ହାତରୁ ଲିଭି ନାହିଁ ମେହେନ୍ଦି , ପାଦରୁ ଲିଭି ନାହିଁ ଅଳତା କିନ୍ତୁ ଦୁନିଆଁରୁ ଚାଲିଗଲେ ଫୁଲମଣି

ବାପା ମାଆଙ୍କର ଗେହ୍ଲା ଝିଅ ଥିଲେ ଫୁଲମଣି । କେତେ ସ୍ବପ୍ନ ଆଉ ଆଶା ନେଇ ଝିଅକୁ ଛୋଟରୁ ବଡ କରିଥିଲେ ବାପା ମାଆ । ଝିଅର ସବୁ ଅଳି ଅଝଟ ବୁଝିଥିଲେ ଆଉ ଝିଅ ପାଇଁ ସବୁବେଳେ ଭଲ ଚିନ୍ତା କରୁଥିଲେ । ଝିଅ ପାଦରେ ଟିକିଏ କଣ୍ଟା ଫୁଟି ଗଲେ ବାପା ମାଆଙ୍କୁ ହେଉଥିଲା କଷ୍ଟ । ସେମାନଙ୍କ ଆଖିରୁ ଝରୁଥିଲା ଲୁହ । କିନ୍ତୁ ଶେଷରେ ଯଦି ସେହି ଝିଅ ଆ-ତ୍ମହ-ତ୍ୟା କରିଦେବ , ସେତେବେଳେ ବାପା ମାଆଙ୍କୁ କିପରି ଅନୁଭବ ହେଉଥିବ , ଟିକିଏ ଚିନ୍ତା କରି ପାରୁଛନ୍ତି ତ ।

ଗୋଟିଏ ଭଲ ଘର ଦେଖି ଝିଅକୁ ବାହା କରାଇଥିଲେ ବାପା ମାଆ । ଝିଅ ସେଠାରେ ଖୁସିରେ ଥିଲା କିନ୍ତୁ ହଠାତ୍ ଏପରି କଣ ହୋଇଗଲା , ଝିଅ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଲା । ନିଜ ଶାଶୁ ଘରେ ଦଉଡ଼ି ଲଗାଇ ଆ-ତ୍ମହ-ତ୍ୟା କରିଛି ଝିଅ ଆଉ ପାଖରେ ଛାଡ଼ି ଦେଇ ଯାଇଛି ନିଜ ହାତ ଲେଖା ଚିଠି । ତେବେ ଏପରି କିଛି ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥା-ନା ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ ଦିଗ ନୂଆସାହିରେ । ଆସନଶୋଲ ଗ୍ରାମର ଅଭିରାମ ସିଂଙ୍କ ଝିଅ ଫୁଲମଣିଙ୍କ ବିବାହ ପାଞ୍ଚ ମାସ ପୂର୍ବରୁ ପବିନା ସିଂଙ୍କୁ ପ୍ରେମ ବିବାହ କରିଥିଲେ ।

ବିବାହ ପରେ ସବୁ କିଛି ଠିକ୍ ଠାକ୍ ଥିବା ପରି ଲାଗୁଥିଲା । ଝିଅର ଇଚ୍ଛାକୁ ସମ୍ମାନ ଦେଇ ବାପା ମାଆ ସେହି ଜାଗାରେ ବିବାହ କରାଇ ଦେଇଥିଲେ , ଯେଉଁଠି ଝିଅ ଖୁସି ଥିଲା । କିନ୍ତୁ ଛଅ ମାସ ପରେ ହଠାତ୍ ଫୁଲମଣିଙ୍କର କଣ ହୋଇଥିଲା କେଜାଣି ସେ ଆ-ତ୍ମହ-ତ୍ୟା କରି ଦେଇଛନ୍ତି । ତେବେ ଘରେ କେହି ନଥିବା ସମୟରେ ସେ ଏପରି କା-ଣ୍ଡ କରିଛନ୍ତି । ଯେତେବେଳେ ତାଙ୍କ ଶାଶୁ ଶଶୁର ପାଖ ଗାଆଁକୁ ଧାନ କା-ଟିବାକୁ ପଳାଇଥିଲେ ଆଉ ସ୍ଵାମୀ ଗାଈ ଚରାଇବାକୁ ଯାଇଥିଲେ , ସେହି ସମୟରେ ଫୁଲ ଏପରି ଚରମ ନିଷ୍ପତ୍ତି ନେଇଥିଲେ ।

ସେ ନିଜ ବାପା ମାଆଙ୍କ ପାଇଁ ଏକ ହାତଲେଖା ଚିଠି ଲେଖି ଦେଇ ପାଖରେ ରଖି ଦେଇଥିଲେ । ଆଉ ତାପରେ ଦଉଡ଼ି ଲଗାଇ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ବର୍ତ୍ତମାନ ଉଦଳା ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ସହିତ ହାତ ଲେଖା ଚିଠିକୁ ଉ-ଦ୍ଧାର କରିଛି । ଏବଂ ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଛି । ଅନ୍ୟ ପକ୍ଷରେ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚ-ରାଉ-ଚରା କରିବାରେ ଲାଗିଛି । କେଉଁ କାରଣ ପାଇଁ ଫୁଲ ଏପରି କଲେ , ସେ କଥା ଜାଣିବା ପାଇଁ ପୋ-ଲିସ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *