୍ୟାଙ୍କ ମ୍ୟାନେଜର ।

ତେବେ ଏଭଳି ଖାତାକୁ ଟଙ୍କା ଆସିଥିବାରୁ ଲୋକେ ଖୁବ ଖୁସି ଅଛନ୍ତି ଏବଂ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଟଙ୍କା ଉଠାଇ ପାରିବେ କି ନାହିଁ ପଚାରିଛନ୍ତି । ବ୍ୟାଙ୍କ ମ୍ୟାନେଜର ନଜେ ମଧ୍ୟ ଏହାକୁ ନେଇ ଦ୍ଵନ୍ଦରେ । ପୁଣି ତାହା କେଉଁଠାରୁ ଆସୁଛି । ଲୋକେ ତାହାକୁ ବ୍ୟବହାର କରି ପାରିବେ କି ନାହିଁ ଏହି ବିଷୟରେ ଦ୍ଵନ୍ଦ ଲାଗି ରହିଛି ।

Leave a Reply

Your email address will not be published. Required fields are marked *