ମର୍ମନ୍ତୁଦ ବସ ଦୁର୍ଘଟଣା । ଏକାଥରକେ ଚାଲିଗଲା ଗୋଟିଏ ପରିବାରର ସାତ ଜଣଙ୍କ ଜୀବନ ।

ବାହାନଗା ଟ୍ରେନ ଟ୍ରେଜେଡିକୁ ଏବେବି ଏକ ମାସ ପୁରିନାହିଁ । ତଥାପି ଏତିକି ଦିନ ମଝିରେ କେତେ ଯେ ସଡ଼କ ଦୁର୍ଘଟଣା ଏବଂ ଟ୍ରେନ ଦୁର୍ଘଟଣା ଘଟି ଗଲାଣି ତାହା କହିବା ବାହାର । କେତେ କେତେ ଲୋକଙ୍କର ଅକାଳ ମୃତ୍ୟୁ ହୋଇ ଯାଉଛି । କିଏ କେଉଁ ଆଶା ବାନ୍ଧି ଘରୁ ବାହାରି ଖୁବ ନିକଟରେବି ମୃତ୍ୟୁ ବରଣ କରୁଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଗତକାଲି ରାତି ୧ ରେ ଆଉ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟି ଯାଇଛି । ଆଉ ଯେଉଁ କାରଣରୁ ଏକାଧିକ ଜୀବନ ଯାଇଛି ମଧ୍ୟ ।

ସୂଚନା ଅନୁଯାୟୀ ବ୍ରହ୍ମପୁର ରାସ୍ତା ଦିଗପହଣ୍ଡି କଲେଜ ଛକ ନିକଟରେ କାଲି ରାତି ପ୍ରାୟ ୧.୦୦ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅର୍ଥାତ ଦୁଇଟି ବସ ମଧ୍ୟରେ ଧକ୍କା ହୋଇଥିଲା । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ – ୮ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଜଣଙ୍କୁ କଟକ ମେଡ଼ିକାଲ ପଠାଇ ଦିଆଯାଇଛି । କିନ୍ତୁ ଆହୁରି ଦୁଃଖର ଖବର ଏହା ଯେ ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ମଧ୍ୟରୁ ୭ ଜଣ ଗୋଟିଏ ପରିବାରର । ଖୁସିର ସମୟରେ ବାସ୍ତବରେ ଏଭଳି କିଛି ଘଟିଯିବ ତାହା କେହିବି ଭାବି ନଥିଲେ । ତେବେ ସେମାନେ ବ୍ରହ୍ମପୁରର ଏକ ବାହାଘର ଭୋଜିରେ ଯୋଗ ଦେଇ ଓଡ଼ାମାରି ଫେରୁଥିବା ବେଳେ କଲେଜ ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଘଟି ଯାଇଥିଲା ।

ଏହି ଘଟଣା ସମ୍ବନ୍ଧରେ ସମସ୍ତଙ୍କୁ ହିଁ ଅଜ୍ଞାତ ଥିଲା । କେହି କିଛି ଭାବିବା ଆଗରୁ ଦୁଇଟି ବସ ପରସ୍ପର ସହିତ ଧକ୍କା ହୋଇ ଯାଇଥିଲା ଆଉ ଏକାଧିକ ଜୀବନ ନେଇଗଲା । ମିନି ବସରେ ଥିବା ଯାତ୍ରୀ ମାନେ ଆହତ ହେଲେ ଏବଂ ୧୨ ଜଣଙ୍କର ଜୀବନ ଚାଲିଗଲା । ତେବେ ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଦିଗପହଣ୍ଡି ପୋଲିସ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସକାଳୁ ଜଣା ପଡ଼ିଲା ଯେ ମୃତକଙ୍କ ମଧ୍ୟରୁ ଚାରି ଜଣ ମହିଳା , ଛଅ ଜଣ ପୁରୁଷ ଏବଂ ଦୁଇଜଣ ଶିଶୁ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *