କଲ୍ ରେ-କର୍ଡ ଭାଇରାଲ କଲେ ମନୋଜ ମିଶ୍ର , ଖୋଲିଲା ସବୁ ଗୁମର

ବର୍ତ୍ତମାନ ସମୟରେ ଓଲିଉଡ଼ କଳି ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏହା ଥମିବା ନାମ ନେଉ ନାହିଁ । ଆଉ କେବେ ଏହି କଳିର ଅନ୍ତ ହେବ ତାର ମଧ୍ୟ କିଛି ଠିକ୍ ଠିକଣା ନାହିଁ । ତେବେ ଏହି ଝଗ-ଡାରେ ଅଭିନେତା ମନୋଜ ମିଶ୍ରଙ୍କୁ ଦୋ-ଷୀ ବୋଲି ସାବ୍ୟସ୍ତ କରାଯାଇଛି ଆଉ ଦୁଇ ବର୍ଷ ପାଇଁ ତାଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ବ୍ୟା-ନ କରାଯାଇଛି । ଆଉ ଏହି ବ୍ୟାନ ହେବା ପରେ ଆହୁରି ଗରମ ହୋଇ ଯାଇଛନ୍ତି ମନୋଜ । ସେ ନିଜକୁ ସଠିକ୍ ପ୍ରମାଣିତ କରିବା ପାଇଁ ଲାଗି ପଡିଛନ୍ତି ।

ପ୍ରକୃତରେ ତାଙ୍କର କିଛି ଦୋଷ ନାହିଁ ଆଉ ଅରିନ୍ଦମଙ୍କ ଫିଲ୍ମ “ରାମ୍” ର ସମ୍ବଲପୁରରେ ବ୍ୟା-ନ ପଛରେ ତାଙ୍କର କିଛି ହାତ ନଥିବା କଥା ସେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏଥିପାଇଁ ଅନେକ ପ୍ରେସ ମଧ୍ୟ ବସି ସାରିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଅଡିଓ କଲ୍ ରେ-କର୍ଡ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ କିଛି ବଡ ବଡ ବ୍ୟକ୍ତିଙ୍କ ସହ କଥା ହେଉଥିବାର ଶୁଣା ଯାଇଛି । ତେବେ ସେ ଶ୍ଵିତ ପଟ୍ଟନାୟକ , କୁନା ତ୍ରିପାଠୀ ଆଉ ଟୁଟୁ ନାୟକ ସହିତ କଥା ହେବାର ଶୁଣା ଯାଇଛି ।

ତେବେ ସେ ଶ୍ଵିତ ପଟ୍ଟନାୟକଙ୍କୁ ପଚାରି ଥିଲେ ସେଦିନ ଶ୍ରୀତମ ଫିଲ୍ମ ବ୍ୟାନ କରିବା ପଛରେ କେଉଁ କଥା କହିଥିଲେ । ତେବେ ତାଙ୍କ କହିବା ଅନୁସାରେ , ସେଦିନ ଶ୍ରୀତମ କହିଥିଲେ କି , ଏମିତି ଏକ ବଡ ସ-ଙ୍କଟ ତିଆରି ହୋଇ ଯାଇଛି । ଆଉ ମନୋଜ ମିଶ୍ର ମଧ୍ୟ ଅତିରିକ୍ତ ହେଉଛନ୍ତି । ତେଣୁ ଅରିନ୍ଦମ ଯେହେତୁ ଅଭି-ଯୋଗ ଆଣିଛନ୍ତି । ତେଣୁ କରି ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟା-ନ କରାଯାଉ । ଆଉ ଏହି ବ୍ୟା-ନ କରିବା ପଛରେ ସମସ୍ତେ କହିଥିଲେ ହଁ ଆମେ ତୁମ ସହିତ ଅଛୁ ।

ଅନ୍ୟ ପକ୍ଷରେ କୁନା ତ୍ରିପାଠୀ ସହିତ ମଧ୍ୟ ମନୋଜ ମିଶ୍ର କଥା ହୋଇଥିଲେ । ଆଉ ସେଦିନ କାହିଁକି ମିଟିଂ କୁ ଆସିପାରିଲ ନାହିଁ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ସେ ତାଙ୍କ ମାଆଙ୍କ ଦେହ ଖରାପ ହେବା କଥା କହିଥିଲେ । କେବଳ ଏତିକି ନୁହେଁ , ମନୋଜ ମିଶ୍ର ଟୁଟୁ ନାୟକ ସହିତ କଥା ହୋଇଥିଲେ । ତାଙ୍କ କହିବା ଅନୁସାରେ , ପ୍ରକୃତରେ ଏହି ବ୍ୟା-ନ ପଛରେ କାହାର ହାତ ରହିଛି । ଆଉ ଟୁଟୁ ନାୟକ କହିଥିଲେ କି , ଏହା ଏକ ଯୋଜନା ଭଳି ଲାଗୁଛି । ପ୍ରକୃତରେ ଏହା ଅନୁଭବ ଆଉ ଅରିନ୍ଦମ ମଧ୍ୟରେ ଯୋଜନା ।

Leave a Reply

Your email address will not be published. Required fields are marked *